ଅମିତ-ନିଲମଙ୍କୁ ୨ଠ ଲକ୍ଷ ଦେବେ ସରକାର
ଭୁବନେଶ୍ୱର, ୧୩ା୧(ବୁ୍ୟରୋ): ହକି ବିଶ୍ୱକପରେ ଭାଗ ନେଉଥିବା ଦୁଇ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଓ ନିଲମ ସଂଜୀପ ଖେସଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଛନ୍ତି ।
ଟୋକିଓ ଅଲିମ୍ପିକର ବ୍ରୋଞ୍ଜ ପଦକ ବିଜେତା ରୋହିଦାସ ଭାରତୀୟ ହକି ଟିମରେ ଉପଅଧିନାୟକ ଅଛନ୍ତି । ମୋଟ୍ ୧୨୭ଟି ମ୍ୟାଚ୍ ଖେଳିଥିବା ବେଳେ ୧୮ଟି ଅନ୍ତର୍ଜାତୀୟ ଗୋଲ୍ ସ୍କୋର କରିଛନ୍ତି । ଜଣେ ଡିଫେଣ୍ଡର ଭାବେ ରୋହିଦାସଙ୍କୁ ପେନାଲିଟି କର୍ଣ୍ଣର ପାଇଁ ଭରସା ଦେଖାଇଥାଏ ଟିମ୍ । ସେହିପରି ନିଲମ ସଂଜୀପ ଖେସ ୩୦ଟି ଆନ୍ତର୍ଜାତିକ ମ୍ୟାଚ୍ ଖେଳି ୫ଟି ଗୋଲ୍ ସ୍କୋର କରିଛନ୍ତି । ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ ଠାରୁ ମାତ୍ର ଅଳ୍ପ ଦୂରରେ ଥିବା କାଦୋବାହାଲ ଖେସଙ୍କ ପୈତୃକ ଗାଁ । ଆଜିର ମ୍ୟାଚରେ ଖେସଙ୍କୁ ଉତ୍ସାହିତ କରିବେ ହୋମ କ୍ରାଉଡ୍ । ସୁନ୍ଦରଗଡ଼ର ଏହି ଦୁଇ ଖେଳାଳି ଭାରତୀୟ ଟିମ ପକ୍ଷରୁ ଆଜି ପଡିଆକୁ ଓହ୍ଲାଇବା ଓଡ଼ିଶା ପାଇଁ ଗର୍ବର ବିଷୟ । ଉଭୟଙ୍କ ଉପସ୍ଥିତି ଆଜି ଖେଳରେ ସ୍ଥାନୀୟ ଦର୍ଶକଙ୍କ ପାଇଁ ପ୍ରମୁଖ ଆକର୍ଷଣ ହେବ ।