ଆସନ୍ତୁ ଏକାଠି ସୁନ୍ଦର ରାଜ୍ୟ ଗଢ଼ିବା
ପୁରୀ, ୮ା୧(ବୁ୍ୟରୋ): ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଆଜକୁ ୧ଠ୧ ବର୍ଷ ତଳେ, ୧୯୨୩ ଜାନୁଆରୀ ୨ ତାରିଖ ଦିନ ବିଶ୍ୱର ଅନନ୍ୟ ଆଧ୍ୟାତ୍ମିକ ପୀଠ ଶୀକ୍ଷେତ୍ରରେ ପଦାର୍ପଣ କରିଥିଲେ । ରବିବାର ପୂର୍ବାହ୍ନରେ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଠାକୁର ଅନୁକୁଳଚନ୍ଦ୍ରଙ୍କ ଉକ୍ରଳ ଆଗମନୀର ଶତବର୍ଷ ପୂର୍ତ୍ତି ମହୋତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପିତା ଜାନକୀ ନାଥ ବୋଷ ଓ ମାତା ପ୍ରଭାବତୀ ଦେବୀଙ୍କ ଆମନ୍ତ୍ରଣ କ୍ରମେ ଶ୍ରୀ ଶ୍ରୀ ଠାକୁର ଭକ୍ତ ଓ ପାର୍ଷଦମାନଙ୍କ ମେଳରେ ଉକ୍ରଳ ମାଟିରେ ପଦାର୍ପଣ କରି ମାସାଧିକ କାଳ ତାଙ୍କର ଦିବ୍ୟ ଲୀଳାରେ ସଭିଙ୍କୁ ଆକର୍ଷିତ କରିଥିଲେ । ଉକ୍ରଳ ମାଟିରେ ପୁରୁଷୋତ୍ତମଙ୍କର ସେହି ପଦାର୍ପଣ ସ୍ମୃତିର ପୁଲକ ଆଜି ପ୍ରତି ପ୍ରତ୍ୟେକଙ୍କ ପ୍ରାଣକୁ ଭକ୍ତି ରସାଣିତ କରିଛି । ଏହି ଅବସରରେ ଆସନ୍ତୁ ସମସ୍ତେ ଏକ ହୋଇ ସୁନ୍ଦର ଦେଶ ଓ ରାଜ୍ୟ ଗଠନ କରିବା । ମୁଖ୍ୟ ବକ୍ତା ଭାବେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବି·ରପତି ଜଷ୍ଟିସ ଦୀପକ ମିଶ୍ର କହିଲେ, କର୍ମ କରିବା ଆମର ଅଧିକାର, ଭାଗ୍ୟ ଓ ଫଳ ପ୍ରଭୁଙ୍କୁ ସମର୍ପଣ କରିବା ଉଚିତ୍ । ଠାକୁରଙ୍କ ଉକ୍ରଳ ଆଗମନର ଶହେ ବର୍ଷ ପୂର୍ତ୍ତି ସମସ୍ତଙ୍କୁ ସତକର୍ମ ଓ ନିଷ୍ଠାବାନ ହେବାକୁ ପ୍ରେରଣା ଦେବ । ବିଧାୟକ ଦେବୀ ପ୍ରସାଦ ମିଶ୍ର ପରମ ପ୍ରେମମୟ ଠାକୁର ନିଜ କାର୍ଯ୍ୟକଳାପ, ଜୀବନୀ ଓ ଆଦର୍ଶର ଯେଉଁ ବାର୍ତ୍ତା ଦେଇଛନ୍ତି ତାହା ମାନବ ଜାତିକୁ ସଂସ୍କାର ଓ ସୁସ୍ଥ ସମାଜ ପାଇଁ ମାର୍ଗଦର୍ଶନ କରାଇ ·ଲିଥିବ ବୋଲି କହିଥିଲେ ।
ଶ୍ରୀ ଶ୍ରୀ ଠାକୁରଙ୍କ ଉକ୍ରଳ ଆଗମନୀର ସ୍ୱାଗତ ସଙ୍ଗୀତ ସମାବେଶରେ ପରିବେଷଣ କରାଯାଇଥିଲା । ଏଥିରେ ସତସଙ୍ଗ ସହ-ସମ୍ପାଦକ ପ୍ରତିଋତ୍ୱିକ ବିନାୟକ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ସତସଙ୍ଗ ଦେଓଘର ପ୍ର·ର କମିଟିର ଉପାଧ୍ୟକ୍ଷ ଯତୀନ୍ଦ୍ରନାଥ ମହାନ୍ତି, ଆୟକର ବିଭାଗର ପୂର୍ବତନ ମହା ନିଦେ୍ର୍ଦଶକ ତଥା ଉତ୍ସବ କମିଟିର ସଭାପତି ଡ. ନୃସିଂହ ପ୍ରସାଦ ତ୍ରିପାଠୀ ଯୋଗ ଦେଇଥିଲେ । ଉତ୍ସବ କମିଟିର ସମ୍ପାଦକ ଡମ୍ବରୁଧର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ରଳ ଆଗମନୀ ସ୍ମୃତି କମିଟି ତରଫରୁ ଆୟୋଜିତ ଏହି ବିଶାଳ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରତୁ୍ୟଷରୁ ବେଦ, ମାଙ୍ଗଳିକ, ନହବତ, ଉଷା କୀର୍ତ୍ତନ, ଉଷା ବିନତୀ ପ୍ରାର୍ଥନା ଓ ସଦ୍ ଗ୍ରନ୍ଥାଦି ପାଠ ପରେ ସକାଳ ୭:୩୦ ମିନିଟ୍ ସମୟରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉତ୍ସବ କମିଟିର ସମ୍ପାଦକ ତଥା ସହ ପ୍ରତିଋତ୍ୱିକ ଡମ୍ବରୁଧର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ସମାବେଶରେ ଉଦଘାଟକ ଭାବେ ସ୍ଥାନୀୟ ବିଧାୟକ ଜୟନ୍ତ କୁମାର ଷଢଙ୍ଗୀଯୋଗଦେଇ ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ରୂପେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡ଼.ସୁରେଶ ଚନ୍ଦ୍ର ଦଳାଇ, ବିଶିଷ୍ଟ ଅତିଥି ଭାବେ ବରୀ ବିଧାୟିକା ସୁନନ୍ଦା ଦାସ, ସତସଙ୍ଗ ଦେଓଘରର ସହ ସମ୍ପାଦକ ଶିବାନନ୍ଦ ପ୍ରସାଦ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ପୁରୀ ପୌରପାଳିକା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ।
ଓଏୟୁଏଟିର ପ୍ରାକ୍ତନ ଡିନ୍ ତଥା ଉତ୍ସବ କମିଟିର ଉପସଭାପତି ଡ଼. ହୃଷୀକେଶ ସେନାପତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସକାଳ ୮:୩୦ ମିନିଟ୍ ସମୟରେ ପୁରୀ ଠାକୁରବାଡି ପରିସରରୁ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ମେଳରେ ରଥାରୂଢ଼ ଶ୍ରୀ ଶ୍ରୀ ଠାକୁର, ଶ୍ରୀ ଶ୍ରୀ ବଡ଼ମା ଓ ପରମ ପୁଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦା’ଙ୍କର ଶ୍ରୀବିଗ୍ରହକୁ ବିଶାଳ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ମଧ୍ୟରେ ଉତ୍ସବସ୍ଥଳକୁ ନିଆ ଯାଇଥିଲା । ଏହି ଅବସରରେ ଏକ ବିଶାଳ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥିଲା । ଏତଦ୍ ଭିନ୍ନ ଏକ ଆଲୋକ ଚିତ୍ର ପ୍ରଦର୍ଶନୀ ଉଦଘାଟିତ ହୋଇଥିଲା । ଶ୍ରୀ ଶ୍ରୀ ଠାକୁର, ଶ୍ରୀ ଶ୍ରୀ ବଡମା, ଶ୍ରୀ ଶ୍ରୀ ବଡ଼ଦା, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଦାଦା ଓ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆ·ର୍ଯ୍ୟଦେବଙ୍କର ଉକ୍ରଳ ଆଗମନୀର ସ୍ମୃତିକୁ ବହନ କରୁଥିବା ବିଭିନ୍ନ ବିରଳ ଫଟୋ ଏହି ଆଲୋକ ଚିତ୍ର ପ୍ରଦର୍ଶନୀରେ ସ୍ଥାନିତ ହୋଇଥିବା ଦେଖିବାକୁ ମିଳିଥିଲା । ସହ-ପ୍ରତିଋତ୍ୱିକ ନିରଞ୍ଜନ ବେହେରା, ଡ. ବିଜୟ କୁମାର ନାୟକ, ପ୍ରଫେସର କେଦାରନାଥ ମହାନ୍ତି, ବି ଆଶିଷ କୁମାର ସୁବୁଦ୍ଧି, ସ୍ୱାଧୀନ କୁମାର ଦାଶ, ଅରୁଣ କୁମାର ସାହୁ, ବୀରକିଶୋର ସାହୁ, ସ୍ୱାଇଁଶ୍ରୀ ନୃସିଂହ ଶ୍ରୀଚନ୍ଦନ, ଡ. ନନ୍ଦକିଶୋର ପ୍ରଧାନ, ଅଭୟ ପରିଡା, ରତନଲାଲ ଭୂୟାଁଙ୍କ ସମେତ ବହୁ କର୍ମୀଙ୍କ ଉଦ୍ୟମ ଯୋଗୁ ଉତ୍ସବ ସଫଳତାର ସହିତ ସମ୍ପନ୍ନ ହୋଇଥିଲା ।