ଶାମ୍ବଦଶମୀରେ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ଼

କୋଣାର୍କ (ଆପ୍ର): ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଆସନ୍ତାକାଲି ଶାମ୍ବଦଶମୀ ଅବସରରେ ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକ ଓ ଜନସାଧାରଣଙ୍କ ନିମନ୍ତେ ପ୍ରବେଶ ଫି ଛାଡ଼ କରାଯାଇଛି । ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିରର କଳା, ସଂସ୍କୃତି, ଐତିହ୍ୟ ଓ ସ୍ଥାପତ୍ୟକୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଓ ଜନସାଧାରଣ ଦୈନିକ ବୁଲିବାକୁ ଆସିଥାନ୍ତି । ସୂର୍ଯ୍ୟ ମନ୍ଦିର ପରିଦର୍ଶନ ନିମନ୍ତେ ପର୍ଯ୍ୟଟକ ଓ ଜନସାଧାରଣ ମାନଙ୍କ ନିମନ୍ତେ ଏଏସଆଇ ପକ୍ଷରୁ ସ୍ଥିରୀକୃତ ଫି ଦେଇ ପର୍ଯ୍ୟଟକମାନେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥାନ୍ତି । ମାତ୍ର କୋଣାର୍କ ସୁରକ୍ଷା ସମିତିର ପ୍ରାକ୍ତନ ରାଜ୍ୟ ଆବାହକ ସ୍ୱର୍ଗତ ଅଧ୍ୟାପକ ସୁରେନ୍ଦ୍ର ନାଥ ମିଶ୍ର ଓ ସମିତିର ସ୍ୱର୍ଗତ ସଭାପତି ବାଦଲ ଦାଶଙ୍କ ସମେତ କର୍ମକର୍ତ୍ତାଙ୍କ ନିରବଚ୍ଛିନ୍ନ ଆନେ୍ଦାଳନ ଯୋଗୁଁ କେନ୍ଦ୍ର ସରକାରଙ୍କ ଏଏସଆଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରତିବର୍ଷ ଶାମ୍ବଦଶମୀ ଅବସରରେ ଶ୍ରଦ୍ଧାଳୁ, ପର୍ଯ୍ୟଟକଙ୍କ ନିମନ୍ତେ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ମୁକ୍ତ କରାଯାଇଛି । ଆସନ୍ତା କାଲି ଶାମ୍ବଦଶମୀ ଅବସରରେ ଏଏସଆଇ କର୍ତ୍ତୃପକ୍ଷଙ୍କ ଷ୍ଟାଣ୍ଡିଂ ସରକାରୀ ନିଦେ୍ର୍ଦଶନାମା ମୁତାବକ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ପର୍ଯ୍ୟଟକ ଓ ଜନସାଧାରଣ ମାନଙ୍କ ନିମନ୍ତେ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି ବୋଲି ସୁରକ୍ଷା ସମିତିର ସଂପାଦକ ରାମକୃଷ୍ଣ ମହାନ୍ତି ପ୍ରକାଶ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *