ବେଳାଭୂମିରେ ହକି ମ୍ୟାଚ୍ ଦେଖିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ (ବୁ୍ୟରୋ): ଓଡ଼ିଶା ଆୟୋଜନ କରୁଛି ୨୦୨୩ ପୁରୁଷ ହକି ବିଶ୍ୱକପ । ଏହାକୁ ସ୍ମରଣୀୟ ଓ ଆକର୍ଷଣୀୟ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଗ୍ରହଣ କରିଛି ବିବିଧ କାର୍ଯ୍ୟକ୍ରମ । ଚଳିତ ମାସ ୧୧ ତାରିଖ ଅପରାହ୍ଣରେ କଟକ ବାରବାଟୀ ଷ୍ଟାଡିୟମ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ । ଏଥିରେ ବଲିଉଡ କଳାକାର ରଣବୀର ସିଂ, ଦିଶା ପଟାନୀ, ଗାୟକ ପ୍ରୀତମ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି କ୍ରୀଡ଼ା ବିଭାଗ ସୂତ୍ରରୁ ପ୍ରକାଶ ।
ଏହାର ସିଧାପ୍ରସାରଣ ଏଲ୍ଇଡି ଟିଭି ମାଧ୍ୟମରେ ପୁରୀ ସମୁଦ୍ରକୂଳ ଭିକ୍ଟୋରିଆ ହୋଟେଲ ସମ୍ମୁଖରେ ‘ସିଟି ଫେଷ୍ଟ ଇନ୍ ଓଲିସ୍ ଲ୍ୟାଣ୍ଡ’ ନାମରେ ନାମିତ ହୋଇ ସେଠାରେ ବ୍ୟବସ୍ଥା କରାଯାଇଛି । ବିଶ୍ୱକପର ଏକ ପ୍ରତିକୃତି ସ୍ଥାପିତ ହୋଇଛି । ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା, ଫୁଡ୍ ପାର୍କର ଆୟୋଜନ କରାଯାଇଛି ।
ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ବିଶ୍ୱକପର ସମସ୍ତ ମ୍ୟାଚ୍ ସିଧା ପ୍ରସାରଣ କରାଯିବ । ବିରତି ସମୟରେ ସାଂସ୍କୃତିକ ଓ କ୍ରୀଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ସେହିପରି ସମସ୍ତ ବ୍ଲକ୍, ଏନ୍ଏସି ଓ ପଞ୍ଚାୟତମାନଙ୍କରେ ମଧ୍ୟ ଏଲ୍ଇଡି ଟିଭି ମାଧ୍ୟମରେ ଉଦ୍ଘାଟନ କାର୍ଯ୍ୟକ୍ରମ ଏବଂ ବିଶ୍ୱକପର ସମସ୍ତ ମ୍ୟାଚ୍ର ସିଧା ପ୍ରସାରଣ କରାଯିବ । ଆଜି ଜିଲ୍ଲାପାଳ ଶ୍ରୀ ବର୍ମା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ ସାହୁ, ପର୍ଯ୍ୟଟନ ସହକାରୀ ନିଦେ୍ର୍ଦଶକ ସରୋଜ କୁମାର ପ୍ରଧାନ ପ୍ରମୁଖ କ୍ଷେତ୍ର ପରିଦର୍ଶନ କରି କାର୍ଯ୍ୟ ସମୀକ୍ଷା କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *