ସାଧୁଙ୍କ ଆଇନ ଅମାନ୍ୟ ଆନେ୍ଦାଳନ ଚେତାବନୀ

ମହିମା ଗାଦୀ ଉଚ୍ଛେଦ ନେଇ ଅସନ୍ତୋଷ
ଢେଙ୍କାନାଳ (ଆପ୍ର): ରାଜ୍ୟର ମହିମା ଧର୍ମର ଆଦିପୀଠ ମହିମା ଗାଦୀରେ ବୁଲଡୋଜର ଚଳାଇ ଶୂନ୍ୟମନ୍ଦିର,ଗାଦି ମନ୍ଦିର ଏବଂ ଚଟି ଘରକୁ ଉଚ୍ଛେଦ କରାଯାଇଛି । ଫଳରେ କୌପୁନୀଧାରୀମହିମା ସାଧୁମାନଙ୍କର ନୀତିକାନ୍ତି ଏବଂ ଉପାସନାରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି । ଯାହାକୁ ନେଇ କୌପିନୀଧାରୀ ମହିମା ସମାଜ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ କୌପୁନୀଧାରୀ ମହିମା ସମାଜ ପକ୍ଷରୁ ଗୁରୁବାର ଦିନ ଜିଲ୍ଲାପାଳଙ୍କୁ ସାକ୍ଷାତ କରି କୋର୍ଟ ଆଦେଶର ଦ୍ୱାହି ଦେଇ ମହିମାଗାଦୀରେ ଯେଉଁ ଉଚ୍ଛେଦ କରାଯାଇଛି ତାହାକୁ ତୀବ୍ର ବିରୋଧ କରିଛନ୍ତି । ଏହାସହ ନ୍ୟାୟାଳୟ ଆଦେଶକୁ କାର୍ଯ୍ୟକାରୀ କରାନଗଲେ କୌପୁନୀଧାରୀ ମହିମା ସାଧୁମାନେ ଆଇନଅମାନ୍ୟ ଆନେ୍ଦାଳନ କରିବାକୁ ଲିଖିତ ଭାବରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।
ସୂଚନାରୁ ପ୍ରକାଶ ଯେ, ଉଚ୍ଚ ନ୍ୟାୟାଳୟ ଗାଦି ମନ୍ଦିର ଏବଂ ଶୂନ୍ୟ ମନ୍ଦିରରେ ଉଭୟ କୌପୁନୀଧାରୀ ମହିମା ସମାଜ ଓ ବଳକଳଧାରୀ ମହିମା ସମାଜକୁ ସମାନ ଅଧିକାର ଦେଇଛନ୍ତି । ସେହି ଆଦେଶର ଅନୁପାଳନ କରି କøପୁନୀଧାରୀ ମହିଳା ସାଧୁଙ୍କୁ ପୂଜାନିତୀ ପାଇଁ ଅନୁମତି ପ୍ରଦାନ, ଏହାସହ ଯୋରନ୍ଦା, ନାଟିମାରେ ମହିମା ସ୍ୱାମୀଙ୍କ ନାମରେ ଥିବା ସମସ୍ତ ଭୂସମ୍ପତିର ଉଭୟଙ୍କର ସମାନ ଭାଗ ରହିଛି, ତେଣୁ ଭୁସମ୍ପତି ମାଲିକାନାରେ ସଂଶୋଧନ ପୂର୍ବକ ବକ୍କଳଧାାରୀ ମହିମା ସମାଜ ସହିତ କୌପୁନୀଧାରୀ ମହିମା ସମାଜର ନାମ ଦରଜ କରିବା ପାଇଁ ୨୦୨୧ରୁ ଅପିଲ ହୋଇଥିବା ବେଳେ ମାମଲାର ତୁରନ୍ତ ସମାଧାନ, ଏହା ସହିତ ପଚାଶ ଭାଗ ଭୁସମ୍ପତି କୌପୁନୀଧାରୀ ମହିମା ସମାଜକୁ ପ୍ରଦାନ,ଧ୍ୱଂସ କରାଯାଇଥିବା ତିନୋଟି ମନ୍ଦିରକୁ ନିର୍ମାଣ କରିବା ପାଇଁ ଜମି ଚିହ୍ନଟ ସହିତ ତୁରନ୍ତ ନିର୍ମାଣ କାର୍ଯ୍ୟ ସାହାଯ୍ୟ ସହଯୋଗ, ଭବିଷ୍ୟତରେ କୌଣସି କାର୍ଯ୍ୟ ପାଇଁ ଉଭୟ ପକ୍ଷର ସହମତିରେ କାର୍ଯ୍ୟ କରିବା ଆଦି ଦାବି କରାଯାଇଛି । ଘଟଣାର ସମାଧାନ ପାଇଁ ଡିସେମ୍ବର ୯ ଓ ୧୦ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବି ପତ୍ରପ୍ରତ ଦାନ କରାଯାଇଥିବା ବେଳେ ତାହାର କୌଣସିି ସମାଧାନ କରାଯାଇ ନାହିଁ । ଗୋଟିଏ ସପ୍ତାହ ମଧ୍ୟରେ ଦାବୀ ପୂରଣ କରାନଗଲେ କୌପୁନୀଧାରୀ ମହିମା ସମାଜ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଇନଅମାନ୍ୟ ଆନେ୍ଦାଳନ କରାଯିବ ବୋଲି କୌପୁନୀଧାରୀ ମହିମା ସମାଜର ସଭାପତି ରଘୁନାଥ ବାବାଙ୍କ ସହିତ ବାବା ସୁଶାନ୍ତ ଦାସ,ବାବା ଅଭୟ ଦାସ,ବିରେନ୍ଦ୍ର ବାବାଙ୍କସହିତ ଅନ୍ୟମାନେ ଜିଲ୍ଳାପାଳଙ୍କୁ ଦାବୀପତ୍ରପ୍ରଦାନ କରିଥିବାରଜଣାପଡିଛି ।
ଅନ୍ୟପକ୍ଷରେ ଉଭୟ ଗୋଷ୍ଠୀର ସମାନ ଅଧିକାରୀ ଥିବାରୁ ଉଭୟ ଆପୋଷ ଆଲୋଚନା କରି ସମସ୍ୟାର ସମାଧାନ କରିବା ସହ ମହିମା ଧର୍ମର ମହିମା ବୃଦ୍ଧି କରିବାକୁ ସାଧୁସନ୍ଥ ମାନଙ୍କୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଏଥିନିମନ୍ତେ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଜିଲ୍ଳାପାଳ ପ୍ରକାଶ କରିଛନ୍ତି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଉଦୟକୁମାର ମହାପାତ୍ରଙ୍କ ସହିତ ଉପଜିଲ୍ଳାପାଳ ସ୍ନିଗ୍ଧାରାଣୀ ଧଳ,ଗଁଦିଆ ବିଡିଓ ଆଷିଶ ରଞ୍ଜନ ସାହୁ, ତହସିଲଦାର ଭଜନା ନନ୍ଦ ସାହୁ ଓ କୌପୁନୀଧାରୀ ମହିମା ସମଜାର ସାଧୁମାନେ ଉପସ୍ଥିତ ରହିିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *