ପରଲୋକରେ ପୂର୍ବତନ ପୋପ୍ ବେନେଡିକ୍ଟ

ଭାଟିକାନ ସିଟି, ୩୧ା୧୨: ବର୍ଷ ୨୦୨୨ର ଶେଷ ଦିନରେ ପୂର୍ବତନ ପୋପ୍ ଏମେରିଟସ୍ ବେନେଡିକ୍ଟ ଷୋଡଶଙ୍କର ୯୫ ବର୍ଷ ବୟସରେ ପରଲୋକ ଘଟିଛି । ଶନିବାର ପୂର୍ବାହ୍ନ ୯ଟା୩୪ରେ ଭାଟିକାନ ପକ୍ଷରୁ ଏ ସମ୍ବନ୍ଧୀୟ ଘୋଷଣା କରାଯାଇଛି । ବେନେଡିକ୍ଟ ଷୋଡଶ ପ୍ରାୟ ୧୦ ବର୍ଷ ପୂର୍ବେ ଅସୁସ୍ଥତା କାରଣରୁ ପଦରୁ ଇସ୍ତଫା ଦେଇଥିଲେ । ସେ ୮ ବର୍ଷ କାଳ କାଥୋଲିକ୍ ଚର୍ଚ୍ଚର ନେତୃତ୍ୱ ନେଇଥିଲେ ।
ସୋମବାର ତାଙ୍କ ପାର୍ଥôବ ଶରୀରକୁ ଅନ୍ତିମ ଦର୍ଶନ ପାଇଁ ସେଣ୍ଟ୍ ପିଟର ବାସିଲିକାରେ ରଖାଯିବା ଏବଂ ୫ ତାରିଖ ଦିନ ଅନ୍ତିମ ସଂସ୍କାର ସମ୍ପନ୍ନ ହେବ ।
୩ ଦିନ ପୂର୍ବେ ବର୍ତ୍ତମାନର ପୋପ୍ ଫ୍ରାନ୍ସିସ୍ ପୋପ୍ ବେନେଡିକ୍ଟଙ୍କୁ ସାକ୍ଷାତ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ ।
ପୋପ୍ ବେନେଡିକ୍ଟ ୨୦୧୩ରେ ଇସ୍ତଫା ଦେଇଥିଲେ । ତାଙ୍କ ପୂର୍ବରୁ ୧୪୧୫ ମସିହାରେ ପୋପ୍ ଗ୍ରେଗରୀ ଦ୍ୱାଦଶ ପଦ ତ୍ୟାଗ କରିଥିଲେ । ପୋପ୍ ବେନେଡିକ୍ଟ ଭାଟିକାନ ଚର୍ଚ୍ଚର ୨ ହଜାର ବର୍ଷ ଇତିହାସରେ ସବୁଠାରୁ ବିବାଦୀୟ ଥିଲେ । ଜଣେ ପ୍ରିଷ୍ଟ୍ଙ୍କ ନିଯୁକ୍ତି ନେଇ ଉଠିଥିଲା ବିବାଦ । ତାଛଡା ୧୯୭୭ରୁ ୧୯୮୨ ପର୍ଯ୍ୟନ୍ତ ବେଡେନିକ୍ଟ ମୁ୍ୟନିକ୍ ଚର୍ଚ୍ଚର ଆର୍କବିଶପ୍ ଥିବାବେଳେ ଚର୍ଚ୍ଚରେ ଶିଶୁ ଯୌନ ଶୋଷଣ ଅଭିଯୋଗ ମିଳିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *