ଆସୁଛି ଏମ୍ଭି ଗଙ୍ଗା ବିଳାଶ

ନୂଆଦିଲ୍ଲୀ (ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସପ୍ତାହରେ (୧୩ ଜାନୁଆରୀ) ଉତ୍ତରପ୍ରଦେଶର ବାରାଣସୀ ଠାରେ ବିଶ୍ୱର ସର୍ବବୃହତ୍ ରିଭର କ୍ରୁଜ୍ ସିପ୍ (ନଦୀରେ ଯାତାୟତ କରୁଥିବା ଜାହାଜ)ର ଶୁଭାରମ୍ଭ କରିବେ । ଏମ୍ଭି ଗଙ୍ଗା ବିଳାଶ ନାମକ ଏହି ଜାହାଜଟି ସବୁପ୍ରକାର ବିଳାସବ୍ୟସନ ତଥା ମନୋରଞ୍ଜନ ସାଧନରେ ଖଚିତ । ଯାତ୍ରୀଙ୍କୁ ନଦୀ ଯାତ୍ରାର ଏକ ନିଆରା ଅନୁଭବ ପ୍ରଦାନ ଉଦେ୍ଦଶ୍ୟରେ ଏପ୍ରକାର ବିଶାଳ ଜାହାଜ ଯାତ୍ରାର ପରିକଳ୍ପନା କରାଯାଇଛି । ଭାରତ ଏବଂ ବାଂଲାଦେଶର ୫ ରାଜ୍ୟକୁ ସଂଯୋଗ କରୁଥିବା ପ୍ରାୟ ୨୭ ନଦୀ ପ୍ରଣାଳୀ ଦେଇ ପ୍ରାୟ ୩୨ଠଠ କିମିରୁ ଊଦ୍ଧ୍ୱର୍ ମାର୍ଗ ଏହି ଲକ୍ଜୁରି ଜାହାଜଟି ଯାତ୍ରା କରିବ । ଏହି ଯାତ୍ରା ୫୧ ଦିନ ବ୍ୟାପୀ ଜାରି ରହିବ ଏବଂ ଯାତ୍ରା କାଳରେ ବିଶ୍ୱର ପ୍ରମୁଖ ଐତିହ୍ୟସ୍ଥଳୀ ସହ ପ୍ରାୟ ୫ଠ ପର୍ଯ୍ୟଟନ ସ୍ଥଳୀକୁ ଏହି ଜାହାଜ ଛୁଇଁବ । ଅର୍ଥାତ୍ ଯାତ୍ରୀମାନଙ୍କୁ ୫୧ ଦିନ କାଳ ଯାଏ ନଦୀ ଯାତ୍ରାର ଅନୁଭବ ସହ ଧାର୍ମିକ ତଥା ପର୍ଯ୍ୟଟନସ୍ଥଳୀ ମଧ୍ୟ ବୁଲାଇବ ଏହି ଜାହାଜ । ଏସମ୍ପର୍କରେ କେନ୍ଦ୍ର ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ ସୂଚନା ଦେଇଛନ୍ତି । ଏହି ବିଶାଳ ଜାହାଜ ଭାରତୀୟ ପର୍ଯ୍ୟଟନ କ୍ଷେତ୍ର ପାଇଁ ଏକ ନୂଆ ଯୁଗର ସୂତ୍ରପାତ କରିବ ବୋଲି ସେ କହିଛନ୍ତି । ଏହା ନଦୀ ଯାତ୍ରାର ଏକ ଦୁଃସାହସିକତାପୂର୍ଣ୍ଣ ଅନୁଭବ ଦେବ । ନଦୀମାର୍ଗରେ ପର୍ଯ୍ୟଟନ ପାଇଁ ଆଗ୍ରହୀ ପର୍ଯ୍ୟଟକଙ୍କୁ ଏହା ଆକୃଷ୍ଟ କରିବ । ୬୨ ମିଟର ଲମ୍ବ, ୧୨ ମିଟର ଚଉଡା ବିଶିଷ୍ଟ ଏହି ଜାହାଜଟି ୩ ଡେକ୍ (ମହଲା) ବିଶିଷ୍ଟ । ଏଥିରେ ଏକକାଳୀନ ୩୬ ଯାତ୍ରୀଙ୍କ ଭ୍ରମଣ ପାଇଁ ସବୁପ୍ରକାର ବ୍ୟବସ୍ଥା ରହିଛି । ପ୍ରଦୂଷଣ ମୁକ୍ତ ମେକାନିଜିମ୍ ଏବଂ କୋଳାହଳ ନିୟନ୍ତ୍ରିତ ଟେକ୍ନୋଲୋଜି ସହ ନିର୍ମାଣ କରାଯାଇଥିବା ଏମ୍ଭି ଗଙ୍ଗା ବିଳାଶ’ର ପ୍ରଥମ ଯାତ୍ରା ସ୍ୱିଜରଲାଣ୍ଡ୍ର ୩୨ ପର୍ଯ୍ୟଟକଙ୍କୁ ନେଇ ବାରାଣସୀରୁ ଦିବ୍ରୁଗଡ଼ ଅଭିମୁଖେ ବାହାରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ମାର୍ଚ୍ଚ ୧ରେ ଦିବ୍ରୁଗଡ଼ ଠାରେ ଏହି ଜାହାଜ ଦିବ୍ରୁଗଡ଼ରେ ପହଞ୍ଚôବ । ପ୍ରକାଶ, ୫ଠ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ବିଶ୍ୱ ଐତିହ୍ୟ ସ୍ଥଳୀ, ଜାତୀୟ ଉଦ୍ୟାନ, ନଦୀ ଘାଟ ଏବଂ ବିହାରର ପାଟନା, ଝାଡଖଣ୍ଡର ସାହିବଗଞ୍ଜ, ପଶ୍ଚିମବଙ୍ଗର କୋଲକାତା, ବାଂଲାଦେଶର ଢ଼ାକା, ଆସାମର ଗୌହାଟି ଭଳି ଦର୍ଶନୀୟ ସ୍ଥାନ ସାମିଲ ରହିଛି । ଏତଦ୍ବ୍ୟତୀତ ମେୟଙ୍ଗ୍, ମାଜୁଲି, ବିହାରର ଯୋଗ ସ୍କୁଲ, ବିକ୍ରମଶିଳା ବିଶ୍ୱବିଦ୍ୟାଳୟ, ସୁନ୍ଦରବନର ଦର୍ଶନୀୟ ସ୍ଥାନ, କାଜିରଙ୍ଗା ଜାତୀୟ ଉଦ୍ୟାନ ଆଦି ସ୍ଥାନକୁ ସାମିଲ କରାଯାଇଛି । ବାରାଣସୀରୁ ଗଙ୍ଗା ଆରତୀ ସହ ଯାତ୍ରା କରିବାକୁ ଥିବା ଏହି ବିଶାଳ ଜାହାଜ ନିଜ ଯାତ୍ରା ସାରନାଥ ଠାରେ ସମାପ୍ତ କରିବ । ସୂଚନାଯୋଗ୍ୟ, ବର୍ତ୍ତମାନ ସମୟରେ ଭାରତରେ ୮ ନଦୀ କ୍ରୁଜ୍ ସିପ୍ କାର୍ଯ୍ୟକ୍ଷମ ରହିଛି । ଏସବୁ ଜାତୀୟ ଜଳମାର୍ଗ-୨ (ବ୍ରହ୍ମପୁତ୍ର) ସହ କୋଲକାତାରୁ ବାରାଣସୀ ଯାତ୍ରା କରୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *