ଶ୍ରୀମନ୍ଦିରରେ ମଙ୍ଗଳ ଆଳତି ବେଳେ ଅଘଟଣଠେଲାପେଲାରେ ୨ ଭକ୍ତ ଅଚେତ

ପୁରୀ (ବୁ୍ୟରୋ): ବଡ଼ମ୍ବା-ଗୋପୀନାଥପୁର ଟି-ସେତୁରେ ଦଳଚକଟା ଘଟଣାରେ ଜଣେ ମୃତୁ୍ୟବରଣ କରିବା ସହ ୨୦ରୁ ଊଦ୍ଧ୍ୱର୍ ଗୁରୁତର ଅବସ୍ଥାରେ ମେଡିକାଲ୍ରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଆଲୋଚନା ସରଗରମ୍ ରହିଥିବା ବେଳେ ପୁଣି ରବିବାର ଶ୍ରୀମନ୍ଦିର ପରିସରରେ ଅଘଟଣ ଦେଖିବାକୁ ମିଳିଛି । ବଡ଼ ଅଘଟଣ ଘଟି ନ ଥିଲେ ସୁଦ୍ଧା ଦୁଇ ମହିଳା ଭକ୍ତ ଅଚେତ୍ ହୋଇ ପଡ଼ିଥିଲେ । ମହାପ୍ରଭୁଙ୍କ ମଙ୍ଗଳ ଆଳତି ନୀତି ଚାଲିଥିବାବେଳେ ଏହି ଦୃଶ୍ୟକୁ ଦେଖିବା ଲାଗି ବାହାରକାଠ ନିକଟରେ ଠେଲାପେଲା ହୋଇଥିଲେ ଭକ୍ତ । ଏପରିକି ନାଟମଣ୍ଡପ ପରିସର ହୋଇଥିଲା ଭକ୍ତମୟ । ଏହି ସମୟରେ ଠେଲାପେଲାରେ ଦୁଇ ଜଣ ମହିଳା ଭକ୍ତ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ । କିଛି ଅଘଟଣ ପୂର୍ବରୁ ଘଟଣାସ୍ଥଳରେ ମୁତୟନ ଥିବା ପୁଲିସ ଅଧିକାରୀମାନେ ଗହଳି ମଧ୍ୟରୁ ସେହି ଦୁଇ ମହିଳା ଭକ୍ତଙ୍କୁ ଉଦ୍ଧାର କରି ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରିଥିଲେ । ଆହତ ହୋଇଥିବା ଦୁଇ ମହିଳା ଭକ୍ତ ହେଲେ ସୁଲୋଚନା ସାହୁ ଓ ଦିବ୍ୟା ସାହୁ । ଚିକିତ୍ସା ପରେ ସୁସ୍ଥ ଅନୁଭବ କରିବା ପରେ ଘରକୁ ଫେରିଥିବା ପୁଲିସ ସୂତ୍ରରୁ ପ୍ରକାଶ ।
ଖବରନେବାରୁ ଜଣାଯାଇଛି ଯେ, ରବିବାର ଥିବାରୁ ମହାପ୍ରଭୁଙ୍କୁ ଦର୍ଶନ ଲାଗି ସକାଳୁ ସକାଳୁ ସିଂହଦ୍ୱାରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ଏପରିକି ବାରିକେଡ୍ରେ ମଧ୍ୟ ଅପେକ୍ଷା କରିଥିଲେ । ଶ୍ରୀମନ୍ଦିରର ଦ୍ୱାର ଖୋଲିବା ସହ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା । ପରେ ପରେ ଭକ୍ତମାନେ ଶ୍ରୀମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଠାକୁରଙ୍କ ନିକଟରେ ମଙ୍ଗଳ ଆଳତି ନୀତି ଅନୁଷ୍ଠିତ ହେଉଥିବା ବେଳେ ଠାକୁରଙ୍କୁ ଦର୍ଶନ ଲାଗି ବାହାରକାଠ ନିକଟରେ ଭକ୍ତଙ୍କ ମଧ୍ୟରେ କସରତ ଆରମ୍ଭ ହୋଇଥିଲା । ଫଳରେ ଜୋର୍ସୋର ଠେଲାପେଲା ହୋଇଥିଲେ । ତାହାରି ମଧ୍ୟରେ ଦୁଇ ଜଣ ମହିଳା ଭକ୍ତ ଅଚେତ ହୋଇ ପଡ଼ିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *