ଶୁକ୍ରବାରରୁ ମହାସମର

ରାଉରକେଲାରେ ହକି ବିଶ୍ୱକପ୍ ଟ୍ରଫି
ରାଉରକେଲା (ଆପ୍ର): କଟକରେ ହକି ଉଦ୍ଘାଟନୀ ସମାରୋହ ପରେ ୧୩ ତାରିଖ ଠାରୁ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ୍ ଖେଳ ଆରମ୍ଭ ହେବ । ଏଥିପାଇଁ ରାଉରକେଲାରେ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି । ରାଉରକେଲା ସହରକୁ ରାଣୀ ବେଶରେ ସଜାଇ ଦିଆଯାଇଛି । ଏଥି ସହିତ ରାସ୍ତାଘାଟ ଓ ଷ୍ଟାଡ଼ିୟମ୍କୁ ସଜାଯାଇଛି । ଆଇନ ଶୃଙ୍ଖଳା ନିମନ୍ତେ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଜି ରାଉରକେଲାରେ ବିଶ୍ୱକପ୍ ଟ୍ରଫି ପହଞ୍ଚôବା ପରେ ପ୍ରଥମେ ବେଦବ୍ୟାସ ପୀଠକୁ ଟ୍ରଫିକୁ ନିଆଯାଇଥିଲା । ସେଠାରୁ ବିଶାଳ ଶୋଭାଯାତ୍ରାରେ ରାଉରକେଲା ସହର ପରିକ୍ରମା କରାଯାଉଛି । ଟ୍ରଫିକୁ ସ୍ୱାଗତ କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଲୋକଙ୍କ ଭିତରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ବେଦବ୍ୟାସ ପୀଠରେ ବିଶ୍ୱକପ୍ ଟ୍ରଫିକୁ ସ୍ୱାଗତ କରିଥିଲେ । ମାସ୍କଟ ଟ୍ରଫି ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଛି । ବେଦବ୍ୟାସ ପୀଠରେ ପୂଜାର୍ଚ୍ଚନା ଏବଂ ବେଦପାଠ ପରେ ରାଉରକେଲାରେ ଟ୍ରଫି ଟୁର୍ ଆରମ୍ଭ ହୋଇଥିଲା । ବିଭିନ୍ନ ସ୍ଥାନରେ ସହରବାସୀ ଆନନ୍ଦ ଉଲ୍ଲାସର ସହ ଟ୍ରଫିକୁ ସ୍ୱାଗତ କରୁଛନ୍ତି । ଟ୍ରଫି ଟୁର୍ ବେଳେ ବ୍ରାହ୍ମଣୀ ସେତୁ ଉପରେ ୨୦୦ରୁ ଅଧିକ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ ଏକ ଆକର୍ଷଣୀୟ ପରିବେଶ ସୃଷ୍ଟି କରିଥିଲା ।
ରାଉରକେଲା ସହରରେ ବିଶ୍ୱକପ୍ ଟ୍ରଫିକୁ ସ୍ୱାଗତ କରିବା ଲାଗି ଲୋକଙ୍କ ଭିତରେ ଦେଖିବାକୁ ମିଳିଛି ଅପୂର୍ବ ଉତ୍ସାହ । ହକି ଛକରୁ ହନୁମାନ ବାଟିକା ଯିବା ରାସ୍ତାରେ ବେଶ୍ ଭିଡ଼ ଲାଗିଥିଲା । ଟ୍ରଫି ପଟୁଆରରେ ସ୍କୁଲ, କଲେଜ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ତଥା ସାଧାରଣ ଲୋକ ସାମିଲ ହେଉଛନ୍ତି । ରାସ୍ତାରେ ୧ ହଜାରରୁ ଅଧିକ ମହିଳା କଳସ ଶୋଭାଯାତ୍ରାରେ ଟ୍ରଫିକୁ ପାଛୋଟି ନେଇଥିଲେ । ଗୁରୁଦ୍ୱାରା ନିକଟରେ ପଞ୍ଜାବୀ ସମରକଳା ପ୍ରମୁଖ ଆକର୍ଷଣ ପାଲଟିଥିଲା । ସେହିପରି ଶହ ଶହ ଯୁବପିିଢ଼ି ଏବଂ ସ୍ଥାନୀୟ ଖେଳାଳି ହାତରେ ହକି ଷ୍ଟିକ୍ ଧରି ବିଶ୍ୱକପ୍ ଟ୍ରଫିକୁ ସ୍ୱାଗତ କରିଥିଲେ । ରାଉରକେଲା ସହରରେ ଚାଲିଥିବା ହକି ବିଶ୍ୱକପ୍ ଟ୍ରଫି ଟୁରରେ ଯୋଡ଼ି ହେଉଛନ୍ତି ବିଭିନ୍ନ ବର୍ଗର ଲୋକ । ସ୍ଥାନୀୟ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହ ସ୍ୱଚ୍ଛ ସାଥୀ ଓ ପରିମଳ କର୍ମ·ରୀମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇ ବିଶ୍ୱକପକୁ ସ୍ୱାଗତ କରୁଛନ୍ତି । ପ୍ରମୁଖ ଛକରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକେ ବିଭୋର ହେଉଛନ୍ତି । ରାଉରକେଲାସ୍ଥିତ ଓଡ଼ିଶା ସ୍ୱତନ୍ତ୍ର ସଶସ୍ତ୍ର ଆରକ୍ଷୀ ବାହିନୀର ଚତୁର୍ଥ ବଟାଲିୟନଠାରେ ବିଶ୍ୱକପ୍ ଟ୍ରଫିକୁ ସ୍ୱାଗତ କରାଯାଇଛି । ଏହି ଅବସରରେ ସ୍ଥାନୀୟ ସ୍କୁଲ ଛାତ୍ରଛାତ୍ରୀମାନେ ସ୍ୱତନ୍ତ୍ର କୌଶଳ ପ୍ରଦର୍ଶନ କରିଥିଲେ । ସେହିପରି ଏନ୍ଆଇଟି ପରିସରରେ ଟ୍ରଫିକୁ ସ୍ୱାଗତ କରିବା ଲାଗି ଛାତ୍ରଛାତ୍ରୀଙ୍କ ଭିତରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *