ସ୍ୱାସ୍ଥ୍ୟକାର୍ଡ ରିନୁ୍ୟଆଲ୍ ନାଁରେ ଠକେଇ
କଟକ/ଫୁଲନଖରା (ବୁ୍ୟରୋ): ବିଏସ୍କେୱାଇ ହିତାଧିକାରୀଙ୍କ କାର୍ଡ ନବୀକରଣ ନାଁରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଏକ ଘରୋଇ ହସ୍ପିଟାଲର ପ୍ର୍ରଶାସନିକ କର୍ମଚାରୀଙ୍କ ସମେତ ୫ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ୪୨ ମୌଜା କୁଳସରିଚୁଆଁର ଲକ୍ଷ୍ମୀଧର ସ୍ୱାଇଁ(୫୨), ତଳିପଡାର ତ୍ରିନାଥ ବେହେରା(୬୫), ବାଦାମବାଡି ଥାନା ନୁ୍ୟ ଏଲ୍ଆଇସି କଲୋନୀ କ୍ୱାର୍ଟର ନଂ ୟୁ /୧୩ରେ ରହୁଥିବା ଶୁଭ୍ରାଂଶୁ ଶେଖର ରାଉତ(୨୭), ୪୨ ମୌଜା ବଣ୍ଟଣିଆର ଉମାକାନ୍ତ ଶାସେନୀ(୪୯) ଓ ଅରୁଣୋଦୟ ନଗରର ବିନୟ ସନ୍ତୁକା (୪୯) ।
ପୁଲିସ ସୂଚାନୁସାରେ ଏହି ଥାନା ଏରଞ୍ଚର କୃଷ୍ଣଚନ୍ଦ୍ର ଭୋଇ ନାମକ ଜଣେ ବିଏସକେୱାଇ ହିତାଧିକାରୀଙ୍କ କାର୍ଡ ରିନୁ୍ୟଆଲ ପାଇଁ ସାଉଥ ପଏଣ୍ଟ ହସ୍ପିଟାଲର କର୍ମଚାରୀ ୨ ହଜାର ଟଙ୍କା ମାଗିଥିଲେ । ହସ୍ପିଟାଲର ପ୍ରଶାସକ ଶୁଭ୍ରାଂଶୁ ଓ ତାଙ୍କର ଅନ୍ୟ ଜଣେ ସହଯୋଗୀଙ୍କ କଥାରେ ଶ୍ରୀ ଭୋଇ ଡାକ୍ତରଖାନାକୁ ଆସିବା ପରେ ହସ୍ପିଟାଲ୍ର ମାଲିକ ବିନୟ ସନ୍ତୁକା ତାଙ୍କୁ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହାସହ ଶ୍ରୀ ଭୋଇଙ୍କ ଟିପଚିହ୍ନ ଓ ବିଏସକେୱାଇ ସ୍ୱାଇପ୍ ମେସିନ୍ରେ କାର୍ଡ ସ୍ୱାଇପ୍ କରି ତାଙ୍କୁ ବିଦା କରି ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ଶ୍ରୀ ଭୋଇଙ୍କର ଚିକିତ୍ସା ଆଳରେ
ଲକ୍ଷାଧିକ ଟଙ୍କା ଉଠାଇ ନେଇଥିଲେ । କୌଣସି ସୂତ୍ରରୁ ସୁରାକ ପାଇ ଅଭିଯୋଗକାରୀ ଶ୍ରୀ ଭୋଇ କାର୍ଡର ସ୍ଥିତି ଯାଞ୍ଚ କରିବା ପରେ ଏହି ତଥ୍ୟ ପଦାକୁ ଆସିଥିଲା । ୪୨ ମୌଜା ଥାନା ପୁଲିସ ଏ ସମ୍ପର୍କରେ କେସ୍ ନଂ ୯/୨୩ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ଦହ ଏଥିରେ ଜଡ଼ିତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ।