ହକି ବିଶ୍ୱକପ୍ ପୂର୍ବରୁ ଗିରଫ ହେବେ ଅପରାଧୀ

ଭୁବନେଶ୍ୱର, (ବୁ୍ୟରୋ): ହକି ବିଶ୍ୱକପ୍ ପୂର୍ବରୁ ଗିରଫ ହେବେ ପେସାଦାର ଅପରାଧୀ । କାରଣ ରାଜଧାନୀରୁ ବିଭିନ୍ନ ଦେଶର ଖେଳାଳି ଏବଂ ଦର୍ଶକ ଆସିବେ । ସେମାନେ ରାଜଧାନୀରେ ରହିବା ସହ ସହର ବୁଲିବେ । ତେଣୁ ସେମାନଙ୍କୁ ଅପରାଧୀ ଟାର୍ଗେଟ୍ କରି ଯେପରି ଲୁଟ୍ପାଟ ନକରନ୍ତି ସେଥିପ୍ରତି ସଜାଗ ହୋଇଛି କମିଶନରେଟ ପୁଲିସ । ପେସାଦାର ଲୁଟେରା ଏବଂ ଅପରାଧୀ ସେମାନଙ୍କୁ ଗିରଫ କରିବା ପାଇଁ ଡିସିପି କଡ଼ା ନିଦେ୍ର୍ଦଶ ଦେଇଛନ୍ତି ।
ସେମାନଙ୍କୁ ରାତି ଅଧରେ ଘରୁ ଉଠାଇବାକୁ କୁହାଯାଇଛି । ସେମାନେ ଯେଉଁଠି ବି ଲୁଚିଲେ ସେମାନଙ୍କୁ ଗିରଫ କରିବାକୁ ଡିସିପି ପ୍ରତୀକ ସିଂ କଡ଼ା ନିଦେ୍ର୍ଦଶ ଦେଇଛନ୍ତି । ଏପରିକି ଥାନା ଅଧିକାରୀ ଏବଂ ପିଓପିଡି ଟିମ୍କୁ ଡିସିପି କଡା ନିଦେ୍ର୍ଦଶ ଦେଇଛନ୍ତି । ପ୍ରତି ଥାନା ଅଞ୍ଚଳରେ ରହୁଥିବା ଲୁଟେରାଙ୍କୁ ଗିରଫ କରିବା ପୂର୍ବରୁ ସେମାନଙ୍କ ଏକ ତାଲିକା କରିବାକୁ କହିଛନ୍ତି । ସେହି ତାଲିକା ଅନୁସାରେ ତାଙ୍କୁ ଧରିବାକୁ କୁହାଯାଇଛି । ରାତି ସମୟରେ ଲୁଟେରାମାନେ ଘରେ ଶୋଇ ରହିଥିଲେ, ବିଶେଷକରି ନୂଆ ବର୍ଷରେ ସେମାନେ ସହରର ବିଭିନ୍ନ ଖଟି ଏବଂ କ୍ଲବ୍ରେ ପାର୍ଟି କରୁଥିବେ । ତେଣୁ ଏହି ମଉକାରେ ସେମାନଙ୍କୁ ଗିରଫ କରିବାକୁ କୁହାଯାଇଛି । ଯେଉଁ ଅପରାଧୀଙ୍କ ନାମରେ ୧୦ରୁ ଊର୍ଦ୍ଧ୍ୱ ସଂଗୀନ ମାମଲା ରହିଛି । ସେମାନଙ୍କୁ ସିଆର୍ପିସି ୧୧୦ରେ ବୁକ୍ କରିବାକୁ କୁହାଯାଇଛି । ସେମାନେ ଯେପରି ମାସେ ପର୍ଯ୍ୟନ୍ତ ଜେଲ୍ରୁ ବାହାରି ପାରିବେ ନାହିଁ ସେଥିଲାଗି କଡ଼ା ନିଦେ୍ର୍ଦଶ ଦିଆଯାଇଛି । କେବଳ ଲୁଟେରା ଏବଂ ପେଶାଦାର ଅପରାଧୀ ନୁହେଁ, ନିଶା ମାଫିଆଙ୍କୁ ସାବାଡ଼ କରିବାକୁ କୁହାଯାଇଛି । ଗଞ୍ଜେଇ, ବ୍ରାଉନ୍ସୁଗର ଏବଂ ଚୋରା ମଦ ବିକ୍ରି କରୁଥିବା ମାଫିଆମାନଙ୍କୁ ଧରିବାକୁ କୁହାଯାଇଛି । ରାତିରେ ପାଟ୍ରୋଲିଂ କଡ଼ାକଡ଼ି କରି ସେମାନଙ୍କୁ ଧର । ଆବଶ୍ୟକ ପଡ଼ିଲେ ପୁଲିସ ସାଧା ପୋଷାକରେ ମଦ ମାଫିଆଙ୍କ ଆଡ୍ଡାରେ ଲୁଚି ରହି ଧରିବାକୁ କୁହାଯାଇଛି । ଏପରିକି ସମସ୍ତଙ୍କୁ ଲୁଟେରାଙ୍କୁ ଗିରଫ କରିବା ପାଇଁ ଦିଆଯାଇଥିବା ତାଲିକା ଅନୁସାରେ କାର୍ଯ୍ୟ ନକଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କଡା ସଙ୍କେତ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *