ପେରୁରେ ହିଂସାକାଣ୍ଡ, ୧୭ ନିହତ
ନୂଆଦିଲ୍ଲୀ (ଏଜେନ୍ସି): ବ୍ରାଜିଲ ପରେ ପେରୁରେ ଘଟିଛି ହିଂସାକାଣ୍ଡ । ବିକ୍ଷୋଭକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟି ୧୭ ଜଣ ପ୍ରାଣ ହରାଇଛନ୍ତି । ଏହି ଘଟଣା ଜୁଲିଆକା ଏୟାରପୋର୍ଟରେ ଘଟିଛି । ପେରୁ ରାଷ୍ଟ୍ରପତି ଦିନା ବେଲୁଆଟୋଙ୍କୁ ହଟାଇବାକୁ ସାଧାରଣ ଜନତା ଦାବି କରୁଛନ୍ତି । ଆନେ୍ଦାଳନକାରୀମାନେ ବିମାନବନ୍ଦର କବଜାକୁ ନେବା ଲାଗି ପ୍ରୟାସ କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ସହିତ ସେମାନଙ୍କର ସଂଘର୍ଷ ହୋଇଥିଲା । ସଂଘର୍ଷରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିଊର ଓ ମୃତକଙ୍କ ମଧ୍ୟରେ ୨ ଜଣ ନାବାଳକ ଅଛନ୍ତି । ତେବେ ଘଟଣାର ଯାଞ୍ଚ କରିବା ପାଇଁ ନିଦେ୍ର୍ଦଶ ଜାରି ହୋଇଛି । ଏଏଫ୍ପିକୁ ଜଣେ ସ୍ଥାନୀୟ ଅଧିକାରୀ କହିଛନ୍ତି, ସଂଘର୍ଷ ଜୁଲିଆକା ସହରର ଦକ୍ଷିଣ-ପୂର୍ବରେ ଥିବା ପୁନୋ ଅଞ୍ଚଳରେ ହୋଇଛି । ଆନେ୍ଦାଳନକାରୀ ଦେଶର ରାଷ୍ଟ୍ରପତି ଦିନା ବୋଲୁଆଟୋଙ୍କୁ ହଟାଇବାକୁ ଦାବି କରୁଥିଲେ । ସୂଚନାଯୋଗ୍ୟ, ୭ ଡିସେମ୍ବର ୨୦୨୨ରେ ତକ୍ରାଳୀନ ରାଷ୍ଟ୍ରପତି ପେଡ୍ରୋ କାଷ୍ଟିଲୋଙ୍କୁ ହଟାଇ ଗିରଫ କରାଯାଇଥିଲା । ତାଙ୍କ ପରେ ବୋଲୁଆଟୋ ରାଷ୍ଟ୍ରପତି ହୋଇଛନ୍ତି ।