ଭୋର୍ ୪.୪୧ରୁ ଚନ୍ଦ୍ରଭାଗା ବୁଡ଼

ମାଘସପ୍ତମୀ ନୀତି ସମ୍ପାଦନ ବୈଠକ
କୋଣାର୍କ (ଆପ୍ର): ଆସନ୍ତା ୨୭ ଓ ୨୮ରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀରେ ତିନି ଠାକୁରଙ୍କୁ ନେଇ ମାଘ ସପ୍ତମୀ ବୁଡ଼ ପାଳିତ ହେବ । ଏଥିଲାଗି ଶୁକ୍ରବାର ଅପରାହ୍ଣରେ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ନୀତି ସମ୍ପାଦନ ବୈଠକ ଅନୁଷ୍ଠିତହୋଇଛି । ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରରେ ମାହେନ୍ଦ୍ରବେଳାରେ ତିନି ଠାକୁରଙ୍କ ଚନ୍ଦ୍ରଭାଗା ତୀର୍ଥକୁ ଶୋଭାଯାତ୍ରା ଓ ସ୍ନାନ ନୀତି ତିନି ଠାକୁରଙ୍କ କର୍ତ୍ତା ସଂଜୟ ରାଉତରାୟଙ୍କ ସମେତ ତିନି ଠାକୁରଙ୍କ ସେବାୟତ ଓ ବିମାନ ବାହାକମାନେ ବୈଠକରେ ଯୋଗ ଦେଇଥିଲେ ।
ବୈଠକ ନିଷ୍ପତ୍ତି ଅନୁଯାୟୀ ଜାନୁଆରୀ ୨୭ ରାତି ୮ଟାରୁ ମାଧିପୁରର ଶ୍ରୀଶ୍ରୀ ତ୍ରିବେଣୀଶ୍ୱର, ସନ୍ଥପୁରର ଈସାନେଶ୍ୱର, କୁରୁଜଙ୍ଗର ଦକ୍ଷିଣେଶ୍ୱରଙ୍କ ଚଳନ୍ତି ପ୍ରତିମା ନିଜ ନିଜ ଆସ୍ଥାନରୁ ବାହାରି ବିମାନରେ ବିଜେ କରିବେ । ତିନିଠାକୁର ଶୋଭାଯାତ୍ରାରେ ବାହାରିବା ପରେ ଏନଏସି କାର୍ଯ୍ୟାଳୟରେ ନୀତି ସଂପାଦିତ କରାଯିବ । ପରେ ଶୋଭାଯାତ୍ରାରେ ତୀର୍ଥ ଅଭିମୁଖେ ଯିବେ ଏବଂ ବାଟରେ ଆର୍ଆଇଙ୍କ କାର୍ଯ୍ୟାଳୟ ଓ ପୂର୍ତ୍ତବିଭାଗ ଡ଼ାକବଙ୍ଗଳା ନିକଟରେ ତିନିଠାକୁର ସାମୟିକ ଭାବେ ରହି ଭୋଗ ଖାଇବେ । ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ରାତି ୩ସୁଧା ପହଞ୍ଚôବା ପରେ ସେଠାରେ ତିନି ଠାକୁରଙ୍କ ମହୋଦଧି ସ୍ନାନ ଓ ତୀର୍ଥ ସ୍ନାନ କରାଯିବ । ୨୮ତାରିଖ ସପ୍ତମୀ ତିଥିରେ ମାହେନ୍ଦ୍ରବେଳା ୩.୫୦ରେ ପବିତ୍ର ତୀର୍ଥ ଜଳରେ ତିନିଠାକୁର ସ୍ନାନ କରିବେ । ପରେ ରାତି ୪.୪୧ରୁ ସାଧୁସନ୍ଥ ଓ ଅପେକ୍ଷା ରଥ ଶ୍ରଦ୍ଧାଳୁମାନେ ସ୍ନାନ କରିବାର ସୁଯୋଗ ପାଇବେ । ବୈଠକରେ ଅତିରିକ୍ତ ଏସ୍ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ତହସିଲଦାର ଶେଖ ସାଗିର, କୋଣାର୍କ ଏନଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *