କଟକ ଉତ୍ସବମୁଖର
ହକି ମହାକୁମ୍ଭ
କଟକ, ୧ଠା୧(ବୁ୍ୟରୋ): ବାରବାଟୀ ଷ୍ଟାଡିୟମ ହକି ବିଶ୍ୱକପ୍ ଉଦଘାଟନୀ ଉସôବ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ । ଉଦ୍ଘାଟନ ଉତ୍ସବ ପୂର୍ବରୁ ପୁଲିସ୍ ମହାନିଦେ୍ର୍ଦଶକ ସୁନିଲ ବଂଶଲ ବାରବାଟୀ ଷ୍ଟାଡିୟମ୍ର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି । ସେ କହିଛନ୍ତି, ଷ୍ଟାଡିୟମ୍ ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା ରହିବ । ଭୁବନେଶ୍ୱର ଓ ରାଉରକେଲାରେ ମଧ୍ୟ ଅନୁରୂପ ବ୍ୟବସ୍ଥା ହୋଇଛି । ଏଥିରେ ସିଆର୍ପିଏଫ୍ ମଧ୍ୟ ସାମିଲ ହୋଇଛି ।
ଆଉ ମାତ୍ର କେଇଘଣ୍ଟା ପରେ ହକି ମହାକୁମ୍ଭର ଉଦଘାଟନୀ ସମାରୋହ ଅବସରରେ ବଲିଉଡର କଳାକାରମାନଙ୍କ ଦ୍ୱାରା ମଂଚ ଦୁଲୁକିବ । ପୁରା ସହର ଏବେ ଉସôବମୁଖର । ଆଜି ରାତି ୮ଟା ୩୦ରେ କଟକ ସିଆରଆରଆଇଠାରୁ ହକି ବିଶ୍ୱକପ୍ ଟ୍ରଫିକୁ ସ୍ୱାଗତ କରିଛି ଜିଲ୍ଲା ପ୍ରଶାସନ । ସେଠାରୁ ଟ୍ରଫିକୁ ଅଣାଯାଇ ରାତିରେ କଡା ସୁରକ୍ଷା ଭିତରେ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ରଖାଯିବ । ଆସନ୍ତା କାଲି ସକାଳୁ ତଳ ବାଲିଯାତ୍ରା ପଡିଆର କଟକ-ଇନ-କଟକ ପରିସରରୁ ଟ୍ରଫିକୁ ଫ୍ଲାଗ ଅଫ କରାଯିବ । ଏହା ପରେ ସହର ପରିକ୍ରମା କରିବ ଟ୍ରଫି । ତଳ ବାଲିଯାତ୍ରା ପଡିଆରୁ ଟ୍ରଫି ବାହାରି ଷ୍ଟାଡିୟମ ଦେଇ କେମ୍ବ୍ରିଜ ସ୍କୁଲ, ଚଣ୍ଡୀ ଛକ, ଶୈଳବାଳା କଲେଜ, ସମାଜ ଅଫିସ, ବକ୍ସିବଜାର, ନେତାଜୀ ଜନ୍ମ ସ୍ଥାନ ସଂଗ୍ରହାଳୟ, କଦମ ରସୁଲ, ଚୈାଧୁରୀ ବଜାର, ନୟାସଡକ, ବାଲୁବଜାର, ହାଇକୋର୍ଟ,ରେଭେନ୍ସା କଲିଜିଏଟ ସ୍କୁଲ, ବେଲିଭୁ୍ୟ ଛକ, ସିଡିଏ ସେକ୍ଟର-୯ ଶିଶୁ ମନ୍ଦିର, ରୋଟାରୀ ଆଇ ହସ୍ପିଟାଲ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ମଙ୍ଗଳାବାଗ, ମାତାମଠ ଦେଇ ପୁଣି କଟକ-ଇନ-କଟକରେ ପହଂଚିବ । ଆସନ୍ତା କାଲି ଗୋଟାଏ ସୁଦ୍ଧା ବାରବାଟୀରେ ପହଂଚିବ ହକି ବିଶ୍ୱକପ୍ ଟ୍ରଫି । ସହରର ବିଭିନ୍ନ ସ୍ଥାନରେ ଏହାକୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ଅନ୍ୟ ବିଚାରପତି, ରାଜ୍ୟ ବାହାରୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ମନ୍ତ୍ରୀ ଓ ମାନ୍ୟଗଣ୍ୟ ବିଶିଷ୍ଟ ଅତିଥିମାନେ ଉସôବରେ ଉପସ୍ଥିତ ରହିବେ । ଆସନ୍ତା କାଲି ସନ୍ଧ୍ୟା ୬ଟାରେ ଉଦଘାଟନୀ ଉସôବ ଆରମ୍ଭ ହେବ ବୋଲି ଜଣାଯାଇଛି ।