ବିଦୁ୍ୟତ୍ ସଂସ୍ପର୍ଶରେ ଦନ୍ତାହାତୀ ମୃତ
କଟକ, ୧୪ା୧ (ବୁ୍ୟରୋ): କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡର ଖୁଣ୍ଟୁଣୀ ବନାଞ୍ଚଳ ଅନ୍ତର୍ଗତ ଗୋବରା ପଞ୍ଚାୟତ କାଦୁଆନୂଆଗାଁ ନିକଟରେ ଏକ ଦନ୍ତା ହାତୀ ବିଦୁ୍ୟତ୍ ସଂସ୍ପର୍ଶରେ ଆସି ମୃତୁ୍ୟ ଘଟିଛି । ମୃତ ଦନ୍ତା ହାତୀର ବୟସ ପାଖାପାଖି ୩୦ରୁ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଏହି ଘଟଣାରେ ବନ ବିଭାଗ ଆଖୁ କିଆରୀ ମାଲିକ ଫଗୁ ସାହୁଙ୍କୁ ଗିରଫ କରିଛି ।
ସୂଚନାନୁଯାୟୀ, ଗୋବରା ପଞ୍ଚାୟତ କାଦୁଆନୂଆଗାଁ ନିକଟରେ ଏକ ଦନ୍ତାହାତୀର ଶବ ପଡିରହିଥିବା ଶନିବାର ଦେଖିବାକୁ ମିଳିଥିଲା । ସୂଚନା ପାଇ ବନ ବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚô ତଦନ୍ତ ଆରମ୍ଭ କରିଥିଲେ । ହାତୀଟି ବିଦୁ୍ୟତ୍ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିବା ତଦନ୍ତରୁ ଜଣାପଡିବା ପରେ ନିକଟରେ ଥିବା ଏକ ଆଖୁ କିଆରି ମାଲିକଙ୍କୁ ଗିରଫ କରାଯାଇଛି । ଆଖୁ ଫସଲକୁ ହାତୀ ଉପଦ୍ରବରୁ ରକ୍ଷା କରିବା ପାଇଁ ଆଖୁ କିଆରୀ ଚତୁଃପାଶ୍ୱର୍ରେ ବିଦୁ୍ୟତ୍ ତାର ଟଣାଯାଇଥିଲା । ନିକଟସ୍ଥ ଏକ କୁକୁଡା ଫାର୍ମରୁ ଏହି ବିଦୁ୍ୟତ୍ ସଂଯୋଗ କରାଯାଇଥିଲା ।
ହାତୀଟି ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆସିବାରୁ ତା ଶୁଣ୍ଢରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ହାତୀଟି ଜୀବନ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରିଥିବା ଅନୁମାନ କରାଯାଉଛି । ତେବେ ବିଦୁ୍ୟତ ଆଘାତ ସହି ନ ପାରି ଧାନ ବିଲରେ ପଡ଼ି ହାତୀ ମରିଛି ବୋଲି ଆଠଗଡ଼ ବନଖଣ୍ଡ ଅଧିକାରୀ ଡ. ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି । ମୃତ ହାତୀର ଦୁଇଟି ଦାନ୍ତ ବନ ବିଭାଗ ଜବତ କରିଛି ।