ହନ୍ତସନ୍ତ ପଞ୍ଚାୟତବାସୀ, ଆନେ୍ଦାଳନ ଚେତାବନୀ
ଜବରଦଖଲରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ
ଧାମନଗର (ଆପ୍ର): ଧାମନଗର ବ୍ଲକ୍ ହସନାବାଦ ପଞ୍ଚାୟତର ଅସ୍ତକ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନଳଡ଼ିହ ଗ୍ରାମ ମଧ୍ୟ ଦେଇ ଯାଇଥିବା ରାସ୍ତା ଜବରଦଖଲରେ ରହିଛି । ଉକ୍ତ ରାସ୍ତାଟି ଅନଳଡ଼ିହ ଗ୍ରାମ ଦେଇ ହସନାବାଦକୁ ସଂଯୋଗ କରିଛି । କୋଚିଳା ନଦୀ ଉପରେ ପୋଲ ନିର୍ମାଣ କରାଯାଇ ରାସ୍ତା ତିଆରି ହୋଇଥିଲେ ମଧ୍ୟ ଅନଳଡ଼ିହ ଗ୍ରାମ ମଧ୍ୟ ଦେଇ ଏକ ସଂକୁଚିତ ରାସ୍ତାରେ ଲୋକମାନେ ଯାତାୟତ କରିଥାନ୍ତି । ଦୀର୍ଘଦିନ ଧରି କିଛି ମୁଷ୍ଟିମେୟ ଲୋକ ଉକ୍ତ ରାସ୍ତାକୁ ଅବରୋଧକରି କୋଠଘର ଓଚଉଁରା ନିର୍ମାଣ କରି ରାସ୍ତାକୁ ଅବରୋଧ କରି ରଖିଛନ୍ତି । ଫଳରେ ସେହି ରାସ୍ତାରେ ଯାତାୟତ କରିବାରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଉକ୍ତ ରାସ୍ତାଟି ଯାଜପୁର ଜିଲ୍ଲାକୁ ସହଯୋଗ କରୁଥିବାରୁ ଦୈନିକ କଲେଜ ଛାତ୍ରଛାତ୍ରୀଙ୍କ ସମେତ ଦୁଇ ଜିଲ୍ଲାକୁ ସାଧାରଣ ଲୋକ ଯାତାୟାତ କରିଥାନ୍ତି । ରାସ୍ତା ସଂକୁଚିତ ହେବା ଦ୍ୱାରା ଅସ୍ତକ ଗ୍ରାମକୁ କୌଣସି ଜରୁରିକାଳୀନ ଗାଡ଼ି ଯାଇ ପାରୁନି । ଏହି ଜବରଦଖଲ ରାସ୍ତା ବାବଦରେ ଭଦ୍ରକ ଜିଲ୍ଲାପାଳ ଓ ଧାମନଗର ତହସିଲଦାର ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସି ଦାବି କରିଛନ୍ତି । ଭଦ୍ରକ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତାର ସମସ୍ୟାର ସମାଧାନ ପାଇଁ ୩ଶହ ମିଟର ଲମ୍ବରେ ଏକ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ସୂଚନା ରହିଛି । ମାତ୍ର କିଛି ମୁଷ୍ଟିମେୟ ଲୋକଙ୍କ ପାଇଁ ଏହା ଆଗେଇପାରୁ ନାହିଁ । ଏନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତୁରନ୍ତ ଉକ୍ତ ଜବରଦଖଲ ରାସ୍ତାକୁ ମୁକ୍ତ କରିବା ଓ ନୂତନ ବାଇପାସ୍ ରାସ୍ତା ନିର୍ମାଣ କରିବାକୁ ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି । ଯଦି ସମାଧାନ ନ କରାଯାଏ ଆଗାମୀ ଦିନରେ ବଡ଼ ଧରଣର ଆନେ୍ଦାଳନ କରିଯିବା ନେଇ ପଞ୍ଚାୟତବାସୀ ସୂଚନା ଦେଇଛନ୍ତି ।