୧୬୧ ପ୍ରଜାତିର ୪ଠ୫୪ ଜୀବଜନ୍ତୁ
ନନ୍ଦନକାନନର ୬୩ ତମ ପ୍ରତିଷ୍ଠା ଦିବସ
ବାରଙ୍ଗ (ଆପ୍ର): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୁରୁବାର ୬୩ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପ୍ରତିଷ୍ଠା ଦିବସ ଅବସରରେ ଶିଶୁ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ଉପହାର ସହ ପର୍ଯ୍ୟଟକମାନଙ୍କ ପାଇଁ ନୂଆ ବିରଳ ଜନ୍ତୁମାନଙ୍କୁ ଦେଖିବା ପାଇଁ ସ୍ୱତନ୍ତ୍ର ଖୁଆଡରେ ଛଡ଼ାଯାଇଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନ ୧୯୬୦ ମସିହା ଡିସେମ୍ବର ୨୯ ତାରିଖରେ ପ୍ରତିଷ୍ଠା କରାଯାଇଥିଲା, ଗୁରୁବାର ୬୩ ବର୍ଷରେ ପଦାର୍ପଣ କରିଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ବିଭିନ୍ନ କାର୍ଯ୍ୟର ଶୁଭ ଉଦ୍ଘାଟନ କରିଛନ୍ତି ।
ବିଶେଷ କରି ଶିଶୁ ଉଦ୍ୟାନ ନବୀକରଣ କରାଯାଇଛି, ଯାହାକି ଶିଶୁମାନଙ୍କୁ ଆକୃଷ୍ଟ କଲାଭଳି ଦୋଳି, ଚକ୍ରି ଖସଡ଼ା ଇତ୍ୟାଦି ଶିଶୁମାନଙ୍କୁ ମନୋରଞ୍ଜନ କରିବାରେ ସହାୟକ ହେବ । ସେହିପରି ପଶୁ ପକ୍ଷୀମାନଙ୍କ ଉନ୍ନତ ମାନର ଚିକିତ୍ସା ପାଇଁ ଅସ୍ତ୍ରୋପ·ର କକ୍ଷ କରାଯାଇଛି । ଯେଉଁଥିରେ ଅତ୍ୟାଧୁନିକ ମେସିନମାନ ରହିଛି । ଉଦ୍ଧାର ଶାବକ ପାଳନ କେନ୍ଦ୍ର କରାଯାଇଛି । ମହୀଶୂରରୁ ଆସିଥିବା ୪ଟି ମିରକାଟ, ୫ ହଂସଙ୍କୁୁ ଦେଖି ଖୁବ୍ ଖୁସୀ ହୋଇଥିଲେ ପର୍ଯ୍ୟଟକ । ଏହାସହିତ ନନ୍ଦନ କାନରେ ଭଲ କାର୍ଯ୍ୟ କରିଥିବା କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା । ନନ୍ଦନକାନନର ବାର୍ଷିକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା । ଏହି ଦିବସରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତ ରାୟ, ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ସୁଶିଲ ପୋପ୍ଲେ, ସଚିବ ମୋନା ଶର୍ମା, ନିଦେ୍ର୍ଦଶକ ମନୋଜ ଭି ନାୟାର, ଉପ ନିଦେ୍ର୍ଦଶକ ସଂଜିତ କୁମାରଙ୍କ ସହ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏବେ ପ୍ରାଣୀ ଉଦ୍ୟାନ ରେ ୧୬୧ ପ୍ରଜାତିର ୪ହଜାର ୫୪ଟି ଜୀବଜନ୍ତୁ ଅଛନ୍ତି ।