ଜେଲ୍ ଟେଣ୍ଡର୍ରେ ମହାବିଭ୍ରାଟ

ଭୁବନେଶ୍ୱର (ବୁ୍ୟରୋ): ଜେଲ୍ ବିଭାଗର ବାର୍ଷିକ ଟେଣ୍ଡର୍ ଗତ ଅକ୍ଟୋବର ୨୬ ତାରିଖ ଦିନ ଆହ୍ୱାନ କରାଯାଇଥିଲା । ଆଗ୍ରହୀ ବ୍ୟକ୍ତିମାନେ ୩୦.୧୧.୨୦୨୨ ଅପରାହ୍ଣ ୫ଟା ସୁଦ୍ଧା ଆନୁସଙ୍ଗିକ କାଗଜପତ୍ର ସହ ଜଉମୁଦା ଲଫାପାରେ ଦରଖାସ୍ତ କରି ସମ୍ପୃକ୍ତ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ଠାରୁ ରସିଦ ସଂଗ୍ରହ ପୂର୍ବକ କେଉଁ ଦିନ, କେତେବେଳେ ଲଫାପା ଲେଖାଇ ନେବା ପାଇଁ ଜେଲ୍ ଡିଜିଙ୍କ ନିଦେ୍ର୍ଦଶ ଥିଲା । କିନ୍ତୁ ତାହାକୁ କୌଣସି ଜେଲ୍ କର୍ତ୍ତୃପକ୍ଷ ମାନି ନ ଥିଲେ । ଜେଲ୍ ସୁପରିଣ୍ଟେଣ୍ଡେଣ୍ଟମାନେ ଆବେଦନକାରୀମାନଙ୍କୁ ଜଉମୁଦ ଖୋଲାଯିବା ସମୟରେ ନିଜେ ଉପସ୍ଥିତ ରହିବାକୁ ଚିଠିଦ୍ୱାରା ଜଣାଇଲେ । ଏହାଦ୍ୱାରା ଅନେକ ଦରଖାସ୍ତକାରୀ ଅରିଜିନାଲ୍ କାଗଜପତ୍ର ଯାଞ୍ଚ କରାଇବାରେ ଅକ୍ଷମ ହେଲେ । ଫଳତଃ ଦରଖାସ୍ତକାରୀ ସଂଖ୍ୟା ବହୁତ କମିଯାଇଛି । ବରିଷ୍ଠ ନାଗରିକ, ଶାରୀରିକ ଅକ୍ଷମ ଆବେଦନକାରୀଙ୍କୁ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ସମ୍ମୁଖରେ ଉପସ୍ଥିତ ହେବା ପାଇଁ କୁହାଯିବା ମାନବିକ ଅଧିକାର ଉଲ୍ଲଙ୍ଘନ ବୋଲି ଅଭିଯୋଗ ହୋଇଛି ।
କେତେକ ସ୍ଥାନରେ ଦରଖାସ୍ତକାରୀ ଅଥରାଇଜ୍ଡ୍ ଏଜେଣ୍ଟଙ୍କ ମାଧ୍ୟମରେ ଦଲିଲ ଯାଞ୍ଚ ଓ ପ୍ଲେଜ୍ ଫର୍ମରେ ଦସ୍ତଖତ ପାଇଁ ପଠାଇଥିଲେ । ତାହାକୁ ସୁପରିଣ୍ଟେଣ୍ଡେଣ୍ଟମାନେ ଗ୍ରହଣ ନ କରି ନୋଟାରି ମାଜିଷ୍ଟ୍ରେଟ୍ଙ୍କ ଠାରୁ ଆଫିଡେଭିଟ୍ କରି ଆଣିଲେ ଅଥରାଇଜେସନ୍ ଗ୍ରହଣ କରାଯିବ ବୋଲି କହି ଫେରାଇ ଦେଉଛନ୍ତି । ତେଣୁ ଟେଣ୍ଡର୍ ପକାଇବାକୁ ଇଚ୍ଛୁକ ବ୍ୟକ୍ତିମାନେ ପାସ୍ ବୁକ୍ ପ୍ଲେଜ୍ ନ କରି ଟେଣ୍ଡେର୍ ସହିତ ପାସ୍ବୁକ୍କୁ ଜଉମୁଦା ଲଫାପାରେ ଦାଖଲ କରିଛନ୍ତି । ଏହାକୁ ଗ୍ରହଣ କରାଯାଉ ବୋଲି ଡିଜି ଓ ସୁନ୍ଦରଗଡ଼ ଜିଲ୍ଲା ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନିବେଦନ କରାଯାଇଛି ।
ପ୍ରାୟ ସବୁ ଜେଲ୍ରେ ଦରଖାସ୍ତକାରୀମାନଙ୍କୁ ଟେଣ୍ଡେର୍ ପକାଇବାର ୭-୮ ଦିନ ଆଗରୁ ଟେଣ୍ଡର୍ ପେପର୍ ଯୋଗାଇ ଦିଆଯାଇଛି । ଏପରିକି ବିଭିନ୍ନ ଜେଲ୍ରେ ୪-୫ ଦିନ ପୂର୍ବରୁ ଟେଣ୍ଡର୍ ପେପର୍ ଦିଆଯାଇଛି । ତାହାକୁ ପାଇବା ପରେ ଇଚ୍ଛୁକ ବ୍ୟକ୍ତିମାନେ ପିଏମ୍ଡି ହିସାବ କରି ନିଜ ନିଜ ପାସ୍ବୁକ୍କୁ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ନାଁରେ ପ୍ଲେଜ୍ କରି ସାରିବା ପରେ ଟେଣ୍ଡର୍ ପକାଇ ପାରିବେ । ଏସବୁ ପ୍ରକ୍ରିୟା ଦୃଷ୍ଟିରୁ ଖୁବ୍ କମ୍ରେ ୧୫ ଦିନ ପୂର୍ବରୁ ଦରଖାସ୍ତକାରୀଙ୍କୁ ଟେଣ୍ଡର୍ ପେପର୍ ଯୋଗାଇ ଦିଆଯିବା କଥା । ରାଜ୍ୟ ସରକାରଙ୍କ ଟେଣ୍ଡର୍ ନିୟମ ଅନୁଯାୟୀ ଟେଣ୍ଡର୍ ପେପର୍ ଯୋଗାଇ ଯାଇ ନ ଥିବାରୁ ରେଜିଷ୍ଟେସନ୍ ପାଇଁ ଦରଖାସ୍ତକାରୀଙ୍କ ଠାରୁ ଟେଣ୍ଡର୍ ସଂଖ୍ୟା ତିନି-ଚତୁର୍ଥାଂଶ କମିଯାଇଛି । ଏହାଦ୍ୱାରା ପ୍ରତିଯୋଗିତା କମିଥିବାବେଳେ ସରକାର ବିପୁଳ କ୍ଷତିର ସମ୍ମୁଖୀନ ହେବାକୁ ଯାଉଛନ୍ତି ।
ଲୋକେ ଯେପରି ଖର୍ଚ୍ଚାନ୍ତ ହୋଇ ବିଭିନ୍ନ ଅଫିସ୍କୁ ବାରମ୍ବାର ଦୌଡ଼ିବେ ନାହିଁ ସେ ଉଦେ୍ଦଶ୍ୟରେ ଜନସେବା କେନ୍ଦ୍ରରେ ଅଳ୍ପ ଖର୍ଚ୍ଚରେ ବହୁ କାର୍ଯ୍ୟ ଅନ୍ଲାଇନ୍ରେ କରିବା ସୁବିଧା ସରକାର ଯୋଗାଇ ଦେଇଛନ୍ତି । କିନ୍ତୁ ଜେଲ୍ ବିଭାଗର ବିଚିତ୍ର ନିୟମ ଯୋଗୁଁ ଠିକାଦାରମାନଙ୍କୁ ବ୍ୟକ୍ତିଗତ ଭାବେ ସମ୍ପୃକ୍ତ ସବୁ ଜେଲ୍କୁ ଦୌଡ଼ିବାକୁ ପଡୁଛି । ଏହା ଜେଲ୍ ସୁପରିଣ୍ଟେଣ୍ଡେଣ୍ଟମାନଙ୍କର ସୁଚିନ୍ତିତ କାରସାଦି ବୋଲି ଅଭିଯୋଗ ହୋଇଛି । କାରଣ ପ୍ରତିଯୋଗୀ ସଂଖ୍ୟା କମିଲେ ସେମାନେ ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ ।
୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମଗାଯାଇଥିବା ଟେଣ୍ଡର୍ରେ ପୂର୍ବ ପ୍ରଥାକୁ ବହୁମାତ୍ରାରେ ବଦଳାଇ ଦିଆଯାଇଛି । ନୂଆ ନିୟମକୁ ଦରଖାସ୍ତକାରୀଙ୍କ ଠାରୁ ଆରମ୍ଭ କରି ଜେଲ୍ ସୁପରିଣ୍ଟେଣ୍ଡେଣ୍ଟମାନେ ମଧ୍ୟ ଠିକ୍ ଭାବେ ତର୍ଜମା କରି ପାରୁନାହାନ୍ତି । ନୂଆ ନିୟମ ଅନୁଯାୟୀ ଦରଖାସ୍ତକାରୀ ଚାର୍ଟର୍ଡ ଏକାଉଣ୍ଟାଣ୍ଟଙ୍କ ଠାରୁ ତିନିବର୍ଷର ଟର୍ଣ୍ଣଓଭର ସାର୍ଟିଫିକେଟ୍ ହାସଲ କରିବେ । ଜଣେ ଦରଖାସ୍ତକାରୀ ଏଭଳି ସାର୍ଟିଫିକେଟ୍ ଆଣିଥିଲେ ମଧ୍ୟ ଅନ୍ଲାଇନ୍ରେ ଦୁଇବର୍ଷର ଟର୍ଣ୍ଣଓଭର ଉପଲବ୍ଧ ହେଉଥିବାରୁ ସେ ଟେଣ୍ଡର ପକାଇବାରୁ ବଞ୍ଚôତ ହୋଇଛନ୍ତି । ୨୦୨୧-୨୨ ବର୍ଷର ଟର୍ଣ୍ଣଓଭର ଅନ୍ଲାଇନ୍ରେ ମିଳୁନାହିଁ । ଏହାକୁ ସମ୍ପୃକ୍ତ ଚାର୍ଟର୍ଡ ଏକାଉଣ୍ଟାଣ୍ଟଙ୍କ ଦ୍ୱାରା ଅପ୍ଲୋଡ୍ କରାଯାଇନାହିଁ । କିନ୍ତୁ ଜେଲ୍ ଡିଜିଙ୍କ ଖବର କାଗଜ ବିଜ୍ଞାପନରେ ଅନ୍ଲାଇନ୍ରେ ସାର୍ଟିଫିକେଟ୍ ଦେଖାଯିବା ଉଲ୍ଲେଖ ନାହିଁ । ଦରଖାସ୍ତକାରୀ ତିନିବର୍ଷର ସାର୍ଟିଫିକେଟ୍ ଦାଖଲ କରୁଥିଲେ ମଧ୍ୟ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟମାନେ ଭୁଲ୍ ତର୍ଜମା କରି ତାହାକୁ ଅଗ୍ରାହ୍ୟ କରୁଛନ୍ତି । ଜଣେ ଦରଖାସ୍ତକାରୀ ଗତ ୩୫ ବର୍ଷ ହେବ ୮ରୁ ଅଧିକ ଜେଲ୍କୁ ଜିନିଷ ଯୋଗାଉଥିଲେ ମଧ୍ୟ ତାଙ୍କୁ ୨୦୨୩-୨୪ ବର୍ଷ ପାଇଁ ଟେଣ୍ଡର ପକାଇବାରୁ ବଞ୍ଚôତ କରାଯାଇଛି । ଏହିଭଳି ନୂଆ ନିୟମ ଓ ତା’ର ତର୍ଜମାରେ ତ୍ରୁଟି ଯୋଗୁଁ ଆସନ୍ତା ବର୍ଷ ପାଇଁ ଦୁଇ-ତୃତୀୟାଂଶ କମ୍ ଟେଣ୍ଡର୍ ପଡ଼ିଛି । ତେଣୁ ୪.୧.୨୦୨୨ରେ ପଡ଼ିଥିବା ଟେଣ୍ଡର୍କୁ ବାତିଲ କରି କ୍ଷତିରୁ ବର୍ତ୍ତିବା ଉଦେ୍ଦଶ୍ୟରେ ସାନି ଟେଣ୍ଡର ଆହ୍ୱାନ ପାଇଁ ଦାବି ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *