ବ୍ରହ୍ମପୁରକୁ ଜିଲ୍ଲା ଘୋଷଣା କରାଯାଉ

ବ୍ରହ୍ମପୁର(ବୁ୍ୟରୋ): ନିକଟରେ ରାଜ୍ୟ ସରକାର ପଦ୍ମପୁରକୁ ୨୦୨୩ ସୁଦ୍ଧା ୩୧ତମ ଜିଲ୍ଲା ରୂପେ ଘୋଷଣା କରିବାକୁ ଯାଉଥିବା ପରିପ୍ରେକ୍ଷୀରେ ବ୍ରହ୍ମପୁର ଉପଖଣ୍ଡକୁ ଏକ ସ୍ୱତନ୍ତ୍ର ବ୍ରହ୍ମପୁର ଜିଲ୍ଲା ରୂପେ ଘୋଷଣା କରିବା ନେଇ ପୁରୁଣା ଦାବି ପୁନର୍ଜିବିତ ହୋଇଛି ।
ଶୁକ୍ରବାର ସହରତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବ୍ରହ୍ମପୁର ଜିଲ୍ଲା ଗଠନ ଦାବି ନେଇ କୋର୍ଟପେଟା ଛକସ୍ଥିତ ଜଗନ୍ନାଥ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରା ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଜିଲ୍ଲା କୋର୍ଟ ଦେଇ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ନିକଟରେ ପହଞ୍ଚôଥିଲା । ସେଠାରେ କମିଟି ସଭାପତି ସଞ୍ଜିବ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ସଭା ଓ ବିକ୍ଷୋଭ ପ୍ରଦର୍ଶନ ପରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଏବଂ ରାଜସ୍ୱ ସଚିବଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ରକୁ ଆର୍ଡିସିଙ୍କ ଅନୁପସ୍ଥିତିରେ ତାଙ୍କ ସଚିବ ସୁଜାତା ସାହୁଙ୍କୁ ପ୍ରଦାନ କରିଥିଲେ ।
ସୂଚନାଯୋଗ୍ୟ, ସଙ୍ଗଠନ ତରଫରୁ ଏନେଇ ୨୦୧୯ମସିହାରେ ଏବଂ ଗତ ୨୪.୧୦.୨୦୨୨ରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏହା ପୂର୍ବରୁ ଦାବିପତ୍ର ଦିଆଯାଇସାରିଛି । ସଙ୍ଗଠନ ତରଫରୁ ଦାବିପତ୍ରରେ ଦର୍ଶାଯାଇଛି ଯେ, ସଙ୍ଗଠନ କେବଳ ତକ୍ରାଳୀକ ନ୍ୟାୟରେ ଜିଲ୍ଲା ଗଠନ ଦାବି ନାମରେ ଦାବି କରୁ ନାହିଁ । ଏହି ଦାବି ପଛରେ ବଳିଷ୍ଠ କାରଣ ଓ ଯୁକ୍ତି ରହିଛି । ଏଥିରେ କୁହାଯାଇଛି ନାହିଁ ନାହିଁରେ ପରିଣତ ହୋଇଥିବା ଏହି ସର୍ବପୁରାତନ ଏବଂ ଐତିହାସିକ ସହର ୧୯୩୯ମସିହାରୁ ଅବହେଳିତ ହୋଇ ଆସିଛି ଏବଂ ଉପଯୁକ୍ତ ନ୍ୟାୟ ଶୁଭ ଦୃଷ୍ଟି ଅପେକ୍ଷାରେ ରହିଛି । ନୂଆ ଜିଲ୍ଲା ଗଠନ ହେଲେ ପ୍ରଚୁର ଅନୁଦାନ ଆସିବା ସହ ରେଳ, ସଡକ, ବାୟୁ, ଜଳ ପଥ ଭଳି ଭିତ୍ତିଭୂମି ନିର୍ମାଣ ହେବ ଏବଂ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ପର୍ଯ୍ୟଟନର ବିକାଶ ତଥା ନିଯୁକ୍ତି, ରୋଜଗାର ଯୋଜନା ମୁତାବକ ବ୍ୟବସ୍ଥିତ ଢ଼ଙ୍ଗରେ ହୋଇପାରିବ ।
ଏହି ଉପଖଣ୍ଡର ଲୋକ ସଂଖ୍ୟା ଏବଂ ଭୌଗଳିକ ପରିସୀମା ଦେଖିଲେ ଏହି ଉପଖଣ୍ଡ ପ୍ରଥମ ଯୋଗ୍ୟତା ଅର୍ଜନ କରୁଛି ସ୍ୱତନ୍ତ୍ର ଜିଲ୍ଲା ରୂପେ ମାନ୍ୟତା ପାଇବାକୁ । ଛୋଟ ଜିଲ୍ଲା ଗଠନ ହେଉଛି ସମୟର ଆବଶ୍ୟକତା କାରଣ ଛୋଟ ଜିଲ୍ଲା ହେଲେ ପ୍ରଶାସନ ଓ ଶାସନର ସୁଫଳ, ଯୋଜନା ଓ ନ୍ୟାୟ ଜନସାଧାରଣଙ୍କ ନିକଟରେ ସହଜରେ ଓ ସୁବିଧାରେ ପହଞ୍ଚô ପାରିବ ବୋଲି କମିଟି ପକ୍ଷରୁ ଯୁକ୍ତି ରଖାଯାଇଛି । ଏହିଭଳି ଅନେକ ତଥ୍ୟ ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇ ବ୍ରହ୍ମପୁର ଜିଲ୍ଲା ଗଠନର ଉପାଦେୟତା ଦର୍ଶାଯାଇ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ହାଇକୋର୍ଟର ଆଶ୍ରୟ ନେବା ସହ ଆନେ୍ଦାଳନକୁ ତୀବ୍ର କରିବ ଏବଂ ସମାଜର ସମସ୍ତ ବର୍ଗକୁ ଯୋଡି ବଡ ଆନେ୍ଦାଳନ ଛିଡା କରିବ । ଏହି କାର୍ଯ୍ୟକ୍ରମରେ ସଭାପତିଙ୍କ ବ୍ୟତୀତ ସମ୍ପାଦକ ଡ.ଶିବପ୍ରସାଦ ମିଶ୍ର, ସଙ୍ଗଠନ ସମ୍ପାଦକ ଶ୍ରୀକାନ୍ତ ପଢ଼ିହାରୀ, ଉପସଙ୍ଗଠନ ସମ୍ପାଦକ ଶ୍ରୀମନ୍ତ ପାଣିଗ୍ରାହୀ, ସଂଯୋଜକ ସି.ଏଚ୍. ରାମକ୍ରିଷ୍ଣା ଦାସ, ଉପଦେଷ୍ଟା ଗଣେଶ ଚନ୍ଦ୍ର ଦାସ,ସୁରେଶ ଚନ୍ଦ୍ର ରଥ, ରାଜେନ୍ଦ୍ର କୁମାର ଜେନା, ରମା ରଞ୍ଜନ ପଣ୍ଡା ପ୍ରମୁଖ ସାମିଲ ଥିଲେ । ବ୍ରହ୍ମପୁର ଜିଲ୍ଲା ଦାବିକୁ ସମର୍ଥନ କରି ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ଏବଂ ଓଡ଼ିଶା ବ୍ରାହ୍ମଣ ସଭା ଭାଗ ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *