୧୫ରୁ କଟିବ ଚାଲାଣ
ଭୁବନେଶ୍ୱର, ୧ଠା୧(ବୁ୍ୟରୋ): ଗାଡ଼ିରେ ହାଇସିକୁ୍ୟରିଟି ନମ୍ବର ପ୍ଲେଟ୍ ନଥିଲେ ଜାନୁଆରୀ ୧୫ ତାରିଖରୁ କଟିବ ଚାଲାଣ । ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ କଟିବ ଚାଲାଣ । ଅତିରିକ୍ତ ପରିବହନ କମିଶନର (ଏନ୍ଫୋର୍ସର୍ମେଣ୍ଟ୍) ଲାଲ ମୋହନ ସେଠୀ ଏକ ପ୍ରେସ୍ ରିଲିଜ୍ ଜରିଆରେ ଏହି ସୂଚନା ଦେଇଛନ୍ତି ।
୨୦୧୯ ଏପ୍ରିଲ ୧ ପୂର୍ବରୁ ପଞ୍ଜୀକୃତ ହୋଇଥିବା ଗାଡ଼ି ତଥା ଯେଉଁ ଗୁଡ଼ିକର ଶେଷ ନମ୍ବର ୧,୨,୩,୪,୫ ଓ ୬ରେ ଶେଷ ହୋଇଥିବ, ସେଗୁଡ଼ିକରେ ହାଇସିକୁ୍ୟରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲାଗି ନଥିଲେ ଆସନ୍ତା ୧୫ ତାରିଖରୁ ଚାଲାଣ କଟାଯିବ । କାରଣ ଏହି ସବୁ ନମ୍ବର ପାଇଁ ହାଇସିକୁ୍ୟରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍
ଲଗାଇବାର ଧାର୍ଯ୍ୟ ସମୟ ଶେଷ ହୋଇଯାଇଛି । ୨୦୨୨ ଡିସେମ୍ବର ୩୧ ସୁଦ୍ଧା ଏହି ସବୁ ନମ୍ବର ଥିବା ଗାଡ଼ିଗୁଡ଼ିକୁ ହାଇସିକୁ୍ୟରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବାକୁ କୁହାଯାଇଥିଲା ।
ଓଡ଼ିଶା ରେଜିଷ୍ଟ୍ରେସନ୍ ମାର୍କ ଓ ରେଜିଷ୍ଟ୍ରେସନ୍ ନମ୍ବର ୭ ଏବଂ ୮ ସହିତ ଶେଷ ହେଉଥିବା ଗାଡ଼ି ଗୁଡ଼ିକରେ ହାଇସିକୁ୍ୟରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବାର ଶେଷ ତାରିଖ ହେଉଛି ଜାନୁଆରୀ ୩୧ । ସେହିପରି ୯ ଓ ୦ ସହିତ ଶେଷ ହେଉଥିବା ଗାଡ଼ି ଗୁଡିକରେ ହାଇସିକୁ୍ୟରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବାର ଶେଷ ତାରିଖ ହେଉଛି ଫେବ୍ରୁଆରୀ ୨୮ । ଏହି ଧାର୍ଯ୍ୟ ସମୟ ଶେଷ ହେଲେ ଏହି ସବୁ ଗାଡ଼ି ଗୁଡ଼ିକର ହାଇସିକୁ୍ୟରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଯାଞ୍ଚ କରାଯିବ ।
ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର୍ (ଏନ୍ଫୋର୍ସର୍ମେଣ୍ଟ) ଲାଲ ମୋହନ ସେଠୀ କହିଛନ୍ତି, ଜାନୁଆରୀ ୯ ତାରିଖ ସୁଦ୍ଧା ସମୁଦାୟ ୩୫,୫୬,୮୧୯ ଗାଡ଼ି ମାଲିକ ସ୍ଲଟ୍ ବୁକ୍ କରିଛନ୍ତି । ଏଥିରୁ ୨୭,୨୪,୯୯୪ଟି ଗାଡ଼ିରେ ହାଇସିକୁ୍ୟରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଯାଇଛି ।