୩୨ ଅପରାଧୀଙ୍କୁ ତାଗିଦ୍
ନୂଆବର୍ଷରେ ଅଘଟଣ ରୋକିବାକୁ ବ୍ରହ୍ମପୁର ପୁଲିସ୍ର ଅଭିନବ ପ୍ରୟାସ
ବ୍ରହ୍ମପୁର (ବୁ୍ୟରୋ): ଶାନ୍ତିଶୃଙ୍ଖଳାରେ ନୂଆବର୍ଷ ପାଳନ ପାଇଁ ବ୍ରହ୍ମପୁର ପୁଲିସର ଅଭିନବ ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଏସ୍ପି ଡ.ଶ୍ରବଣା ବିବେକ ଏମ୍ଙ୍କ ନିଦେ୍ର୍ଦଶକ୍ରମେ ଟାଉନ୍ ଥାନା ଓ ସଦର ଥାନା ଇଲାକାରେ ଥିବା ୩୨ ପୁରୁଣା ଅପରାଧୀଙ୍କୁ ଥାନାକୁ ଡାକି ତାଗିଦ୍ କରିବା ସହ କୌଣସି ଅପ୍ରୀତିକର ପରିସ୍ଥିତିରେ ସାମିଲ୍ ହେବେ ନାହିଁ ବୋଲି ସେମାନଙ୍କଠାରୁ ଲିଖିତ ପତ୍ର ରଖାଯାଇଛି ।
ବହୁ ଅପରାଧିକ ମାମଲାରେ ସମ୍ପୃକ୍ତ ଥାଇ ଜେଲ୍ ଯାଇ ବେଲ୍ରେ ଆସିଥିବା ଟାଉନ୍ ଥାନାର ୧୫ ଓ ସଦର ଥାନା ଇଲାକାର ୧୭ ପୁରୁଣା ଅପରାଧୀଙ୍କୁ ଏସ୍ପିଙ୍କ ନିଦେ୍ର୍ଦଶକ୍ରମେ ଶନିବାର ୨ ଥାନାଧିକାରୀ ଶିବଶଙ୍କର ମହାପାତ୍ର ଓ ସୁରେଶ କୁମାର ତ୍ରିପାଠୀ ଥାନାକୁ ଡାକି ଜିରୋ ନାଇଟ୍ ସେଲିବ୍ରେସନ୍ କିମ୍ବା ନୂଆବର୍ଷ ପାଳନରେ ଯେପରି ବିଶୃଙ୍ଖଳା ସୃଷ୍ଟି ନ କରନ୍ତି ସେ ଦିଗରେ ଆଲୋଚନା କରିଥିଲେ । ଆଇନ୍ଶୃଙ୍ଖଳା ବିଗାଡ଼ିବାକୁ ଚେଷ୍ଟା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଗିଦ୍ କରାଯାଇଛି ।