ଖାଦ୍ୟ ପାଇଁ ହାହାକାର

ପାକିସ୍ତାନରେ ଶ୍ରୀଲଙ୍କା ସ୍ଥିତି
ଇସଲାମାବାଦ (ଏଜେନ୍ସି): ପାକିସ୍ତାନରେ ଶ୍ରୀଲଙ୍କା ପରିସ୍ଥିତି । ଘୋର ଆର୍ଥିକ ଅନଟନ ଅବସ୍ଥା ଦେଇ ଗତି କରୁଛି ପାକିସ୍ତାନରେ । ଦେଶରେ ଖାଦ୍ୟ ସଙ୍କଟର ବିକଳ ପରିସ୍ଥିତି ସୃଷ୍ଟି ହୋଇଛି । ଲୋକେ ଖାଇବା ପାଇଁ ହାହାକାର ପରିସ୍ଥିତିରେ ପହଞ୍ଚିଲେଣି । ଲୋକଙ୍କୁ ଖାଇବା ପାଇଁ ମିଳୁନାହିଁ । ରୁଟି ପାଇଁ ଲୋକଙ୍କ ମଧ୍ୟରେ ମାର୍ପିଟ୍ ହେଉଛି । ସରକାରଙ୍କ ଦ୍ୱାରା ବଣ୍ଟା ଯାଉଥିବା ଗହମ କି ଅଟା ବସ୍ତା ପାଇଁ ଲୋକମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହୁଛନ୍ତି । ଗୋଟିଏ ଅଟା ବସ୍ତା ପାଇଁ ପାକିସ୍ତାନରେ ପୁରୁଷ ଲୋକଙ୍କ କଥା ଛାନ୍ତୁ ମହିଳାମାନେ ମଧ୍ୟ ଧସ୍ତାଧସ୍ତି ହୋଇ ଏହାକୁ ଛଡ଼ାଇ ନେଉଛନ୍ତି । କାଙ୍ଗାଳ ହୋଇଥିବା ପାକିସ୍ତାନର ବିକଳ ଚିତ୍ର ଏବେ ଦେଖିବା ପାଇଁ ମିଳୁଛି ।
ଚାଇନା ସହ ଅନ୍ୟ ଦେଶମାନଙ୍କ ଠାରୁ ଋଣ ନେଇ ପାକିସ୍ତାନ ଏକ ପ୍ରକାର ବୁଡ଼ିଯାଇଛି । ମାତ୍ର ପାକିସ୍ତାନର ଦୁର୍ନୀତିଗ୍ରସ୍ତ ନେତା, ଲେନା ଅଧିକାରୀ ଏବଂ ସରକାରୀ ଅଧିକାରୀଙ୍କ ପାଖରେ ବିପୁଳ ଟଙ୍କା ।
ଗତ ଏକ ବର୍ଷ ମଧ୍ୟରେ ପାକିସ୍ତାନର ଅବସ୍ଥା ଅତି ଖରାପ ହୋଇଯାଇଛି । ପାକିସ୍ତାନରେ ଲୋକ ଗରିବ ହୋଇଯାଇଛନ୍ତି । ଖାଇବା ପାଇଁ ମିଳୁନି, ହେଲେ ସେଠାକାର ନେତାଙ୍କ ସମ୍ପତ୍ତି ବହୁ ପରିମାଣରେ ବୃଦ୍ଧି ପାଇଛି । ନେତା, ପାକିସ୍ତାନ ସେନା ଅଧିକାରୀ ଏବଂ ସରକାରୀ କର୍ମଚାରୀ ସରକାରୀ ଟଙ୍କାକୁ ଲୁଟି ନେଇଛନ୍ତି । ପାକିସ୍ତାନରେ ଦରବୃଦ୍ଧି ଏବଂ ମୁଦ୍ରସ୍ଫିତି ବୃଦ୍ଧି ପାଇଛି । ଏହା ୨୫% ବୃଦ୍ଧି ପାଇଛି । ଲୋକମାନେ ଅଟା ବସ୍ତାଏ ପାଇଁ ମାରପିଟ୍‌ କରୁଛନ୍ତି । ଏବେ ପାକିସ୍ତାନରେ ପିଆଜ କେଜି ୩୬ ଟଙ୍କାରୁ ବଢି ୨୨୦ ଟଙ୍କା, ଚିକେନ କେଜି ୩୮୩ ଟଙ୍କା, ସୋରିଷ ତେଲ ଲିଟର ୫୩୨ ଟଙ୍କା, କ୍ଷୀର ଲିଟର ୧୪୯ ଟଙ୍କା ଏବଂ ପାଉଁରୁଟି ପ୍ୟାକେଟ୍‌ ୮୯ ଟଙ୍କାରେ ବିକ୍ରି ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *