ହକି ପାଇଁ ପୁଲିସ୍ ଛାଉଣି
ଭୁବନେଶ୍ୱର, ୧୨ା୧ (ବୁ୍ୟରୋ): ରାତି ପାହିଲେ ବହୁ ପ୍ରତୀକ୍ଷିତ ପୁରୁଷ ହକି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ । କ୍ରୀଡ଼ାପ୍ରେମୀ ମହଲରେ ବିପୁଳ ଉତ୍ସାହ । କଳିଙ୍କ ଷ୍ଟାଡିୟମ୍ରେ ପ୍ରବଳ ଭିଡ଼ ସମ୍ଭାବନା ରହିଚି । କମିାନ୍ରେଯ୍ ପୁଲିସ ପକ୍ଷରୁ ଆଇନ ଶୃଙ୍ଖଳା ର୪ା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରେ ୮୦ ପ୍ଲାଟୁନ ପୁଲିସ ଫୋର୍ସ ଓ ୪୦୦ରୁ ଊର୍ଦ୍ଧ୍ୱ ଅଧିକାରୀ ମୁତୟନ କରାଯାଇଛି । ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ନିରାପତ୍ତା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ପୁଲିସ ଅଧିକାରୀଙ୍କୁ ଡିସିପି ପ୍ରତୀକ ସିଂହ ତାଲିମ ଦେଇଛନ୍ତି ।
କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଶୁକ୍ରବାର ଠାରୁ ହକି ବିଶ୍କପ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରତମ ଦିନରେ ଭୁବନେଶ୍ୱରରେ ଦୁଇ ମ୍ୟାଚ୍ ଅଛି । ଦ୍ୱତୀୟ ଥର ପାଇଁ ଓଡ଼ିଶା ହକି ବିଶ୍ୱକପର ଆୟୋଜନ କରିଛି, ଯାହା ଆମ ପାଇଁ ଗର୍ବର ବିଷୟ । ବିଦେଶରୁ ଆସିଥିବା ଟିମ୍ କିଭଳି ନିଆରା ଅନୁଭୂତି ନେଇ ଫେରିବେ ସେ ଦିଗରେ ଯତ୍ନବାନ ହେବୁ । ଦର୍ଶକଙ୍କ ପାଇଁ ସମସ୍ତ ବନେ୍ଦାବସ୍ତ ହୋଇଛି । ଟିମ ଆସିବାଠାରୁ ରହିବା, ଯିବା ଆସିବା କରିବା, ବୁଲିବାକୁ ଯିବା ପାଇଁ ଆବଶ୍ୟକ ପୁଲିସ ବ୍ୟବସ୍ଥା କରାଯିବା ସହ ଶ୍ୃଙ୍ଖଳିତ ଭାବେ ହକି ମ୍ୟାଚ୍ ଶେଷ କରାଯିବା ଉପରେ ପ୍ରାଧାନ୍ୟ ଦିଆଯାଇଛି । ସେହିପରି ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବିଶ୍ୱକପ୍ ସମୟରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ମଧ୍ୟ ଭିଡ଼ ସମ୍ଭାବନା ରହିଛି । ସହରରେ ଡଟ୍ ଫେଷ୍ଟ୍ ଆୟୋଜିତ ହେବ । ସେଥିପାଇଁ ମଧ୍ୟ ପୁଲିସ ବନେ୍ଦାବସ୍ତ କରାଯାଇଛି । ଲୋକଙ୍କ ମନୋରଞ୍ଜନ, ଆତିଥେୟତା ପ୍ରଦାନ, ଟ୍ରାଫିକ ବନେ୍ଦାବସ୍ତ ଭଲ ଭାବେ କରାଯାଇଛି ବୋଲି କମିଶନର କହିଛନ୍ତି । ଡିସିପି ସୂଚନା ଦେଇଛନ୍ତି, ଟ୍ରାଫିକ୍ ଡିସିପିଙ୍କ ତତ୍ତ୍ୱାବଧାନରେ ଯାନବାହନ ନିୟନ୍ତ୍ରଣ କରାଯିବ । ରାଜଧାନୀରେ ୭୫ ରୁ ୮୦ ପ୍ଲାଟୁନ ଫୋର୍ସ ଓ ୪ଶହ ଅଫିସର ମୁତୟନ କରାଯାଇଛି । ଡିସିପିଙ୍କ ନେତୃତ୍ୱରେ ୧୩ ଜଣ ଅତିରିକ୍ତ ଡିସିପି, ୩୩ ଏସିପି, ୬୨ ଇନ୍ସପେକ୍ଟର, ୩୩୬ ସବଇନ୍ସପେକ୍ଟର ମୁତୟନ ହୋଇଛନ୍ତି । ଖେଳାଳିଙ୍କ ପାଇଁ ବିମାନବନ୍ଦରରେ ନିୟୋଜିତ ହେବେ ଜଣେ ଅତିରିକ୍ତ ଡିସିପି, ଦୁଇ ଏସିପି, ୪ ଇନ୍ସପେକ୍ଟର ଓ ୧୦୩ ପୁଲିସ କର୍ମ·ରୀ । ହୋଟେଲ ଦାୟିତ୍ୱରେ ୩ ଜଣ ଅତିରିକ୍ତ ଡିସିପି, ୯ ଏସିପି, ୯ ଇନ୍ସପେକ୍ଟର ରହିଛନ୍ତି । ୧୮ ପ୍ଲାଟୁନ ଫୋର୍ସଙ୍କୁ କଳିଙ୍ଗ ଷ୍ଟାଡିୟମରେ ନିୟୋଜିତ କରାଯାଇଛି । ଅନ୍ୟାନ୍ୟ ସ୍ଥାନରେ ୬ ଅତିରିକ୍ତ ଡିସିପି, ୧୪ ଏସିପି, ୩୧ ଇନ୍ସପେକ୍ଟର ଓ ୨୩ ପ୍ଲାଟୁନ ଫୋର୍ସ, ସହ ଓଡ୍ରାଫ, ଅଗ୍ନିଶମ ଟିମ ରହିବେ । ଟ୍ରାଫିକ ଦାୟିତ୍ୱରେ ୩ ଏସିପି, ୬ ଇନ୍ସପେକ୍ଟର ଓ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଉଚ୍ଚମାନର ପୁଲିସିଂ ବ୍ୟବସ୍ଥା ପାଇଁ ଲକ୍ଷ୍ୟ ରହିଛି । ଗତଥର ଅନେକ ସୁନାମ ପାଇଥିଲୁ । ଆଇନଶୃଙ୍ଖଳା, ନିରାପତ୍ତା, ଟ୍ରାଫିକ ନିୟନ୍ତ୍ରଣ, ପାର୍କିଂ ଉପରେ ଅଧିକ ଧ୍ୟାନ ଦିଆଯିବ । ଡଟ୍ ଫେଷ୍ଟ ଏବଂ ନାଇଟ ବଜାର ପାଇଁ ମଧ୍ୟ କମିସନରେଟ ପୁଲିସ ପକ୍ଷରୁ ଉତ୍ତମ ବ୍ୟବସ୍ଥା କରାଯାଇଛି ।