୫ଠ ହଜାର ବର୍ଷ ପରେ ସବୁଜ ଧୂମକେତୁ

ନୂଆଦିଲ୍ଲୀ, ୯ା୧: ପ୍ରାୟ ୫୦ ହଜାର ବର୍ଷ ପରେ ବିରଳ ମହାଜାଗିତ ପ୍ରକ୍ରିୟା ଆରମ୍ଭ ହୋିଛି । ଚଳିତ ସପ୍ତାହରେ ଅଧିକ ଆଲୋକିତ ହେବ ରାତି । ରାତି ଆକାଶରେ ଦେଖାଯିବ ଅନେକ ଉଜ୍ଜ୍ୱଳ ଗ୍ରହ, ଉପଗ୍ରହ ଓ ନକ୍ଷତ୍ର । ସୋମବାରଠାରୁ ୧୫ ତାରିଖ ପର୍ଯ୍ୟନ୍ତ ରାତି ଆକାଶରେ ମହାଜାଗତିକ ଦୃଶ୍ୟ ଧେଖିବାକୁ ମିଳିବ । ଅତି ଉଜ୍ଜଳ ବସ୍ତୁ ଦ୍ୱାରା ଆକାଶ ଆଲୋକିତ ହେବ । ରାତିରେ ଚନ୍ଦ୍ର ୯୧ ପ୍ରତିଶତ ଅଧିକ ଆଲୋକ ଦେବ ଓ ଏହା ପ୍ରଭାବରେ ରାତି ଅଧିକ ଉଜ୍ଜ୍ୱଳ ହୋଇ ଉଠିବ । ରେଗୁଲସ୍ ନାମକ ତାରାକୁ ଚନ୍ଦ୍ର ଅତିକ୍ରମ କରିବା ବେଳେ ଅଧିକ ଆଲୋକିତ ହେବ । ୧୦ ତାରିଖରେ ମଧ୍ୟ ଚନ୍ଦ୍ର ୮୪ ପ୍ରତିଶତ ଅଧିକ ଆଲୋକିତ ଦେଖାଯିବ ।
୧୧ ତାରିଖରେ ଦକ୍ଷିଣ ଆକାଶରେ ଦେଖିବାକୁ ମିଳିବ ମଙ୍ଗଳ ଗ୍ରହ । ୧୨ ତାରିଖରେ ଏକ ଧୂମକେତୁ ସୂର୍ଯ୍ୟଙ୍କ ନିକଟରେ ଅତିକ୍ରମ କରିବ । ଏହି ଧୂମକେତୁ ଉତ୍ତର ଦିଗରେ ଦେଖିବାକୁ ମିଳିବ । ୧୪ରେ ସ୍ପିକା ନାମକ ଉଜ୍ଜ୍ୱଳ ତାରା ନିକଟଦେଇ
ଚନ୍ଦ୍ର ଗତି କରିବା ଯୋଗୁ ଏହା ୪୭ ପ୍ରତିଶତ ଉଜ୍ଜଳ ଦେଖାଯିବ । ସେହିପରି ଦକ୍ଷିଣ ଆକାଶରେ ବୃହସ୍ପତି ଗ୍ରହକୁ ଦେଖିବାକୁ ମିଳିବ । ଏତେସବୁ ମହାଜାଗତିକ ଦୃଶ୍ୟ ଚଳିତ ସପ୍ତାହରେ ଦେଖାଯାଉଥିବାକୁ ପୂର୍ବାପେକ୍ଷା ରାତି ଅଧିକ ଉଜ୍ଜ୍ୱଳ ଦେଖାଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *