ଜଳିଗଲା ତୀର୍ଥଯାତ୍ରୀ ବସ୍

ସାକ୍ଷୀଗୋପାଳରେ ଅଭାବନୀୟ ଘଟଣା
ପୁରୀ/ସାକ୍ଷୀଗୋପାଳ (ବୁ୍ୟରୋ): ସୋମବାର ଅପରାହ୍ଣରେ ସାକ୍ଷୀଗୋପାଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାକ୍ଷୀଗୋପୀନାଥ ମନ୍ଦିର ପାଶ୍ୱର୍ ପାଚେରି ନିକଟରେ ହୁ ହୁ ହୋଇ ଜଳିଲା ଗଙ୍ଗାସାଗର ଯାତ୍ରୀଙ୍କ ବସ୍ । ବସ୍ରେ ଆସିଥିବା ୬୦ରୁ ଊଦ୍ଧ୍ୱର୍ ପର୍ଯ୍ୟଟକ ସୁରକ୍ଷିତ ରହିଛନ୍ତି । ଅଗ୍ନିକାଣ୍ଡର ବେଗ ଏତେମାତ୍ରାରେ ଥିଲା ଯେ କିଛି ସମୟ ମଧ୍ୟରେ ବସ୍ଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଖବରପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ବସ୍ରେ କିଭଳି ଅଗ୍ନିକାଣ୍ଡ ଘଟିଲା ତାହା ସ୍ପଷ୍ଟ ଜଣାପଡ଼ି ନାହିଁ ।
ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ, ବସ୍ ନିକଟରେ ଯାତ୍ରୀମାନେ ଖାଇବା ଲାଗି ଗ୍ୟାସ୍ରେ ରୋଷେଇ କରୁଥିବା ବେଳେ ସେହି ନିଆଁ ବସ୍କୁ ବ୍ୟାପୀ ଥିଲା । ସବୁଠାରୁ ବଡ଼ କଥା ସାକ୍ଷୀଗୋପୀନାଥ ଠାକୁରଙ୍କ କୃପାରୁ କୌଣସି ଯାତ୍ରୀଙ୍କ କିଛି କ୍ଷୟକ୍ଷତି ହୋଇନାହିଁ । କେବଳ ସେମାନଙ୍କ ଆସବାବପତ୍ର ପୋଡ଼ି ଯାଇଥିବା ଜଣାପଡ଼ିଛି । ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରା ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବା ସହ ଯାତ୍ରୀଙ୍କ ଭଲ ମନ୍ଦ ବୁଝିଥିଲେ । ସ୍ଥାନୀୟ ମନ୍ଦିର ସେବାୟତ ଓ ବାସିନ୍ଦା ମଧ୍ୟ ପର୍ଯ୍ୟଟକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ।
ଖବରନେବାରୁ ଜଣାଯାଇଛି ଯେ, ମଧ୍ୟପ୍ରଦେଶର ଭିଣ୍ଟି ଜିଲ୍ଲାର ଗଙ୍ଗା ସାଗର ଯାତ୍ରୀଙ୍କୁ ନେଇ ଏକ ବସ୍ ସାକ୍ଷୀଗୋପାଳ ମନ୍ଦିର ଆସିଥିଲା । ସେମାନେ ମନ୍ଦିର ପଛପାଶ୍ୱର୍ ସତ୍ୟବାଦୀ ହାଇସ୍କୁଲ ଫାଟକ ସମ୍ମୁଖରେ ବସ୍ଟି ରହିଥିଲା । ଅପରାହ୍ଣ ସାଢ଼େ ୨ଟାରେ ହଠାତ୍ ବସ୍ଟି ହୁ ହୁ ହୋଇ ଜଳିଥିଲା । ଅଗ୍ନିକାଣ୍ଡର କିଛି ସମୟ ମଧ୍ୟରେ ସ୍ଥାନୀୟ ଅଞ୍ଚଳର ଆକାଶ ପାଲଟିଥିଲା ଧୂଆଁ ଓ ନିଆଁମୟ । ପରେ ପରେ ନିଆଁକୁ ଦେଖି ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ଅଧିକାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଖବରପାଇ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ. ସମ୍ବିତ୍ ପାତ୍ର, ଓମ୍ପ୍ରକାଶ ମିଶ୍ର, ବିଧାୟକ ଉମାକାନ୍ତ ସାମନ୍ତରାୟ, ବ୍ଲକ୍ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ବିଡିଓ ଲୋଚନ ଦାଶଙ୍କ ସମେତ ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟ ପହଞ୍ଚô ବିପନ୍ନ ଯାତ୍ରୀଙ୍କୁ ସହୟତା ପ୍ରଦାନ କରିଥିଲେ ।
ଜିଲ୍ଲା ପ୍ରଶାସନ ନିଦେ୍ର୍ଦଶକ୍ରମେ ସ୍ଥାନୀୟ ଯାତ୍ରୀନିବାସରେ ସମସ୍ତ ଯାତ୍ରୀ ରାତ୍ରୀଯାପନ କରିବେ । ତତ୍ସହିତ ସେମାନଙ୍କ ଲାଗି ଖାଦ୍ୟ, ପାନୀୟ ଓ ପୋଷାକ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି । ସେମାନଙ୍କୁ କିଭଳି ସୁରକ୍ଷିତ ସେମାନଙ୍କ ରାଜ୍ୟକୁ ପଠାଯିବ ସେ ନେଇ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଏମାନଙ୍କର ପ୍ରତ୍ୟେକ୍ଷ ସୁରକ୍ଷା ଦାୟିତ୍ୱରେ ବିଡିଓ, ତହସିଲ୍ଦାର ଓ ଥାନାଧିକାରୀଙ୍କୁ ନିୟୋଜିତ କରାଯାଇଛି । ଅନ୍ୟପକ୍ଷରେ ଅଗ୍ନିବିପନ୍ନଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସହାୟତାର ହାତ ବଢ଼ାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *