ମହିଳା ସୁରକ୍ଷା ବାର୍ତ୍ତା: ସାଇକେଲରେ ଭାରତ ଭ୍ରମଣ
ନୂଆଦିଲ୍ଲୀ(ଏଜେନ୍ସି): ଭାରତରେ ମହିଳା ସମ୍ପୂର୍ଣ୍ଣ ସୁରକ୍ଷିତ । ଏହାକୁ ବିଶ୍ୱ ସାମ୍ନାରେ ପ୍ରମାଣିତ କରିବା ପାଇଁ ସାଇକେଲ ଧରି ଭାରତ ଭ୍ରମଣରେ ବାହାରି ପଡ଼ିଛନ୍ତି ମଧ୍ୟ ପ୍ରଦେଶର ଝିଅ ତଥା ଆଥ୍ଲେଟ୍ ଆଶା ମାଲବ୍ୟ (୨୪) । ସେ ଏକା ଏକା ସାଇକେଲରେ ୨୦ ହଜାର କିଲୋମିଟର ବୁଲିବେ । ସାଇକେଲରେ ଭ୍ରମଣ କରି ଭାରତରେ ମହିଳା କେତେ ସୁରକ୍ଷିତ ତାହା ସେ ପ୍ରମାଣ କରିବେ ବୋଲି କହିଛନ୍ତି । ଆଶାଙ୍କ ଏଭଳି ପଦକ୍ଷେପ ସାରା ଦେଶବାସୀଙ୍କୁ ଚକିତ କରିଛି । ନଭେମ୍ବର ୧ରୁ ସେ ଯାତ୍ରା ଆରମ୍ଭ କରିଥିବା ବେଳେ ତିରୁବନ୍ତ ପୁର୍ମରେ ପହଞ୍ଚିଛନ୍ତି । ଆଶା ମଧ୍ୟ ଜଣେ ପର୍ବତାରୋହୀ । ଅନେକଙ୍କଧାରଣା, ଭାରତ ମହିଳାଙ୍କ ପାଇଁ ଅସୁରିକ୍ଷିତ । ହେଲେ ଏହାକୁ ଭୁଲ ପ୍ରମାଣିତ କରିବେ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି । ସେ ସାଇକେଲରେ ୬୭୦୦ କିଲୋମିଟର ବୁଲିସାରିଲେଣି । ମଧ୍ୟ ପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ ଆଦି ରାଜ୍ୟ ବୁଲିଲେଣି । ଶନିବାର ସେ ତାମିଲନାଡ଼ୁରେ ପହଞ୍ଚôଛନ୍ତି ।