ହାତୀ ଘଉଡ଼ାଇବାକୁ ୫ଠ କର୍ମଚାରୀ ନିୟୋଜିତ

ଡେଲାଙ୍ଗ ପରେ ଚନ୍ଦନପୁରରେ ଆତଙ୍କ
ପୁରୀ (ବୁ୍ୟରୋ): ଡେଲାଙ୍ଗ ପରେ ଏବେ ଚନ୍ଦନପୁରରେ ହାତୀ ଆତଙ୍କ । ଦନ୍ତା ହାତୀଟି ଖାଦ୍ୟ ଅନ୍ୱେଷଣରେ ଚନ୍ଦକା ଜଙ୍ଗଲରୁ ଖୋର୍ଦ୍ଧା ବନଖଣ୍ଡ ଦେଇ ଗତ ରବିବାର ଡେଲାଙ୍ଗ ଅଞ୍ଚଳରେ ପହଞ୍ଚିଥିବା ବେଳେ ସୋମବାର ସକାଳୁ ସକାଳୁ ଦନ୍ତା ୨୦ କିମି ରାସ୍ତା ଅତିକ୍ରମ କରି ଚନ୍ଦନପୁରର କୁଞ୍ଜନପୁରରେ ପହଞ୍ଚôଛି । ଏନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି । ସେମାନେ ଅତି ନିକଟରୁ କେବେ ଦନ୍ତା ଦେଖି ନ ଥିଲେ । ପ୍ରଥମଥର ପାଇଁ ନିକଟରୁ ଦେଖିଥିବା ସ୍ଥାନୀୟ ବାସିନ୍ଦା ସୂଚନା ଦେଇଛନ୍ତି ।
ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଆମ୍ଭ ଅଞ୍ଚଳରେ ଦନ୍ତା ଏଭଳି ଆସି ବୁଲିବା ପ୍ରଥମ ଘଟଣା । ତାହାକୁ ଦେଖିବା ପରେ ମନରେ ଭୟ ସୃଷ୍ଟି ହେଉଛି । ଏପରିକି ଗାଁର ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ଘରୁ ବାହାରକୁ ବାହାରୁନାହାନ୍ତି । ପୁରୀ ବନ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚି ଦନ୍ତା ଉପରେ ନଜର ରଖିଛନ୍ତି । କାର୍ଯ୍ୟରେ ୫୦ରୁ ଊଦ୍ଧ୍ୱର୍ ବନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।
ଏ ସମ୍ପର୍କରେ ବନ ବିଭାଗର ବରିଷ୍ଠ ଅଧିକାରୀ ରାମସ୍ୱାମୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଦନ୍ତା ଖାଦ୍ୟ ଅନ୍ୱେଷଣରେ ଚନ୍ଦକା ଜଙ୍ଗଲରୁ ଆସି ଖୋର୍ଦ୍ଧା ବନଖଣ୍ଡ ଦେଇ ଡେଲାଙ୍ଗରେ ପହଞ୍ଚିଥିଲା । ଆଜି ଚନ୍ଦନପୁରରେ ପହଞ୍ଚôଛି । ତେବେ ହାତୀଟି ଦିନରେ କୁଆଡ଼େ ଗତି କରିପାରେ ନାହିଁ । ସେଥିଲାଗି ହାତୀଟି ରହିଥିବା ଅଞ୍ଚଳକୁ କାବୁ କରାଯାଇଛି । ସଞ୍ଜ ହେଲା ପରେ ହାତୀର ଗତିକୁ ଅନୁଧ୍ୟାନ କରି ତାକୁ ଘଉଡ଼ାଇବା ଲାଗି ଯୋଜନା କରାଯାଇଛି । ବନବିଭାଗ ହାତୀକୁ ଘଉଡ଼ାଇବାରେ କେତେ ସଫଳତା ହେଉଛି ତାହା ଉପରେ ସମସ୍ତଙ୍କ ନଜର ।
ସୂଚନାଥାଉକି, ଡେଲାଙ୍ଗ ଓ କଣାସରେ ରବିବାର ରାତିରେ ହାତୀ ବୁଲୁଥିବାର ଲୋକେ ଦେଖିଥିଲେ । ସୋମବାର ଭୋର ସମୟରେ ଚନ୍ଦନପୁର ପ୍ରତାପ ପୁରୁଷୋତ୍ତମପୁର, ପାଙ୍କଳ ଓ କୃଷ୍ଣଜନପୁର ଅଞ୍ଚଳରେ ହାତୀ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଉକ୍ତ ଘଟଣାକୁ ସ୍ଥାନୀୟ ଅଞ୍ଚଳରେ କ୍ଷୀପ୍ରଗତିରେ ଖବର ପ୍ରସାରିତ ହୋଇଥିଲା । ଗ୍ରାମବାସୀଙ୍କ ପକ୍ଷରୁ ତୁରନ୍ତ ହାତୀକୁ ଟ୍ରାଙ୍କୁଲାଇଜେସନ କରି ଗାଁରୁ ନେବାକୁ ବନବିଭାଗକୁ ଅନୁରୋଧ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *