ସରକାର ଉପରେ ବର୍ଷିଲେ

ଓଡ଼ିଶାରେ ନଡ୍ଡା
ଫୁଲବାଣୀ/ତୁମୁଡିବନ୍ଧ/ବାଲୁଗାଁ,୨୮ା୧୨ (ବୁ୍ୟରୋ/ଆପ୍ର): ଓଡ଼ିଶାବାସୀଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଓଡିଶାକୁ ଇଞ୍ଜିିନିୟରିଂ କଲେଜ, ମେଡିକାଲ କଲେଜ ଯୋଗାଇ ଦେଇଛନ୍ତି କିନ୍ତୁ ରାଜ୍ୟ ସରକାର ଦୀର୍ଘ ·ରି ବର୍ଷ ହେଲା ଏକ ୟୁନିଭର୍ସିଟି ନିର୍ମାଣ କରିପାରୁ ନାହାନ୍ତି । ମହିଳାଙ୍କ ସୁରକ୍ଷା ବିପନ୍ନ ହୋଇଛି । ଓଡ଼ିଶାରେ ଦାଦନ ଶ୍ରମିକ ଓ ·ଷୀ ସମସ୍ୟାର ସମାଧାନ ହୋଇପାରିନି । ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରାଇ ଦିଆଯାଉନିି । ଓଡ଼ିଶାରେ କେଉଁଭଳି ସରକାର ·ଲିଛି ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରଶ୍ନ କରିଛନ୍ତି ।
ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ନଡ୍ଡା ପ୍ରଥମେ ଫୁଲବାଣୀ ଜିଲ୍ଲାର ତୁମୁଡ଼ିବନ୍ଧ ଓ ଖୋର୍ଦ୍ଧା ଜିଲ୍ଲା ତଥା ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀର ବାଣପୁରସ୍ଥିତ ଐତିହାସିକ ପଲଟଣ ପଡ଼ିଆଠାରେ ଆୟୋଜିତ ଜନସଭାରେ ଉଦ୍ବୋଧନ ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ତୁମୁଡ଼ିବନ୍ଧର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ୍ରେ ଅନୁଷ୍ଠିତ ସାଧାରଣସଭାରେ ବିଜେପି ଅଧ୍ୟକ୍ଷ ଶ୍ରୀ ନଡ୍ଡା କହିଛନ୍ତି, ରାଜସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି । ମହିଳାଙ୍କ କଥା କହୁଥିଲେ ବି ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି । କେନ୍ଦ୍ର ସରକାର ଉଜ୍ଜ୍ୱଳା ଯୋଜନାରେ ମହିଳାଙ୍କୁ ଏଲ୍ପିଜି,କରୋନା ସମୟରେ ଲୋକଙ୍କୁ ଟିକା, ଆବାସ ଯୋଜନାରେ ଘର ଯୋଗାଇ ଦେଇଛନ୍ତି । କିନ୍ତୁ ଆବାସ ଯୋଜନା ଦଳୀୟ ଭିତ୍ତିରେ ବଣ୍ଟା ଯାଇଛି । ପଲଟଣ ପଡ଼ିଆ ସଭାରେ ମଧ୍ୟ ବିଜେପି ଜାତୀୟ ଅଧ୍ୟକ୍ଷ ରାଜସରକାଙ୍କୁ କଡ଼ା ସମାଲୋଚନା କରିଛନ୍ତି ।
ଉଭୟ ସଭାରେ ନ‡ାଙ୍କ ସମେତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଦଳର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ଓଡିଶା ପ୍ରଭାରୀ ଡି ପୁରନେ୍ଦଶ୍ୱରୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖ ସମ୍ବୋଧିତ କରି କେନ୍ଦ୍ରର ସଫଳତା ଓ ରାଜ୍ୟସରକାରଙ୍କ ବିଫଳତା ବଖାଣିଛନ୍ତି ।
ତୁମୁଡ଼ିବନ୍ଧ ହାଇସ୍କୁଲ ପଡ଼ିଆରେ ହେଲିକେପ୍ଟରରୁ ଅବତରଣ କରିବା ପରେ ଶ୍ରୀ ନ‡ା ଏବଂ ଅନ୍ୟମାନଙ୍କୁ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍କୁ ପାଛୋଟି ନିଆଯାଇଥିଲା । ସଭାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ଆଦିିବାସୀ ପିଲାଙ୍କ ପଢ଼ିବା ନିମିତ୍ତ ଓଡ଼ିଶାରେ ସବୁଠୁ ଅଧିକ ନବୋଦୟ ବିଦ୍ୟାଳୟ ଖୋଲାଯାଇଛି । ୩ ଶହ କୋଟି ଟଙ୍କା ବ୍ୟୟ ଅଟକଳରେ ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ କରାଯାଇଛି । ସମ୍ବଲପୁରରେ ଆଇଆଇଏମ୍ଏସ୍ ପାଇଁ ୪ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଭୁବନେଶ୍ୱରରେ ସ୍କିଲ୍ ଇଣ୍ଡିଆ ଅନୁଷ୍ଠାନ ଖୋଲାଯାଇଛି ବୋଲି ଶ୍ରୀ ପ୍ରଧାନ କହିଥିଲେ । ସଭାପରେ ଶ୍ରୀ ନଡ୍ଡା ଓ ଅନ୍ୟମାନେ ଜଲେଶପଟା ଆଶ୍ରମ ଯାଇ ସ୍ୱାମୀ ଲଷ୍ମଣାନନ୍ଦ ସରସ୍ୱତୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଶଙ୍କରା·ର୍ଯ୍ୟ କନ୍ୟାଶ୍ରମରେ ଏକ ଛାତ୍ରୀ ନିବାସ ଉଦ୍ଘାଟନ କରିଥିଲେ । ଆଶ୍ରମ ବୁଲି ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ ଜେପି ନ‡ା । ବିଜେପି ତୁଙ୍ଗନେତାମାନଙ୍କୁ ସ୍ୱାଗତ କରିବା ପାଇଁ ଆଶ୍ରମରେ ବ୍ୟାପକ ଆୟୋଜନ କରାଯାଇଥିଲା । ସୁରକ୍ଷା ନିମିତ୍ତ ସଭାସ୍ଥଳ ଓ ଆଶ୍ରମରେ ୬ ପ୍ଲାଟୁନ ପୁଲିସ, ୩ ଡିଏସ୍ପି, ୨ ଇନ୍ସପେକ୍ଟର, ୭ ସବଇନ୍ସପେକ୍ଟର, ୬ ଏଏସଆଇ ଓ ୫୦ ଗୃହରକ୍ଷୀଙ୍କୁ ବିୟୋଜିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଦଳର ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ସମେତ ବହୁ ନେତା ସାମିଲ ହୋଇଥିଲେ ।
ପୁରୀ ଲୋକସଭା କ୍ଷେତ୍ର ବାଣପୁରର ପଲଟଣ ପଡ଼ିଆରେ ଆୟୋଜିତ ବିରାଟ ସାଧାରଣ ସଭାରେ ମଧ୍ୟ ଶ୍ରୀ ନଡ୍ଡା ଓ ଦଳର ଅନ୍ୟ ନେତାମାନେ ରାଜ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ବୁଧବାର ଅପରାହ୍ଣରେ ହେଲିକପ୍ଟର ଯୋଗେ ବାଣପୁର ବ୍ଲକ ନିକଟସ୍ଥ ହେଲିପ୍ୟାଡରେ ପହଞ୍ଚିବା ପରେ ବିଜେପି ଅଧ୍ୟକ୍ଷ ଜେପି ନ‡ା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ବ୍ଲକ ଅଧ୍ୟକ୍ଷ ଅମରେଶ ରଣସିଂହଙ୍କ ସମେତ ରାଜ୍ୟସ୍ତରୀୟ ନେତୃବୃନ୍ଦ, ସରପଞ୍ଚ ସ୍ୱାଗତ କରି ସଭାସ୍ଥଳକୁ ନେଇଥିଲେ । ସଭା ଶେଷ ହେବା ପରେ ବାଣପୁରର ଆରାଧ୍ୟା ମା’ ଭଗବତୀଙ୍କୁ ଦର୍ଶନ କରିଥିଲେ ନଡ୍ଡା । ଏହି ଗସ୍ତ ପାଇଁ ପ୍ରଶାସନ ପକ୍ଷରୁ ଦିନ ଗୋଟାଏରୁ ସମସ୍ତ ଦୋକାନ ବଜାର ବନ୍ଦ କରରିଦିଆ ଯାଇଥିଲା ।
ରାଷ୍ଟ୍ରୀୟ ଅଧ୍ୟକ୍ଷ ସଭାରେ ପହଞ୍ଚିବା ପୂର୍ବରୁ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ପ୍ରମୁଖ ରାଜ ସରକାରଙ୍କ ବିରୋଧରେ ବର୍ଷିଥିଲେ । ବିଜେଡି ସରକାର ଓଡ଼ିଶାର ବିନାଶ କରି ·ଲିଛି, ସରକାର ଚଳାଇବା ପାଇଁ ଦକ୍ଷ ନେତାଙ୍କ ଅଭାବ କାରଣରୁ ରାଜ୍ୟରେ ଭ୍ରଷ୍ଟା·ର, ନାରୀ ନିର୍ଯାତନା ବଢି·ଲିଛି ବୋଲି ସେମାନେ ଅଭିଯୋଗ କରିବା ସହିତ ୨୦୨୪ ନିର୍ବାଚନରେ ପରିବର୍ତ୍ତନ ଘଟାଇବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଳେ । ଓଡିଶା ପ୍ରଭାରୀ ଡି ପୁରନେ୍ଦଶ୍ୱରୀ ରାଜ୍ୟରେ ଧୃତରାଷ୍ଟ୍ରଙ୍କ ଶାସନ ଚାଲିଛି ବୋଲି କହିଥିଳେ । ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଥିଲେ, ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରାଇ ଦିଆଯାଉନି । ଓଡ଼ିଶାରେ ଦୁର୍ନୀତି ବଢି ·ଲିଛି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଉଥିବା ପ୍ରଧାନମନ୍ତ୍ରୀ ଆବାସ ଦଳୀୟ ଭିତ୍ତିରେ ବଣ୍ଟାଯାଉଥିବା ଶ୍ରୀ ପଣ୍ଡା ଅଭିଯୋଗ କରିଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ବିଜେଡିର ୧୦୦ବର୍ଷ ଶାସନ ଆଶା ଏଥର ମଉଳି ଯିବ । ପ୍ରଧାନମନ୍ତ୍ରୀ ମୋଦି ଓଡିଶାକୁ ଆଗେଇ ନେବା ପାଇଁ ୨୦୦୦ରୁ ୨୦୨୨ ମଧ୍ୟରେ ପ୍ରାୟ ୬୮ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ଦେଇଛନ୍ତି । ମାଟିର ଲଢ଼ୁଆ ପୁଅ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ର ରାଜ୍ୟପାଳ ଏବଂ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରାଯାଇଛି ବୋଲି ବୋଲି ଶ୍ରୀ ପ୍ରଧାନ କହିବା ସହିତ ଅତ୍ୟା·ର, ନାରୀ ନିର୍ଯାତନାରେ ବୁଡି ରହିଥିବା ବିଜେଡି ସରକାରକୁ ଫିଙ୍ଗି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆଣିବାକୁ ଆହ୍ୱାନ ଦେଇଥିଲେ । ସଭାରେ ହଜାର ହଜାର ଜନତାଙ୍କ ସମାଗମ ହୋଇଥିଲା ଓ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଶ୍ରୀ ନଡ୍ଡା ଓ ଅନ୍ୟମାନେ ଏଠାରୁ ସଡ଼କ ପଥରେ ନାଚୁଣୀ ଯାଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *