ଚାଷୀଙ୍କ ସ୍ୱାର୍ଥକୁ ଅଗ୍ରପ୍ରାଧାନ୍ୟ ଦିଆଯାଉ

ଅଖିଳ ଭାରତ କୃଷକ ମହାସଭା ପକ୍ଷରୁ ୧୨ ଦଫା ଦାବିପତ୍ର
ଭଦ୍ରକ (ଆପ୍ର): ଭଦ୍ରକ ଜିଲ୍ଲା ଅଖିଳ ଭାରତ କୃଷକ ମହାସଭା ତିହିଡ଼ି ବ୍ଲକ୍ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ୧୨ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । କମିଟିର ସଭାପତି ଅଭିମନୁ୍ୟ ରାଉତ, ସଂପାଦକ ନରେନ୍ଦ୍ର ବିଶ୍ୱାଳ, ସିପିଆଇ ଏମ୍ଏଲ୍ ଜିଲ୍ଲା ସମ୍ପାଦକ ସମର ବଳ, ଅଖିଳ ଭାରତ ପ୍ରଗତିଶୀଳ ମହିଳା ସମିତିର ରାଜ୍ୟ ସହ ସମ୍ପାଦିକା ଜୟନ୍ତୀ ବିଶ୍ୱାଳ, କୋଷାଧ୍ୟକ୍ଷ ମଧୁସୂଦନ ରାଉତ, ଯୁଗ୍ମ ସମ୍ପାଦକ ମନ୍ମଥ ବାରିକଙ୍କ ନେତୃତ୍ୱରେ ଏହି ସ୍ମାରକପତ୍ରର ନକଲ ଜିଲ୍ଲା ଯେଗାଣ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରଦାନ କରାଯାଇଛି । ରାଜ୍ୟ ସରକାର ଘୋଷଣା କରିଥିବା ଧାନ କୁଇଣ୍ଟାଲ୍୍ ପିଛା ୨ହଜାର ୪୦ଟଙ୍କା ଚାଷୀଙ୍କୁ ୨୪ଘଣ୍ଟା ମଧ୍ୟରେ ତାଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରିବା, ପ୍ରତ୍ୟେକ ପଞ୍ଚାୟତ ମୁଖ୍ୟାଳୟରେ ସରକାରୀ ମଣ୍ଡି ଖୋଲିବା, ଧାନ କିଣା କମିଟିରେ ଚାଷୀ ଓ କୃଷକ ପ୍ରତିନିଧିଙ୍କୁ ସଭ୍ୟ ରଖିବା, ଭାଗଚାଷୀଙ୍କୁ ଚିହ୍ନଟ କରି ସମସ୍ତ ସହାୟତା ଯୋଗାଇବା, ପୂର୍ବବର୍ଷ ଚାଷୀଙ୍କ କ୍ଷତିକୁ ବିଚାର କରି କ୍ଷତିପୂରଣ ପ୍ରଦାନ, ଧାନ କିଣା ବିକାର ଦଲାଲି ବ୍ୟବସ୍ଥାକୁ ବନ୍ଦ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ସରକାର ପ୍ରତ୍ୟେକ ଚାଷୀଙ୍କୁ କୁଇଣ୍ଟାଲ୍ ପିଛା ୫ଶହ ଟଙ୍କା ବୋନସ ପ୍ରଦାନ, ଖରାବର୍ଷାରେ ମଣ୍ଡିରେ ପଡ଼ି ରହୁଥିବା ମଣ୍ଡିର ସୁରକ୍ଷା ପାଇଁ ସରକାର ବ୍ୟବସ୍ଥା କରିବା, ଚାଷୀଙ୍କ କୃଷି ଋଣ ଛାଡ଼ କରିବା ସହିତ ଫସଲ ବୀମାର ସୁଯୋଗ ପ୍ରଦାନ, ଜିଲ୍ଲାର ସମସ୍ତ ବ୍ଲକ୍ରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ଖୋଲିବା ଦାବିରେ ଅଖିଳ ଭାରତ କୃଷକ ମହାସଭା ତିହିଡ଼ି ବ୍ଲକ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଭୀମସେନ ସାହୁ, ପ୍ରଭାତ ନାୟକ, ସୁବାଷ ରାଉତ, ଶଙ୍କର୍ଷଣ ରାଉତ, ଅକ୍ଷୟ ନାୟକ, ସୁବାଷ ସ୍ୱାଇଁ, ଅନାଦି ରାଉତ, ବଳଭଦ୍ର ନାୟକଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *