ଟ୍ରାଙ୍କୁଲାଇଜ୍ କରି ଦନ୍ତାକୁ ଚନ୍ଦକା ନେଲେ

ପୁରୀ, ୧ଠା୧(ବୁ୍ୟରୋ): ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାତର ଭାବେ ୮ ଦିନ ଧରି ଦନ୍ତା ଆତଙ୍କ ଖେଳାଇଥିଲା । ଏପରିକିତାକୁ ଘଉଡାଇବା ଲାଗି ପୁରୀ ଓ ଖୋର୍ଦ୍ଧା ବିନବିଭାଗ ପକ୍ଷରୁ ୫୦ରୁ ଉଦ୍ଧ୍ୱର୍ କର୍ମଚାରୀ ନିୟୋଜିତ ହୋଇଥିଲେ ହେଁ ସଫଳହୋଇ ପାରିନଥିଲେ । ଦନ୍ତା ଖୋର୍ଦ୍ଧାରୁ ଡେଲାଙ୍ଗ, ଚନ୍ଦନପୁର, ଖଣ୍ଡିଆବନ୍ଧ, ବାଲିଗୁଆଳି ଦେଇ ଶେଷରେ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ରୋଡ ନିକଟବର୍ତ୍ତୀ ବାଲୁଖଣ୍ଡ ଅଭୟାରଣ୍ୟରେ ପହଞ୍ଚିଥିଲା । ହେଲେ ଦନ୍ତା କାର୍ଯ୍ୟରେ ନିୟୋଜିତ ହୋଇଥିବା ଅଧି କାରୀମାନେ ବିଭିନ୍ନ କସରତ କରିଥିଲେ । କିନ୍ତୁ ଶେଷରେ ବାଲୁଖଣ୍ଡ ଜଙ୍ଗଲରେ ଦନ୍ତାକୁ ବାଧ୍ୟ ହୋଇ ଟ୍ରାଙ୍କୁଲାଇଜ୍ କଲାବନ ବିଭାଗ । ଟ୍ରାଙ୍କୁଲାଇଜ୍ କରିବା ପରେ ଏକ ଟ୍ରକ୍ ଯୋଗେ ପୁରୀରୁ ଚନ୍ଦକା ଜଙ୍ଗଲକୁ ପଠାଇଛି ବନବିଭାଗ । ମଙ୍ଗଳବାର ବି ଳମ୍ବିତ ରାତିରେ ଦନ୍ତା ଚନ୍ଦକାରେ ପହଞ୍ଚିବ ବୋଲି ବନବିଭାଗର ଅଧିକାରୀମାନେ ସୂଚନା ଦେଇଛନ୍ତି । ଦନ୍ତାଙ୍କୁ ବନବିଭାଗ ଓ ବିଷେଞଦଳଙ୍କ ମିଳିତ ଭାବେ ଦନ୍ତାଙ୍କୁ ଟ୍ରାଙ୍କୁଲାଇଜ୍ କରିବାରେ ସଫଳ ହୋଇଥିଲେ । ପ୍ରକୃତି ନିବାସ ନିକଟ ସମୁଦ୍ରପାଖରୁ ହାତୀଟିକୁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା । ସୂଚନାଥାଉକି,ସୋମବାର ବିଳମ୍ବିତ ରାତିରେ ଦନ୍ତା ଚନ୍ଦନପୁର ଅଞ୍ଚଳକୁ ଛାଡି ଭା ର୍ଗବୀ ନଦୀ ଡେଇଁ ପୁରୀ-ଭୂବନେଶ୍ୱର ଜାତୀୟ ରାଜପଥ କଡ ତଳଜଙ୍ଗ ଗ୍ରାମରେ ପହଞ୍ଚିବା ପରେ ବନବିଭାଗ ଠାବ କରିଥି ଲା । ପରେ ଅନ୍ଧାର ଯେତେ ବଢିଲା ଦନ୍ତା ପୁରୀ ସହର ନିକଟବର୍ତ୍ତୀ ଅଠରନଳା ନିକଟ ଖଣ୍ଡିଆବନ୍ଧରେ ପହଞ୍ଚିଥିଲେ ।ରାତ୍ର ସାଢେ ୧୨ଟାରେ ଦନ୍ତା ହାତୀଟି ସହରର ମାଟିତୋଟା ଅଞ୍ଚଳରେ ପ୍ରବେଶ କରିଥିଲା । ଲୋକ ରହୁଥିବା ଅଞ୍ଚଳରେ ହାତୀର ପ୍ରବେଶ ଦେଖି ବନବିଭାଗ କର୍ମଚାରୀଙ୍କ ଚିନ୍ତା ବଡି ଯାଇଥିଲା । ଏପରିକି ସେମାନେ ଡାକବାଜି ଯନ୍ତ୍ର ମାଧ୍ୟମରେ କେହି ଘରୁ ବାହାରକୁ ନ ଆସିବା ଲାଗି ଅନୁରୋଧ କରିଥିଲେ ।
ତତ୍ ସହିତ ହାତୀକୁ ଅତି ନିକଟରୁ ସହରାବାସୀ ଦେଖିଲା ପରେ ସେମା ନଙ୍କ ମନରେ ଭୟ ଜାତ ହେବା ସହ ଘରର କବାଟ ବନ୍ଦ କରି ଆଶଙ୍କା ମଧ୍ୟରେ ରହିଥିଲେ । ସେହି ସମୟରେ ବନବିଭାଗ କର୍ମଚାରୀମାନେ ଯେତେ ଘଉଡାଇବା ଲାଗି ଉଦ୍ୟମ କରୁଥିଲେ ସୁଦ୍ଧା ସମ୍ଭବ ହୋଇପାରିନଥିଲା । ଅନ୍ୟପକ୍ଷରେ ଦନ୍ତାହାତୀଟି ବିଳମ୍ବିତ ରାତିରେ ବାଲୁଗୁଆଳି ଦେଇ ବାଲୁଖଣ୍ଡ ଅଭୟାରଣ୍ୟରେ ପ୍ରବେଶ କରିଥିଲା । ସକାଳେ ବନବିଭାଗର ଅଧିକାରୀମାନେ ଠାବ କରିବା ପରେ ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରିବା ପରିବର୍ତ୍ତେ ଅନ୍ୟ କୌଣସି ଉପାୟ ପାଇନଥିଲା ବନବିଭାଗ । ଶେଷରେବି ଶେଷଞ ଦଳଙ୍କ ସହୟତାରେ ହାତୀଟିକୁ ଟ୍ରାଙ୍କୁଲାଇଜେସନ୍ କରିବା ପରେ ଏକ ଟ୍ରକରେ ହାତୀଟିକୁ ଲୋଡ କରି ଚନ୍ଦକାଜଙ୍ଗଲ ଅଭିମୁଖେ ନେଇଥିଲା ବନବିଭାଗ । ଅନ୍ୟପଟରେ ଦନ୍ତା ହାତୀର ଶରୀର ଉପରେ ମଧ୍ୟ ନଜର ରଖଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *