ସେମିଫାଇନାଲରେ କଟକ ରାଇଜିଂ ଷ୍ଟୁଡେଣ୍ଟ
ରାଜ୍ୟସ୍ତରୀୟ ଅଶୋକ ଦାସ ମେମୋରିଆଲ୍ କି୍ରକେଟ୍
ଯାଜପୁର (ଆପ୍ର): ରାଜ୍ୟସ୍ତରୀୟ ଅଶୋକ ଦାସ ମେମୋରିଆଲ୍ କି୍ରକେଟ୍ ଟୁର୍ଣ୍ଣାମେଣ୍ଟର ୩ୟ ଦିବସର ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଚଇନପୁର ଷ୍ଟାଡିୟମରେ ରାଇଜିଂ ଷ୍ଟୁଡେଣ୍ଟ କଟକ ଓ ଇଲେଭେନ୍ ଷ୍ଟାର ଯାଜପୁର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ରାଇଜିଂ ଷ୍ଟୁଡେଣ୍ଟ କଟକ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଥିଲେ । ଇଲେଭେନ୍ ଷ୍ଟାର ଯାଜପୁର ବ୍ୟାଟିଂ କରି ନିର୍ଦ୍ଧାରିତ ୩୦ଓଭର ଖେଳି ୮ ୱିକେଟ୍ ହରାଇ ୨୧୯ରନ୍ କରିଥିଲା । ଦଳ ପକ୍ଷରୁ ଅଂଶୁମାନ ମହାନ୍ତି ୫୪ ରନ, ଚନ୍ଦନ ନାୟକ ୪୬ ରନ ସଂଗ୍ରହ କରିଥିଲେ । ରାଇଜିଂ ଷ୍ଟୁଡେଣ୍ଟ କଟକର ବୋଲର ତାପସ ଦାସ ୬ ଓଭର ବୋଲିଂ କରି ୨୮ରନ୍ ଦେଇ ୩ ୱିକେଟ୍ ଓ ରମେଶ ବେହେରା ୬ ଓଭର ବୋଲିଂ କରି ୩୫ ରନ୍ ଦେଇ ୩ ଟି ୱିକେଟ୍ ଅକ୍ତିଆର କରିଥିଲେ । ଏହାର ଜବାବରେ ରାଇଜିଂ ଷ୍ଟୁଡେଣ୍ଟ କଟକ ୨୨.୫ ଓଭର ଖେଳି ୫ ୱିକେଟ୍ ହରାଇ ୨୨୩ ରନ୍ ସଂଗ୍ରହ କରି ଇଲେଭେନ୍ ଷ୍ଟାର ଯାଜପୁରକୁ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଥିଲା ।
ଏହି ମ୍ୟାଚ୍ରେ ରାଇଜିଂ ଷ୍ଟୁଡେଣ୍ଟ କଟକର ବିପ୍ଲବ ସାମନ୍ତରାୟଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ । ପୁରସ୍କାର ଉସôବରେ ଯାଜପୁର ଜିଲ୍ଲା ବିଜୁ ଯୁବ ଜନତା ଦଳ ଉସଭାପତି ତଥା ସମାଜସେବୀ ଦେବଦତ ଦାସ ପୁରସ୍କାର ପ୍ରଦାନ କରିଥିଲେ । ସ୍ଥାନୀୟ ସରପଞ୍ଚ ବୈଷ୍ଣବ ରାଉତ, ଅଭୟ ବଲ୍ଲଭ ପଣ୍ଡା, ଶ୍ରୀଜୟ ମହାପାତ୍ର, ସମାଜସେବୀ ବିଜୟ ପାଣି, କାଶୀନାଥ ମିଶ୍ର, ଆଶିଷ ମହାନ୍ତି, ସଞ୍ଜୟ ବେହେରା, ସ୍ୱସ୍ତିକ୍ ପହି, ବିଶ୍ୱଜିତ୍ ଦାସ, ଯୁବନେତା ମନୋଜ ସାହୁ, ଅୟସକାନ୍ତ ଧଳ, ବୁଲୁ ସିଂ, ଜିଲ୍ଲା ପରିଷଦ ସଭ୍ୟ ପ୍ରେମାନନ୍ଦ ଜେନା, ଶିବ ଜେନା, ଦିବାକର କର, ଉମାକାନ୍ତ ସିଂ, ପ୍ରମୁଖ ଖେଳ ପରିଚାଳନା କରିଥିଲେ । ଅମ୍ପାୟାର୍ ଭାବେ ଖଗେଶ୍ୱର ସାମଲ ଓ ଶରତ ଜେନା ଏବଂ ସ୍କୋରରେ ଭାବେ ସ୍ୱସ୍ତିକ କୁମାର ପହି ପରିଚାଳନା କରିଥିଲେ ।