ଓଡ଼ିଶାର ସବୁ ଆସନରେ ଲଢ଼ିବ ଆପ୍

ଭୁବନେଶ୍ୱର, ୧୧ା୧(ବୁ୍ୟରୋ): ନିକଟରେ ରାଷ୍ଟ୍ରୀୟ ପାର୍ଟିର ମାନ୍ୟତା ପାଇଥିବା ଆମ୍ ଆଦମୀ ପାର୍ଟି (ଆପ୍) ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ପୂରା ଦମ୍ରେ ଲଢିବ । ରାଜ୍ୟର ସମସ୍ତ ଲୋକସଭା ଆସନରେ ଦଳ ପକ୍ଷରୁ ପ୍ରାର୍ଥୀ ଦିଆଯିବ । ଓଡ଼ିଶାରେ ଦୃଢ ବିରୋଧୀ ଦଳର ଆବଶ୍ୟକତା ପୂରଣ କରିବାର ରଣନୀତି ନେଇ ଯଥାଶୀଘ୍ର ଆପ୍ ସାଂଗଠନିକ କାର୍ଯ୍ୟ ଜୋରଦାର କରିବ । ଓଡିଶା ଭଳି କେରଳରେ ମଧ୍ୟ ଦଳ ସମସ୍ତ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ । ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ଦଳର ସାଂସଦ ତଥା ଜାତୀୟ ସଂଗଠନ ସମ୍ପାଦକ ଡ. ସନ୍ଦୀପ ପାଠକ ଏହି ଘୋଷଣା କରିଛନ୍ତି ।
ଡ. ପାଠକ ନିର୍ବାଚନ ପାଇଁ ଦ୍ରୁତ ପ୍ରସ୍ତୁତି ଆରମ୍ଭ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଆପ୍ର ଓଡିଶା ଦାୟିତ୍ୱରେ ଥୃବା ବୀରେନ୍ଦ୍ର କାଦ୍ୟାନ ଓ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର, କେରଳ ପାଇଁ ନିଯୁକ୍ତ ପ୍ରଭାରୀ ସମେତ ବହୁ ବରିଷ୍ଠ ପଦାଧିକାରୀ ତଥା ସ୍ୱେଚ୍ଛାସେବୀ ଉକ୍ତ ବୈଠକରେ ଉପସ୍ଥିତ ଥିଲେ । ବୈଠକରେ ଏହି ଦୁଇ ରାଜ୍ୟ ପାଇଁ ଦଳର ରଣନୀତି ପ୍ରସ୍ତୁତ କରାଯାଇଛି । ଓଡ଼ିଶାରେ ସଂଗଠନକୁ ସୁଦୃଢ କରିପାରିବା ଭଳି ବ୍ୟକ୍ତିଙ୍କୁ ସାମିଲ କରିବା, ବିଶେଷକରି ଯେଉଁ ବ୍ୟକ୍ତିମାନେ ନିର୍ବାଚନରେ ପଦପଦବୀ ପରିବର୍ତ୍ତେ ସଂଗଠନକୁ ଦୃଢ କରାଯିବା ଉପରେ ଗୁରୁତ୍ୱ ଦେବେ, ସେମାନଙ୍କୁ ଦଳରେ ସାମିଲ କରିବାକୁ ଡ. ପାଠକ ପରାମର୍ଶ ଦେଇଛନ୍ତି ।
ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଆପ୍ ଓଡ଼ିଶା ଆବାହକ ଶ୍ରୀ ମହାପାତ୍ର କହିଛନ୍ତି, ଓଡ଼ିଶାରେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଲୋକଙ୍କ ମଧ୍ୟରେ ବିରୋଧୀ ଦଳ ଭାବେ ବିଶ୍ୱାସଭାଜନ ହୋଇପାରୁନାହାନ୍ତି । ଶାସକ ବିଜେଡି ସହ ସଲାସୁତୁରା ଯୋଗୁ ଲୋକେ ବିଜେପି ଓ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରୁଛନ୍ତି ଯାହାର ଫାଇଦା ବିଜେଡିକୁ ମିଳୁଛି । ଏଭଳି ସ୍ଥିତିରେ ଆପ୍ ଏକ ଶକ୍ତ ବିକଳ୍ପ ବିରୋଧୀ ଦଳ ଭାବେ ଉଭା ହୋଇ ରାଜ୍ୟବାସୀଙ୍କ ମଧ୍ୟରେ ବିଜେଡି ସରକାର ବିରୋଧୀ ମାନସିକତାକୁ ଉଜାଗର କରାଇବା ସହ ଲୋକଙ୍କୁ ସଚେତନ କରିବ ।
ଓଡ଼ିଶାରେ ଦଳର ସାଂଗଠନିକ ପ୍ରଦର୍ଶନର ବିଶ୍ଳେଷଣ ପରେ ଆଗାମୀ ବିଧାନସଭା ନିର୍ବାଚନରେ ପୂର୍ଣ୍ଣପ୍ରାଣରେ ଲଢିବା ପାଇଁ ଦଳର କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ଦଳ ସ୍ଥାନୀୟସ୍ତରରେ ମାତ୍ର ୭/୮ଟି ସିଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା । ଇତିମଧ୍ୟରେ ୧୩୨ଟି ବିଧାନସଭା ନିର୍ବାଚନମଣ୍ଡଳୀ ଏବଂ ୨୭୦ ବ୍ଲକରେ ଦଳ ତା’ର ସଂଗଠନର ବିସ୍ତାର କରିଛି । ବହୁ ପଞ୍ଚାୟତରେ ମଧ୍ୟ ସଂଗଠନ ବେଶ୍ ସକ୍ରିୟ ହୋଇ କାମ କରୁଛି । ଗଣମାଧ୍ୟମରେ ଚର୍ଚ୍ଚା ହେବା ଓ ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ କରି କାମ କରିବା ଭିତରେ ଫରକ ରହିଛି ।
ଓଡ଼ିଶାରେ ଆପ୍ ସବୁ ଆସନରେ ଲଢିବା ଏବେ କେନ୍ଦ୍ରୀୟ ନେତୃତ୍ୱ ·ହୁଁଛନ୍ତି ।ଏ ଦିଗରେ ସମ୍ପୂର୍ଣ୍ଣ ସହଯୋଗ କେନ୍ଦ୍ରୀୟ ନେତୃତ୍ୱ ଯୋଗାଇ ଦେବେ । ମାସକ ମଧ୍ୟରେ ୩-୪ଟି ବୈଠକ ରାଜ୍ୟରେ ହେବ ଯେଉଁଥିରେ ଡ. ପାଠକ ସାମିଲ ହେବେ । ଗୁଜରାଟରେ ଦଳ ମାତ୍ର ୭ ମାସ ପ୍ର·ର କରି ଯେଉଁଭଳି ସଫଳତା ପାଇଛି, ତାହା ଦଳର ମନୋବଳକୁ ସୁଦୃଢ କରିଛି । ଓଡ଼ିଶାରେ ନିର୍ବାଚନ ହେବାକୁ ବର୍ଷେରୁ ଅଧିକ ସମୟ ଅଛି । ତେଣୁ ଓଡ଼ିଶାରେ ଆଗାମୀ ନିର୍ବାଚନରେ ଦଳ ନିଶ୍ଚୟ ଆଖିଦୃଶିଆ ସଫଳତା ହାସଲ କରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *