ପୁଣି ଡରାଇଲା ଚୀନ

ତାଇୱାନ ଉପକୂଳରେ ସମରାଭ୍ୟାସ
ତାଇପେଇ (ଏଜେନ୍ସି): ପୁଣି ତାଇୱାନ ଉପକୂଳରେ ଯୁଦ୍ଧାଭ୍ୟାସ କରିଛି ଚୀନ । ରବିବାର ଚୀନ ସେନା (ପିଏଲଏ) ପକ୍ଷରୁ ଏହି ଯୁଦ୍ଧାଭ୍ୟାସ କରାଯାଇଥିବା ସୂଚନା ମିଳିଛି । ସମରାଭ୍ୟାସରେ ଲଢୁଆ ବିମାନ ଓ ଯୁଦ୍ଧ ଜାହାଜ ବ୍ୟବହାର କରାଯାଇଥିଲା । ଗତ ଏକ ମାସ ମଧ୍ୟରେ ତାଇୱାନ ଉପକୂଳରେ ଚୀନର ଏହା ୨ୟ ସମରାଭ୍ୟାସ । ତାଇୱାନକୁ ସମର୍ଥନ କରୁଥିବା ଦେଶଗୁଡ଼ିକର ମୁକାବିଲା କରବା ନିମନ୍ତେ ନିଜକୁ ପ୍ରସ୍ତୁତ ରଖିବା ଓ ଜବାବ ଦେବାକୁ ସମରାଭ୍ୟାସ କରାଯାଇଥିବା ଚୀନ କହିଛି । ଅନ୍ୟପକ୍ଷରେ ତାଇୱାନ ପକ୍ଷରୁ ସମରାଭ୍ୟାସକୁ ବିରୋଧ କରାଯାଇଛି । ତାଇୱାନର ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ ଚୀନର ୫୭ଟି ଯୁଦ୍ଧ ବିମାନ ଓ ୪ଟି ଜାହାଜ ସମରାଭ୍ୟାସରେ ଭାଗ ନେଇଥିଲେ । ସେଥିରୁ ୨୮ଟି ବିମାନ ତାଇୱାନ ସୀମା ନିକଟରେ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *