ଏମ୍୍ଭି ଗଙ୍ଗା ବିଳାସର ଯାତ୍ରାରମ୍ଭ

ବିଶ୍ୱର ସର୍ବବୃହତ୍ ରିଭର କ୍ରୁଜ୍
ନୂଆଦିଲ୍ଲୀ (ଏଜେନ୍ସି): ବିଶ୍ୱର ସର୍ବବୃହତ ଓ ବିଳାସପୂର୍ଣ୍ଣର୍ ରିଭର୍ କ୍ରୁଜ୍ (ନଦୀ ପୋତ) ଏମ୍ଭି ଗଙ୍ଗା ବିଳାସ ଯାତ୍ରାରମ୍ଭ କରିଛି । ଉତ୍ତର ପ୍ରଦେଶର ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଭିଡିଓ କନଫରେନ୍ସିଂ ଦ୍ୱାରା ଉଦ୍ଘାଟନ କରିଛନ୍ତି । ପ୍ରଥମ ଦଫାରେ ୩୨ ଜଣ ସ୍ୱିସ୍ ପର୍ଯ୍ୟଟକ ଏହି କ୍ରୁଜରେ ଯାତ୍ରା କରିଛନ୍ତି । ଏହା ୫୧ ଦିନ ଯାତ୍ରା କରି ବାଂଲାଦେଶ ରାଜଧାନୀ ଢାକା ଦେଇ ମାର୍ଚ୍ଚ ୧ରେ ଦିବ୍ରୁଗଡ଼ରେ ପହଞ୍ଚିବ । ୨୭ ନଦୀ ମଧ୍ୟ ଦେଇ ୩,୨୦୦ କିମି ବୁଲିବ । ବିହାରର ପାଟନା, ଝାରଖଣ୍ଡର ଶାହିଗଞ୍ଜ, ପଶ୍ଚିମବଙ୍ଗର କୋଲକାତା, ବାଂଲାଦେଶର ଢାକା ଓ ଆସାମର ଗୌହାଟୀ ସହର ଏବଂ ବିଶ୍ୱ ଐତିହ୍ୟ, ଜାତୀୟ ପାର୍କ, ନଦୀ ଘାଟ ସମେତ ୫୦ ପର୍ଯ୍ୟଟନ ସ୍ଥଳୀ ଦେଇ ଅତିକ୍ରମ କରିବ ।
ଏଥିରେ ୪୦ ଜଣ କର୍ମଚାରୀ ଅଛନ୍ତି । ଯାତ୍ରା ଆରମ୍ଭ କରିଥିବା ପର୍ଯ୍ୟଟକମାନଙ୍କୁ ବାରାଣସୀ ଘାଟରେ ଶାହାନାଇ ବଜାଇ ଓ ଫୁଲମାଳ ଦେଇ ଅଭିନ୍ଦନ ଜ୍ଞାପନ କରାଯାଇଛି । କ୍ରୁଜ୍ ନିଦେ୍ର୍ଦଶକ ରାଜ ସିଂହ କହିଛନ୍ତି, ଏହା ମଧ୍ୟରେ ୫ ତାରକା ହୋଟେଲ ବ୍ୟବସ୍ଥା ରହିଛି । ୧୮ ସୁଟ୍ରେ ୩୬ ପର୍ଯ୍ୟଟକ ରହିପାରିବେ । ଏହି ଅତ୍ୟାଧୁନିକ ତରୀର ଲମ୍ବ ୬୨ ମିଟର, ଓସାର ୧୨ ମିଟର ଓ ଉଚ୍ଚତା ୯ ମିଟର । ଏହାସହିତ ସ୍ପା, ସେଲୁନ ଓ ଜିମ୍ ରହିଛି । ମନୋରଞ୍ଜନ ପାଇଁ ନୃତ୍ୟ ଗୀତ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ । ଯାତ୍ରା ବେଳେ ଭାରତର ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ପର୍ଯ୍ୟଟକମାନେ ଜାଣିପାରିବେ । ଗଙ୍ଗା ଆଳତି ଓ ଯୋଗାଭ୍ୟାସର ମଜା ମଧ୍ୟ ପର୍ଯ୍ୟଟକ ଉଠାଇ ପାରିବେ । ଦୈନିକ ଭଡ଼ାର ୨୫ରୁ ୫୦ ହଜାର ଟଙ୍କା । ୫୧ ଦିନ ଯାତ୍ରା ପାଇଁ ପର୍ଯ୍ୟଯକଙ୍କୁ ୨୦ ଲକ୍ଷ ଟଙ୍କା ଦେବାକୁ ହେବ । ଏଥିରେ ପ୍ରଦୂଷଣ ନିୟନ୍ତ୍ରଣ ଓ ଶବ୍ଦ ନିୟନ୍ତ୍ରଣ ଟେକ୍ନୋଲଜି, ସ୍ୱରେଜ ଟ୍ରଟ୍ିମେଣ୍ଟ ପ୍ଲାଣ୍ଟଣ୍ଟରହିଛି ।
ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଗଙ୍ଗାକୂଳରେ ଟେଣ୍ଟ ସିଟି ଉଦ୍ଘାଟନ କରିଛନ୍ତି । ଗୁଜରାଟର କଛ ଓ ରାଜସ୍ଥାନ ଢାଞ୍ଚାରେ ପ୍ରାୟ ୨ଶହ ଣ୍ଟେ ନିର୍ମାଣ କରାଯାଇଛି । ଏଠାରେ ରହି ପର୍ଯ୍ୟଟକମାନେ ଅପରପାଶ୍ୱର୍ରେ ଥିବା ପ୍ରାକୃତିକ ଦୃଶ୍୍ୟ ୁପଭୋଗ କରିପାରିବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *