୩୭୯ ରନ୍ କରି ରେକର୍ଡ

ଇତିହାସ ରଚିଲେ ପୃଥ୍ୱୀ
ଗୁଆହାଟୀ (ଏଜେନ୍ସି): ରଣଜୀ ଟ୍ରଫିରେ କମାଲ କରିଛନ୍ତିି ଯୁବ ତାରକା ପୃଥ୍ୱୀ ସ । ବୁଧବାର ଆସାମ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ସେ ଇତିହାସ ରଚିଛନ୍ତି । ଆସାମ ବିପକ୍ଷରେ ୩୭୯ ରନର ଜବରଦସ୍ତ ଇନିଂସ ଖେଳଛନ୍ତି ମୁମ୍ବାଇର ୨୩ ବର୍ଷୀୟ ଏହି ଯୁବ କ୍ରିକେଟର । ୩୮୩ ବଲ ଖେଳି ୪୯ଟି ଚୌକା ଏବଂ ୪ଟି ଛକା ସହାୟତାରେ ସେ ଏହି ରେକର୍ଡ ହାସଲ କରିଛନ୍ତି ।
ପ୍ରଥମ ଶ୍ରେଣୀ କ୍ରିକେଟ ଇତିହାସରେ ଦ୍ୱିତୀୟ ସର୍ବାଧିକ ସ୍କୋରର୍ ହୋଇଛନ୍ତି ପୃଥ୍ୱୀ । ପୂର୍ବରୁ ବିବି ନିମ୍ବଲକରଙ୍କ ନାଁ ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ରେକର୍ଡ ରହିଛି । ୧୯୪୮-୪୯ ରଣଜୀ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ୪୪୩ ରନର ଅପରାଜିତ ଇନିଂସ ଖେଳି ରେକର୍ଡ କରିଥିଲେ ନିମ୍ବଲକର । ତାଙ୍କ ପରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ପୃଥ୍ୱୀ । ଆସାମର ଆମିଗାଁଓ ଗ୍ରାଉଣ୍ଡରେ ଖେଳାଯାଇଥିବା ମୁକାବିଲାରେ ·ରି ଶତକ ହାସଲ କରିବା ପୂର୍ବରୁ ରିଆନ୍ ପରାଗଙ୍କ ବଲରେ ସେ ଏଲ୍ବିଡବ୍ଲୁ୍ୟ ହୋଇଥିଲେ । ପୃଥ୍ୱୀ ପୂର୍ବତନ କ୍ରିକେଟର ସଞ୍ଜୟ ମଞ୍ଜେରକରଙ୍କ ବ୍ୟକ୍ତିଗତ ରନ୍ ଅପରାଜିତ ୩୭୭କୁ ମଧ୍ୟ ପାର୍ କରିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟ୍ କ୍ୟାରିୟରରେ ପ୍ରଥମ ତ୍ରିଶତକ ହାସଲ କରିଛନ୍ତି ପୃଥ୍ୱୀ । ତାଙ୍କ ପୂର୍ବରୁ ରୋହିତ ଶର୍ମା ଏବଂ ବୀରେନ୍ଦ୍ର ସେହୱାଗ୍ ପ୍ରଥମ ଶ୍ରେଶୀ କ୍ରିକେଟରେ ତ୍ରିଶତକ ହାସଲ କରିସାରିଛନ୍ତି । ବିଶ୍ୱ ସ୍ତରରେ ଦେଖିବାକୁ ଗଲେ ୧୯୯୪ ମସିହାରେ ୱେଷ୍ଟଇଣ୍ଡିଜର ବ୍ରାଏନ୍ ଲାରା ୫୦୧ ରନର ଅପରାଜିତ ଇନିଂସ ଖେଳି ପ୍ରଥମ ଶ୍ରେଣୀ କ୍ରିକେଟରେ ନମ୍ବର ୱାନ୍ ହୋଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *