ବାଡ଼ ଭାଙ୍ଗି ୧୫୦ ନଡ଼ିଆ ଗଛ ଧ୍ୱଂସ କଲେ

କମଳାଙ୍ଗରେ ହାତୀପଲର ଉତ୍ପାତ
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ କଣ୍ଟାବଣିଆ ଥାନା କମଳାଙ୍ଗ ଗ୍ରାମରେ ମଙ୍ଗଳବାର ରାତିରେ ହାତୀ ପଲ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି । ହାତୀ ପଲ ତାର ବାଡ ଭାଙ୍ଗି ୧୫୦ ନଡିଆଗଛ ନଷ୍ଟ କରିବା ସହିତ ଲକ୍ଷଲକ୍ଷ ଟଙ୍କାର ଫସଲ ମଧ୍ୟ ନଷ୍ଟ କରିଥିବାର ଅଭିଯୋଗ ହୋଇଛି ।
କମଳାଙ୍ଗଗ୍ରାମର ଦୀର୍ଘ ୭୮ ଦିନ ହେବ ୯ଟି ହାତୀ ଉପଦ୍ରବ କରୁଛନ୍ତି । ଗତ କିଛି ଦିନ ପୂର୍ବେ ହାତୀ ପଲ କମଳାଂ ଗ୍ରାମର ଗୋପି ମହାପାତ୍ରଙ୍କ ଫାର୍ମ ହାଉସ ତାର ବାଡ ଭାଙ୍ଗି ତା ମଧ୍ୟରେ ଥିବା ୧୫୦ଟି ନଡିଆ ଗଛ ନଷ୍ଟ କରି ଦେଇଛନ୍ତି । ସେହି ପରି ତା ଭିତରେ ଥିବା ହରଡ, ବାଦାମ, ଆଳୁ, ମୁଗ ଫସଲକୁ ମଧ୍ୟ ଦଳି ଚକଟି ନଷ୍ଟ କରିଥିବାର ଜଣାପଡିଛି । ସେହିପରି ଗ୍ରାମର ଯୁଗଳ ବେହେରାଙ୍କ କଣ୍ଟାବାଡ ଭାଙ୍ଗି ପନିପରିବା ନଷ୍ଟ କରିଥିବା ବେଳେ ବିଘ୍ନସାହୁ,ମୁରଲୀ ସାହୁ୍ଙ୍କର ମଧ୍ୟ ପନିପରିବା ଫସଲ ନଷ୍ଟ କରିଥିବାର ଜଣାପଡିଛି । ଗୋପି ମହାପାତ୍ର ଋଣ କରି ଫାର୍ମକରିଥିବା ବେଳେ ହାତୀ ଫାର୍ମକୁ ସମ୍ପୁର୍ଣ୍ଣ ଭାବରେ ଉଜାଡି ଦେଇଛନ୍ତି । ହାତୀ ପଲ ତାର ବାଡକୁ ଛିଣ୍ଡାଇ ଭିତରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ବନ ବିଭାଗ କର୍ମଚାରୀଙ୍କ ହାତୀପଲଙ୍କୁ ଘେଉଡ଼ାଇବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ପ୍ରକାଶ ଥାଉକି, ଗତ ୨୦୧୮ ମସିହା ଅଗଷ୍ଟ ୨୭ ତାରିଖରେ ବିଦୁ୍ୟତ୍ ସଂସ୍ପର୍ଶରେ ଆସି ୭ଟି ହାତୀ ମୃତୁ୍ୟ ବରଣ କରିଥିଲେ । ବନବିଭାଗ ତରଫରୁ ହାତୀକୁ ଘଉଡାଇବାକୁ ନିବେଦନ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *