ଜନ୍ମଦିନ ପୂର୍ବରୁ ନିହତ ହେବେ ପୁତିନ୍

ପୂର୍ବତନ ନେତାଙ୍କ ପୂର୍ବାନୁମାନ
କିବ୍/ମସ୍କୋ, ୧୩ା୧: ରୁଷ୍ ରାଷ୍ଟ୍ରପତି ବ୍ଲାଦିମିର୍ ପୁତିନ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା କୁହାଯାଇଛି । କିନ୍ତୁ ପୁତିନ୍ଙ୍କ ତରଫରୁ ଆନୁଷ୍ଠାନିକଭାବେ ସେ ବିଷୟରେ କିଛି ପ୍ରତିକ୍ରିୟା ଦିଆଯାଇନାହିଁ । ଏବେ ୟୁକ୍ରେନ୍ରେ ରହୁଥିବା ରୁଷିଆର ପୂର୍ବତନ ବିରୋଧୀ ଦଳ ନେତା ଲ୍ୟା ପୋନୋମୋରେବ ଏକ ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି । ସେ କହିଛନ୍ତି, ପୁତିନ୍ଙ୍କୁ ଅକ୍ଟୋବର ୭ ପୂର୍ବରୁ ହତ୍ୟା କରାଯିବ । ତେଣୁ ସେ ତାଙ୍କ ୭୧ତମ ଜନ୍ମଦିନ ମନାଇ ପାରିବେ ନାହିଁ । ତାଙ୍କୁ ହତ୍ୟା କରିବେ ତାଙ୍କରି ବିଶ୍ୱସ୍ତ ଲୋକ । ହତ୍ୟା ଷଡଯନ୍ତ୍ର ସମ୍ପର୍କରେ ସୂଚନା ଦେଇ ନିର୍ବାସିତ ରୁଷୀୟ ନେତା ଲ୍ୟା କହିଛନ୍ତି ଯେ ପୁତିନ୍ଙ୍କ ଶକ୍ତି ଓ ତାଙ୍କ ଉପସ୍ଥିତି ରୁଷିଆରେ ଆଲ୍ଫା ମ୍ୟାନ୍ ଅନୁରୂପ । ଅର୍ଥାତ୍ ସେ ଅଜେୟ । କିନ୍ତୁ ୨୦୨୨ରେ ପୁତିନ୍ଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଛି । ହେଗ୍ସ୍ଥିତ ଆନ୍ତର୍ଜାତିକ ଅଦାଲତରେ ପୁତିନ୍ଙ୍କୁ ହାଜର କରାଇବା ମୋର ସ୍ୱପ୍ନ । ମାତ୍ର ଏ ସ୍ୱପ୍ନ ଅଧୁରା ରହିଯିବ । ପୁତିନ୍ଙ୍କ ପାଖଲୋକମାନେ ତାଙ୍କୁ ହେଗ୍ ଯିବାକୁ ଅନୁମତି ଦେବେନାହିଁ । ତା’ର କାରଣ ପୁତିନ୍ଙ୍କ ସାକ୍ଷ୍ୟ ତାଙ୍କରି ବିଶ୍ୱସ୍ତ ଲୋକମାନଙ୍କ ବିରୋଧରେ ଯିବ । ଏହି କାରଣରୁ ସେହି ବିଶ୍ୱସ୍ତ ଲୋକମାନେ ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିଛନ୍ତି । ମୋର ପୂର୍ବାନୁମାନ- ପୁତିନ୍ ତାଙ୍କ ଆଗାମୀ ଜନ୍ମଦିନ (ଅକ୍ଟୋବର ୭) ଦେଖିପାରିବେ ନାହିଁ ।
ଲ୍ୟା ୨୦୦୭ରୁ ୨୦୧୬ ପର୍ଯ୍ୟନ୍ତ ରୁଷ୍ରେ ସାଂସଦ ଥିଲେ । ପରେ ସେ ୟୁକ୍ରେନ୍ର ନାଗରିକତା ଗ୍ରହଣ କଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *