ରିପର୍ ଡ୍ରୋନ୍ କିଣିବ ଭାରତ

ଅଲ୍-କାଏଦା ମୁଖିଆ ଜବାହିରୀକୁ ମାରିଥିଲା
ନୂଆଦିଲ୍ଲୀ, ୧୨ା୧: ତୱାଙ୍ଗରେ ଚୀନ୍ ସେନା ସହ ସଂଘର୍ଷ ଓ ପଡୋଶୀ ପାକିସ୍ତାନର ଆତଙ୍କୀ କାର୍ଯ୍ୟକଳାପ ପରିପ୍ରେକ୍ଷୀରେ ଭାରତ ତା’ର ସାମରିକ ସାମର୍ଥ୍ୟ ବଢ଼ାଇବା ଉଦ୍ୟମ ଜାରି ରଖିଛି । ନିକଟରେ ଅଗ୍ନି-୫ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ବିଭିନ୍ନ ଦେଶରୁ ଆଧୁନିକ ଯୁଦ୍ଧାସ୍ତ୍ର କିଣା ଯାଉଛି । ଏହି କ୍ରମରେ ଭାରତ ଏବେ ଆମେରିକାଠାରୁ ଏମ୍କୁ୍ୟ-୯ ରିପର୍ ଡ୍ରୋନ୍ ତିନି ବିଲିୟନରୁ ଅଧିକ ଡଲାର ବିନିମୟରେ କିଣିବ । ରିପର୍ ସେହି ଡ୍ରୋନ୍ ଯାହା ସାହାଯ୍ୟରେ କାବୁଲରେ ଛପି ରହିଥିବା ଅଲ୍-କାଏଦା ମୁଖିଆ ଅୟମାନ ଅଲ୍-ଜବାହିରୀକୁ ମାରି ଦିଆଯାଇଥିଲା । ରିପର୍ର ବଡ଼ ବିଶେଷତ୍ୱ ହେଉଛି ଶତ୍ରୁ ପକ୍ଷର ରାଡାର ଏହାର ଗତିବିଧି ଜାଣିପାରିବ ନାହିଁ । ଭାରତ ଏହି ଡ୍ରୋନ୍ ସାହାଯ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ଉପରେ ନଜର ରଖିବ ।
ଆମେରିକା ଏହି ଡ୍ରୋନ୍କୁ ହଣ୍ଟର୍-କିଲର ୟୁଏବି କାଟିଗରୀରେ ରଖିଛି । କ୍ଷେପଣାସ୍ତ୍ର ଖଞ୍ଜା ଯାଇଥିବା ରିପର୍ ଏକ ଲଙ୍ଗ୍ ରେଞ୍ଜ୍ ଏଣ୍ଡ୍ୟୋରେନ୍ସ ଡ୍ରୋନ୍ । ଏଥିରେ ପାଇଲଟ୍ ରହନ୍ତି ନାହିଁ । କମ୍ପୁ୍ୟଟର ଜୟ ଷ୍ଟିକ୍ ସାହାଯ୍ୟରେ ଭିଡିଓ ଗେମ୍ ଭଳି ରିପର୍କୁ ଉଡା ଯାଇଥାଏ । ରିପର୍ ଚଳାଇବା ପାଇଁ ଦୁଇଜଣ କମ୍ପୁ୍ୟଟର ଅପରେଟର ଆବଶ୍ୟକ । ଘଣ୍ଟା ପ୍ରତି ୪୮୨ କିମି ବେଗରେ ଉଡୁଥିବା ଏମ୍କୁ୍ୟ-୯ ରପିର୍ର ରେଞ୍ଜ୍ ୧୯୦୦ କିମି । ସେଥିରେ ୧୭୦୦ କେଜି ଓଜନର ଅସ୍ତ୍ର ପଠାଯାଇ ପାରିବ । ୫୦ ହଜାର ଫୁଟ ଉଚ୍ଚତାରୁ ରିପର୍ କ୍ଷେପଣାସ୍ତ୍ର ଆକ୍ରମଣ କରିବାକୁ ସକ୍ଷମ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *