ହୀରାବେନ ପଞ୍ଚତତ୍ତ୍ୱରେ ବିଲୀନ
ଅହମଦାବାଦ/ନୂଆଦିଲ୍ଲୀ ୩ଠା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରା ବା (ହୀରାବେନ)ଙ୍କ ପ୍ରାର୍ଥୀବ ଶରୀର ଶୁକ୍ରବାର ପୂର୍ବାହ୍ଣରେ ମୁକ୍ତିଧାମ ଶ୍ମଶାନ ଘାଟରେ ପଞ୍ଚତତ୍ତ୍ୱରେ ବିଲୀନ ହୋଇଛି । ମୋଦି ଓ ତାଙ୍କ ଭାଇ ମୁଖାଗ୍ନି ଦେଇଥିଲେ । ବୈଦିକ ବିଧିବିଧାନ ତଥା ମନ୍ତ୍ରୋଚ୍ଚାରଣ ପୂର୍ବକ ହୀରାବେନ୍ଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ପ୍ରଧାନମନ୍ତ୍ରୀ ନମାମି ଗଙ୍ଗେ କାର୍ଯ୍ୟକ୍ରମ ଶେଷ କରି ସନ୍ଧ୍ୟାରେ ରାଜଭବନରୁ ସିଧା ତାଙ୍କ ଭାଇ ପଙ୍କଜ ମୋଦିଙ୍କ ଘରେ ପୁଣିଥରେ ପହଞ୍ଚôଥିଲେ । ସେଇଠି ରହୁଥିଲେ ହୀରାବେନ । ସେଠାରେ ସେ ୨୦ ମିନିଟ୍ ବିତାଇବା ପରେ ସେ ଦିଲ୍ଲୀ ଫେରି ଯାଇଥିଲେ । ରବିବାର ସକାଳ ୧୦ଟାରୁ ଅପରାହ୍ଣ ୨ଟା ଭିତରେ ବଡ଼ ନଗରଠାରେ ପ୍ରାର୍ଥନା ସଭା ଆୟୋଜନ କରାଯାଇଛି ।
ହୀରା ବା ମୋଦି ଗୁରୁବାର-ଶୁକ୍ରବାର ରାତି ସାଢ଼େ ତିନିଟା ବେଳେ ୟୁଏନ୍ ମେହେଟା ହସ୍ପିଟାଲରେ ୧୦୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବାରୁ ମଙ୍ଗଳବାର ବିଳମ୍ବିତ ରାତିରେ ହସ୍ପିଟାଲ୍ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ମା’ଙ୍କ ପରଲୋକ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଜଣାଇଥିଲେ ।
ପରେ ପରେ ସେ ସକାଳ ୭.୪୫ରେ ଅହମଦାବାଦରେ ପହଞ୍ଚôଥିଲେ । ସେଠାରୁ ସେ ଗାନ୍ଧୀ ନଗର ସ୍ଥିତ ରାୟସଣ ଗ୍ରାମକୁ ଯାଇ ମା’ଙ୍କୁ ଶେଷ ଦର୍ଶନ କରିଥିଲେ ।
ମା’ଙ୍କ ପରଲୋକ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ତାଙ୍କର ପୂର୍ବ ନିର୍ଦ୍ଧାରିତ କୌଣସି କାର୍ଯ୍ୟକ୍ରମ ବାତିଲ୍ କରି ନାହାନ୍ତି । ଅନ୍ତିମ ସଂସ୍କାର ପରେ ଅହମଦାବାଦ ସ୍ଥିତ ରାଜଭବନକୁ ଯାଇ ଭର୍ଚୁଆଲ୍ ମୋଡରେ ପଶ୍ଚିମବଙ୍ଗରେ ଚାଲିଥିବା ଗଙ୍ଗା ପରିଷଦ ବୈଠକରେ ସାମିଲ ହୋଇଥିଲେ । ସେ ମଧ୍ୟ ହାୱଡା-ନୁ୍ୟ ଜଳପାଇଗୁଡ଼ି ବନେ୍ଦ ଭାରତ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଥିଲେ ।
ହୀରାବେନଙ୍କ ମୃତୁ୍ୟରେ ରାଷ୍ଟ୍ରପତି ଏବଂ ବହୁ ନେତା ଗଭୀର ଶୋକବ୍ୟକ୍ତ କରିଛନ୍ତି ।