ଯୋଶୀମଠରେ ତ୍ରାହି-ତ୍ରାହି
ଅସୁରକ୍ଷିତ ସହର ଘୋଷିତ
ଏନ୍ଡିଆର୍ଏଫ୍ ଓ ଏସ୍ଡିଆର୍ଏଫ୍ ମୁତୟନ
୬୦ରୁ ଅଧିକ ପରିବାର ସ୍ଥାନାନ୍ତର
ଶଙ୍କରାଚାର୍ଯ୍ୟ ମଠ ଶିବଲିଙ୍ଗ ବି ଫାଟିଲା
କଲୋନୀ ଖାଲି କଲେ ଆଇଟିବିପି ଯବାନ
ଯାଞ୍ଚ ପାଇଁ ଆସୁଛନ୍ତି କେନ୍ଦ୍ରୀୟ ଏଜେନ୍ସି
ପିଏମ୍ଓରେ ସମୀକ୍ଷା ବୈଠକ
ଉତ୍ତରକାଶୀ, ନୈନିତାଲ ପ୍ରତି ବିପଦ
ଡେରାଡୁନ, ୮ ।୧: ପାହାଡ଼ୀ ସହର ଯୋଶୀମଠ ଦବିଯାଉଥିବାବେଳେ ସହରର ପ୍ରତ୍ୟେକ ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ କରିବା ପାଇଁ ସବୁ ମହଲରେ ଦାବି ହେଉଥିବାବେଳେ ବିଶେଷଜ୍ଞମାନେ କହିଛନ୍ତି, କେବଳ ଯୋଶୀମଠ ନୁହେଁ, ହିମାଳୟ ପାଦଦେଶରେ ଥିବା ଅନେକ ସହର ପ୍ରତି ଅନୁରୂପ ରିସ୍କ ରହିଛି । ଏହିସବୁ ଇଲାକା ଯେଉଁ ‘ଇଣ୍ଡିଆନ୍ ପ୍ଲେଟ୍’ ଉପରେ ଅବସ୍ଥିତ । ‘ୟୁରେସିଆନ୍ ପ୍ଲେଟ୍’ ଧକ୍କା ଦେବା ଯୋଗୁ ମେନ୍ ସେଣ୍ଟ୍ରାଲ୍ ଥ୍ରଷ୍ଟ (ଏମ୍ସିଟି-୨) ପ୍ରକ୍ରିୟା ପୁନଃ ସକ୍ରିୟ ହୋଇଛି । ଉତ୍ତରାଖଣ୍ଡର ବିସ୍ତୃତ ଇଲାକା ଏମ୍ସିଟି-୨ ଜୋନ୍ ମଧ୍ୟରେ ଅବସ୍ଥିତ । ଏମ୍ସିଟି-୨ ପୁନଃ ସକ୍ରିୟ ହେଲେ ଭୂପୃଷ୍ଠର ମାଟି ସିଧା ତଳକୁ ଦବେ । କେବେ ଏମ୍ସିଟି-୨ ପ୍ରକି୍ରୟା ପୁନଃ ସକ୍ରିୟ ହୁଏ, କୌଣସି କେନ୍ଦ୍ର ପକ୍ଷରୁ ରାଜ୍ୟକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି । ଇତିମଧ୍ୟରେ ଉତ୍ତରାଖଣ୍ଡ ସରକାର ହାଇଦ୍ରାବାଦସ୍ଥିତ ରାଷ୍ଟ୍ରୀୟ ସୁଦୂର ସଂବେଦନ କେନ୍ଦ୍ର (ଏନ୍ଆର୍ଏସ୍ସି) ଓ ଡେରାଡୁନ୍ ସ୍ଥିତ ଆଇଆଇଆର୍ଏସ୍କୁ ସାଟେଲାଇଟ୍ ମାଧ୍ୟମରେ ଯୋଶୀମଠ କ୍ଷେତ୍ରର ଅଧ୍ୟୟନ କରି ଫଟୋ ସହ ବିସ୍ତୃତ ରିପୋର୍ଟ ଦେବାକୁ କହିଛନ୍ତି । ବିସ୍ଥାପିତ ପରିବାରମାନଙ୍କ ଥଇଥାନ ପାଇଁ ଚିହ୍ନଟ ହୋଇଥିବା କୋଟି ଫାର୍ମ, ପାଦପ ସଂସ୍ଥାନ ଓ ବାଗୱାନି ବିଭାଗର ଜମି ତଥା ପିପ୍ପଲକୋଟିର ସେମାଲଡାଲା ଇଲାକାର ଉପଯୁକ୍ତତା ପରୀକ୍ଷଣ କରିବା ଲାଗି କୁହାଯାଇଛି ।ଗଢ଼ୱାଲ୍ର ଆୟୁକ୍ତ ସୁଶୀଲ୍ କୁମାର କହିଛନ୍ତି, ସ୍ଥାନୀୟ ପ୍ରଶାସନ ପକ୍ଷରୁ ସହରର ୪/୫ଟି ସ୍ଥାନରେ ରିଲିଫ୍ କେନ୍ଦ୍ର ସ୍ଥାପନ କରାଯାଇଛି । ଅତିକମ୍ରେ ୯୦ ପରିବାରଙ୍କୁ ସ୍ଥାନାନ୍ତର କରିବା ଜରୁରୀ । ଇତିମଧ୍ୟରେ ୬୦ରୁ ଅଧିକ ପରିବାରଙ୍କୁ ନିରାପଦ ସ୍ଥାନକୁ ପଠାଇ ଦିଆଯାଇଛି । ଭୂସ୍ଖଳନ କ୍ଷେତ୍ର ଭିତରେ ଥିବା ୬୦୩ ଘରେ ଲାଲ୍ ପତାକା ଲଗାଯାଇଛି । ଚମରୀ ଜିଲ୍ଲାପାଳ ହିମାଂଶୁ ଖୁରାନା କ୍ଷୟକ୍ଷତିର ଆକଳନ ପାଇଁ ପ୍ରଭାବିତ ଇଲାକାରେ ଘରକୁ ଘର ବୁଲି ଲୋକଙ୍କୁ ରିଲିଫ୍ କେନ୍ଦ୍ରକୁ ପଳାଇବା ପାଇଁ ନିବେଦନ କରିଛନ୍ତି ।ଭାରତ-ତୀବ୍ଦତ୍ ସୀମାର ଶେଷ ସହର ଯୋଶୀମଠରେ ସମୁଦାୟ ୪୫୦୦ କୋଠା ଅଛି । ସେଥିରୁ ୬୧୦ଟି କୋଠାରେ ଏବଂ ବିଭିନ୍ନ ସଡ଼କରେ ବଡ଼ ବଡ଼ ଫାଟ ଦେଖିବାକୁ ମିଳିଛି ।