ୟୁକ୍ରେନରେ ରୁଷର ମିସାଇଲ ମାଡ଼, ୧୫ ମୃତ

କିଭ୍ (ଏଜେନ୍ସି): ୟୁକ୍ରେନ ଉପରେ ହମଲା ଜୋରଦାର କରିଛି ଋଷ । ଋୁଷ ସେନା ୟୁକ୍ରେନର ବିଭିନ୍ନ ସ୍ଥାନରେ ଘନଘନ ମିସାଇଲ ମାଡ଼ କରିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏକାଧିକ ଗୁରୁତ୍ୱପୂର୍ଣର୍ ପ୍ରତିଷ୍ଠାନ ଧ୍ୱଂସ ହୋଇଯାଇଛି । ବିଜୁଳି ଭତ୍ତିଭୂମି ଅଧିକ ପ୍ରଭାବିତ ହୋଇଛି । ନିପ୍ରୋ ସହର ମିସାଇଲ ମାଡ଼ରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଶନିବାର ସନ୍ଧ୍ୟାରେ ମିସାଇଲ୍ ମାଡ଼ରେ ଏକ ୯ ମହଲା ଅଟ୍ଟାଳିକା ଧ୍ୱଂସ ହେବାରୁ ପ୍ରାୟ ୧୫ ଜଣ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି ।
ପ୍ରବଳ ଥଣ୍ଡାରେ ରାତିତମାମ ଧ୍ୱଂସାବଶେଷ ତଳୁ ଲୋକଙ୍କୁ ସୁରକ୍ଷାକର୍ମୀମାନେ ଉଦ୍ଧାର କରି ହସ୍ପିଟାଲକୁ ନେଇଛନ୍ତି । ଭଗ୍ନସ୍ତୁପ ତଳେ ଆହୁରି ଅନେକ ଫସିଥିବା ଆଶଙ୍କା କରାଯାଉଛି । ଉକ୍ତ ବିଲଡିଂରେ ନିଆଁ ଲାଗି ଯିବାରୁ ଉଦ୍ଧାରକାରୀ ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ନିଆଁକୁ ଆୟତ୍ତତ୍ତକରାଯିବା ପରେ ହିଁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । କିଭ୍ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସହରଗୁଡ଼ିକରେ ଥିବା ଏକାଧିକ ପ୍ରତିଷ୍ଠାନକୁ ମଧ୍ୟ ଋୁଷ ବାହିନୀ ମିସାଇଲ ମାଡ଼ କରିଛି । ବିଜୁଳି ଓ ଜଳଯୋଗାଣ ବ୍ୟବସ୍ଥା ପ୍ରଭାବିତ ହେବାରୁ ଲୋକେ ନାହିଁ ନ ଥିବା ପରିସ୍ଥିତିର ସମ୍ମୁଖିନ ହୋଇଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଆକ୍ରମଣକୁ ନିନ୍ଦା କରିବା ସହ ପଶ୍ଚିମ ଦେଶଗୁଡ଼ିକୁ ସହଯୋଗ ପାଇଁ ପୁନର୍ବାର ନିବେଦନ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *