ରାସ୍ତାରେ ପଡ଼ିଛି ପୁଳାପୁଳା ଔଷଧ
ସୋର(ଆପ୍ର): ବାଲେଶ୍ୱର ଜିଲ୍ଲା ସୋର ଥାନା ତଳନଗର ରେଲୱେ ଓଭରବ୍ରିଜ ନିକଟ ଜାତୀୟ ରାଜପଥ କଡରେ ପଡିଛି ପୁଳାପୁଳା ସିରପ ଓ ବଟିକା । ଏହି ଔଷଧଗୁଡିକ ସରକାରୀ ଡାକ୍ତରଖାନାରେ ରୋଗୀମାନଙ୍କୁ ଦିଅ ।ଯାଇଥାଏ । ମେଡିସିନ ବୋତଲ ଉପରେ ନଟ୍ ଫର୍ ସେଲ ଲେଖାଯାଇଛି ।
ସରକାରୀ ଡାକ୍ତରଖାନାରେ ଔଷଧ ଠିକ ସମୟରେ ମିଳୁ ନ ଥିବା ଅନେକ ସମୟରେ ଅଭିଯୋଗ ହେଉଛି । ଏଥିପାଇଁ ବିଭିନ୍ନ ସମୟରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଉଛି । ଏପରିସ୍ଥତିରେ ମିଆଦ ଥାଇ ସୁଦ୍ଧା ସରକାରୀ ଔଷଧ ରାସ୍ତା କଡରେ ଫିଙ୍ଗାଯିବା ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି । କିଛିଦିନ ହେବ ଏହି ଔଷଧଗୁଡିକ ପଡିରହିଥିବା ବେଳେ ଖରା କାକରରେ ବୋତଲ ଉପର ଲଗାଯାଇଥିବା ଷ୍ଟିକର କିଛି ମାତ୍ରାରେ ଦେଖାଯାଉଛି । ଅନେକ ଔଷଧର ବ୍ୟାଚ ନମ୍ବର ଦେଖାଯାଉଛି ଓ ବୋତଲରେ ଔଷଧର ନାମ ସ୍ପଷ୍ଟରୁପେ ଜଣାପଡୁଛି । ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଏହା ବ୍ୟବହାର ଉପଯୋଗୀ ହୋଇପାରିବ ବୋଲି ଲେଖା ଯାଇଛି । ଅନପକ୍ଷରେ ସମୟ ସୀମା ଥାଇ ମଧ୍ୟ ସରକାରୀ ଔଷଧ କେଉଁ କାରଣରୁ ଫିଙ୍ଗା ଗଲା ତାହା ତଦନ୍ତ ସାପେକ୍ଷୂ ବୋଲି ମତ ପ୍ରକାଶ ପାଇଛି ।