ଅବ୍ୟବସ୍ଥାରେ ସବ୍ଷ୍ଟେସନ

ରଘୁନାଥପୁର (ଆପ୍ର): ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବିଦୁ୍ୟତ୍ ଉପଖଣ୍ଡ ଅଧିନରେ ଥିବା ବିଦୁ୍ୟତ୍ ଖୁଣ୍ଟ ଓ ତାର ମରାମତି ନାଁ ଧୁରୁନାହିଁ ବିଦୁ୍ୟତ୍ ବିଭାଗ । ଟାଟାପାୱାର ବିଦୁ୍ୟତ୍ ବିତରଣ ପାଇଁ ଦାଇତ୍ୱ ନେବା ଦିନଠାରୁ ଲୋକମାନେ ନାହିଁ ନ ଥିବା ବିଦୁ୍ୟତ୍ ବିଲ୍ ବ୍ରିଟିସ ସରକାର ଭଳି ଆଦାୟ କରି ମାଲେ ମାଲ୍ ହେବାରେ ଲାଗିଛି । ନବତନ ଖୁଣ୍ଟ ନ ପୋତି ପୁରୁଣା ଦଦରା ଖଣ୍ଟକୁ ନେଇ ଚଳାଉଛି ବିଭାଗ । ଯାହାକି ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦର ସୃଷ୍ଟି କରୁଛି । ସେଥିପାଇଁ କିଏ ଦାୟୀ ରହିବ ବାଲି ବୁଦ୍ଧିଜିବୀ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଛି । ଏହାସହିତ ମନମୁଖି ବିଦୁ୍ୟତ୍ କାଟ୍ ଯୋଗୁ ପିଲାମାନଙ୍କ ପଢିବା ଠାରୁ ଆରମ୍ଭ କରି ଅଫିସର ବିଭିନ୍ନ କାର୍ଯ୍ୟ ଠପ୍ ହୋଇଯାଉଛି । ପଞ୍ଚାୟତ ଗୁଡିକ ଅନ୍ଲାଇନରେ ବିଦୁ୍ୟତ୍ ବିଲ୍ ପୈଠ କଲେ ସୁଦ୍ଧା ଟାଟାପାୱାର କମ୍ପାନୀର କର୍ମଚାରୀ ନ ତନଖି କରି ମାସ ମାସ ଧରି ମନମୁଖି ବିଦୁ୍ୟତ ବିଛିନ୍ନ କରିଦେଉଛନ୍ତି ।
ଯାହାଫଳରେ ସରକାରଙ୍କ ପାନୀୟ ଜଳ ଯୋଗାଣ ସଫଳ ହୋଇପାରୁନାହିଁ । ସେହିଭଳି ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳୁଛି ରଘୁନାଥପୁର ଶିର୍ଲୋ ନବବଗ୍ରାମ ରାସ୍ତାର ନୂଆଗାଁ ରେ ଦୀର୍ଘବର୍ଷର ବିଦୁ୍ୟତ୍ ଖୁଣ୍ଟରେ ୩ ଟି ସପ୍ଟେସନ ବସାଯାଇଛି । ସେହି ସପ୍ଟେସନରୁ ଚାଷୀ ଓ ବିଦୁ୍ୟତ୍ ଗ୍ରହିତା ମାନଙ୍କ ଘରକୁ ବିଦୁ୍ୟତ ସଂଯୋଗ କରାଯାଇଛି । ଲେକମାନେ ଟାଟାପାୱାର କମ୍ପାନୀକୁ ଭୟକରି ବିଦୁ୍ୟତ୍ ବିଲ ଦବାରେ ତିଳେମାତ୍ର ହେଳା କରୁ ନ ଥିବା କାର୍ଯ୍ୟାଳୟରୁ ଜାଣିବାକୁ ମିଳୁଛି । ଏହି ଦୀର୍ଘ ବର୍ଷର ୩ଟି ସବ୍ଷ୍ଟେସନ ମଧ୍ୟରୁ ୨ଟି ଖୁଣ୍ଟ ମୂଳ ଖାଇଯାଇ ପାଶ୍ୱର୍ରେ ଥିବା ଚାଷ ଜମିକୁ ନଇଁପଡିଛି । କେତବେଳେ ଯେ ଏହା ଭାଙ୍ଗିପଡି ଲୋକମାନଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି କରିବ ତାହା କହିହେଉନାହିଁ । ଏ ସମ୍ପର୍କରେ ସ୍ଥାନୀୟ ଶିର୍ଲୋ ନବଗ୍ରାମ ସରପଞ୍ଚ ରଘୁନାଥପୁର କାର୍ଯ୍ୟାଳୟରେ ଜଣାଇଲା ପରେ କୌଣସି ସୁଫଳ ନ ମିଳାବାରୁ ଉପରିସ୍ତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ପଇଁ ଖବର କାଗଜ ମାଧ୍ୟମରେ ବିଭାନ୍ନ ଅଧିକାରୀଙ୍କୁ ଜଣାଇବାକୁୁ ଚାହୁଁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *