ଆଇପିଏଲ୍ରୁ ବାହାରିବେ ପନ୍ତ
ଦିଲ୍ଲୀ କ୍ୟାପିଟାଲସ୍ ପାଇଁ ନୂଆ କ୍ୟାପଟେନ୍ ଖୋଜା ଆରମ୍ଭ
ଭୁବନେଶ୍ୱର, ୩୧ ।୧୨: ଶୁକ୍ରବାର କାର୍ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ ଡେରାଡୁନରେ ଚିକିତ୍ସିତ ହେଉଥିôବା ଭାରତୀୟ ଷ୍ଟାର ୱିକେଟ କିପ୍ର ତଥା ବ୍ୟାଟ୍ସମ୍ୟାନ ରିଷଭ୍ ପନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଅତି କମ୍ରେ ବର୍ଷେ ଲାଗିବ ବୋଲି ବିଶେଷଜ୍ଞମାନେ ମତ ଦେବା ପରେ ସେ ଆଇପିଏଲ୍ ୨୦୨୩ରୁ ବାହାରିଯିବା ସୁନିଶ୍ଚିତ ହୋଯାଇଛି । ପନ୍ତଙ୍କ ଅନୁପସ୍ଥିତିରେ ଦିଲ୍ଲୀ କ୍ୟାପିଟାଲସ୍କୁ କେବଳ ନୂଆ କ୍ୟାପଟେନ୍ ନୁହଁନ୍ତି, ଜଣେ ୱିକେଟ କିପ୍ରଙ୍କୁ ଖୋଜିବାକୁ ହେବ । ଅବଶ୍ୟ ଦିଲ୍ଲୀ ଟିମ୍ରେ ଏମିତି କେତେକ ଖେଳାଳି ଅଛନ୍ତି ଯିଏ ପନ୍ତଙ୍କ ସ୍ଥାନରେ ଅଧିନାୟକତ୍ୱ ସହ ୱିକେଟକିପିଂ କରିପାରିବେ ।
ପନ୍ତଙ୍କର ଶରୀର ଭିତରେ ଗୁରୁତର ଆଘାତ ଲାଗିଛି । ତେଣୁ ସେ ବହୁଦିନ ଧରି କ୍ରିକେଟ ଠାରୁ ଦୂରେଇ ରହିବେ । ଏବେ ଦିଲ୍ଲୀ କ୍ୟାପିଟାଲସ୍ରେ ପନ୍ତଙ୍କ ସ୍ଥାନ ପୂରଣ ପାଇଁ ୪ ଜଣ କ୍ରିକେଟରଙ୍କ ନାମ ଆଗକୁ ଆସିଛି । ସେମାନେ ହେଲେ ଡେଭିଡ୍ ୱାର୍ନର, ପୃଥ୍ୱୀ ଶ, ମିଚେଲ ମାର୍ଶ ଓ ମନୀଷ ପାଣ୍ଡେ । ୱିକେଟ କିପିଂ ପାଇଁ ବିକଳ୍ପରୂପେ ଏକମାତ୍ର ଅଛନ୍ତି ଫିଲ୍ ସାଲ୍ଟ ।
ଅଷ୍ଟ୍ରେିଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଡେଭିଡ୍ ୱିର୍ନର ଦିଲ୍ଲୀ ଟିମ୍ର ସବୁଠାରୁ ଅଭିଜ୍ଞ କ୍ରିକେଟରଙ୍କ ମଧ୍ୟରେ ଅନ୍ୟତମ । ସେ ଆଇପିଏଲ୍ରେ ସନ୍ରାଇଜର୍ସ ହାଇଦ୍ରବାଦ ପାଇଁ ବହୁ ଦିନ ଧରି ଖେଳିଛନ୍ତି । ୨୦୧୬ରେ ସେ ସନ୍ରାଇଜର୍ସର ଥିଲେ କ୍ୟାପଟେନ୍ । ସେହି ବର୍ଷ ସନ୍ରାଇଜର୍ସ ଆଇପିଏଲରେ ବିଜୟୀ ହୋଇଥିଲା । ଏବେ ସେ ଭଲ ଫର୍ମ ମଧ୍ୟ ଅଛନ୍ତି । ଦିଲ୍ଲୀ ଟିମ ଯଦି କୌଣସି ଭାରତୀୟଙ୍କୁ କ୍ୟାପଟେନ୍ କରିବାକୁ ଚାହେଁ, ସେ କ୍ଷେତ୍ରରେ (୨୩) ବର୍ଷୀୟ ପୃଥ୍ୱୀ ଶ’ଙ୍କ ସର୍ବାଗ୍ରେରେ ଆସିବ ।