ମାଗଣା ଚାଉଳର ମୋଦି ବ୍ରାଣ୍ଡିଂ
ଭୁବନେଶ୍ୱର, ୧୨ା୧(ବୁ୍ୟରୋ): କେନ୍ଦ୍ର ସରକାର ଆଉ ବର୍ଷେ ମାଗଣା ଚାଉଳ ଦେବାକୁ ଘୋଷଣା କରିବା ପରେ ତାହାର ଶ୍ରେୟ ନେଇ ତେଜୁଛି ରାଜନୀତି । ଲୋକଙ୍କୁ କେନ୍ଦ୍ର ହିଁ ମାଗଣାରେ ଚାଉଳ ଦେଉଛି ବୋଲି ବାର୍ତ୍ତା ପହଞ୍ଚାଇବା ପାଇଁ ଚାଉଳ ପ୍ୟାକେଟ୍ର ମୋଦୀ ବ୍ରାଣ୍ଡିଂ ଯୋଜନା ହୋଇଥିବା ଜଣାପଡିଛି । ଏଥିପାଇଁ ଚାଉଳ ଓ ଗହମ ବଣ୍ଟନ ବେଳେ ଲୋକଙ୍କୁ ସ୍ୱତନ୍ତ୍ର ରସିଦ ଦେବାକୁ କୁହାଯାଇଛି । ଏହି କଥାକୁ ନେଇ ପୁଣି ଥରେ ବିଜେଡି ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଛି ବୟାନବାଜି ।
ଲୋକଙ୍କୁ ମାଗଣା ଚାଉଳ ବାଣ୍ଟିବାରେ ରାଜ୍ୟ ସରକାରଙ୍କର କୌଣସି ଅବଦାନ ନାହିଁ । ଏହି ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ହିତାଧିକାରୀଙ୍କୁ ଚାଉଳ, ଗହମ ଦେବା ସମୟରେ ରସିଦ୍ ଦେବାକୁ ସବୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରାଳୟ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ଅଲଗା ଅଲଗା ରସିଦ ଦିଆଯିବ । ଏପରିକି କେନ୍ଦ୍ରୀୟ ରସିଦରେ ମୋଦୀଙ୍କ ଫଟୋ ରଖିବା ବ୍ୟବସ୍ଥା ହେଉଛି । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ରାଜ୍ୟର ୩ କୋଟି ୨୫ ଲକ୍ଷ ଲୋକଙ୍କୁ କେନ୍ଦ୍ର ମାଗଣା ଚାଉଳ ଦେଉଛି । ତେଣୁ କିଏ ·ଉଳ ଦେଉଛି ଲୋକେ ଜାଣିବା ଆବଶ୍ୟକ । କିନ୍ତୁ କେନ୍ଦ୍ରର ଏହି ଯୋଜନା ପଛରେ ରାଜନୀତିର ଗନ୍ଧ ବାରିଛି ବିଜେଡି । ‘ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା’ରେ ଆଜି ପର୍ଯ୍ୟନ୍ତ ଲୋକଙ୍କୁ ଚାଉଳ ମିଳି ଆସୁଥିଲା । ଯୋଜନାର ନୂଆ ନାଁ ହୋଇଛି ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ । ଏହି ଯୋଜନାରେ ଲୋକଙ୍କୁ ପ୍ରତିମାସରେ ମୁଣ୍ଡ ପିଛା ୫ କିଲୋ ହିସାବରେ ଚାଉଳ ମାଗଣାରେ ମିଳିବ । ତେବେ ନାମ ପରିବର୍ତ୍ତନକୁ ସମାଲୋଚନା କରିଛି ବିଜେଡି । ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ସ୍କିମ୍ର ନାଁ ପରିବର୍ତ୍ତନ କରିଦେଲେ ଲୋକଙ୍କ ସମସ୍ୟା ତୁଟି ଯାଏନି କି ଲୋକଙ୍କ ପେଟ ପୂରି ଯାଏନି । କୋଭିଡ୍ର ପ୍ରଭାବ କମିନଥିଲେ ବି କୋଭିଡ୍ ପାଇଁ ମିଳୁଥିବା ୫କେଜି ·ଉଳକୁ କାହିଁକି ବନ୍ଦ କରିଦେଇଛି କେନ୍ଦ୍ର?