ହକି ବିଶ୍ୱକପ୍ ପାଇଁ ପ୍ରଶାସନର ପ୍ରସ୍ତୁତି

୫ରେ ପହଞ୍ଚିବ ଟ୍ରଫି
ଢେଙ୍କାନାଳ (ଆପ୍ର):ଢେଙ୍କାନାଳ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଳାପାଳ ସରୋଜ କୁମାର ସେଠୀଙ୍କ ସଭାପତିତ୍ୱରେ ହକି ବିଶ୍ୱ କପ୍ ଅବସରରେ ଜିଲ୍ଲାକୁ ଉତ୍ସବ ମୁଖର କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରୁଷ ହକି ବିଶ୍ୱ କପ୍କୁ ଓଡିଶା ଆୟୋଜନ କରୁଥିବାରୁ ଏହା ଆମ ପାଇଁ ଗର୍ବ ଏବଂ ଗୌରବର ବିଷୟ ବୋଲି ଜିଲ୍ଲାପାଳ କହିବା ସହିତ ସବୁ ବର୍ଗର ଲୋକମାନେ ଯେପରି ଏହି ଉତ୍ସବରେ ସାମିଲ ହୋଇ ଉପଭୋଗ କରିପାରିବେ ସେଥି ପାଇଁ ସମସ୍ତ ୨୮ ଟି ବିଭାଗ ସଜାଗ ହେବାକୁ ପରାମର୍ଶ ଦେଇଛନ୍ତି । ପ୍ରସ୍ତୁତି ବୈଠକରେ ଜିଲ୍ଲା କ୍ରୀଡାଧିକାରୀ ପ୍ରଦିପ୍ତ କୁମାର ମହାନ୍ତି ଯୋଗଦେଇ ହକି ବିଶ୍ୱ କପ୍ ଅବସରରେ ଜିଲ୍ଲାରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିଥିଲେ । ବିଶ୍ୱ କପ୍ ଟ୍ରଫିକୁ ଆସନ୍ତା ୫ରେ ବିଧାୟକ, ଲୋକପ୍ରତିନିଧି, ପ୍ରଶାସନିକ ଅଧିକାରୀ ଓ ଜନସାଧାରଣ କଣ୍ଟାବଣିଆ ଠାରେ ଜିଲ୍ଳାକୁ ଆମନ୍ତ୍ରଣ କରିବେ । ଟ୍ରଫିକୁ ମିନି ଷ୍ଟାଡିୟମକୁ ଶୋଭାଯାତ୍ରାରେ ଅଣାଯାଇ ଜାନୁଆରୀ ୬ ତାରିଖ ଦିନ ଶ୍ରୀବଳରାମଙ୍କ ମନ୍ଦିରରେ ଟ୍ରଫି ପୂଜାର୍ଚ୍ଚନା କରାଯିବା ସହିତ ସହର ପରିକ୍ରମା କରି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ପଞ୍ଚିବ । ପରେ ୪୨ ଜଣିଆ ଏକ ଦଳ ଟ୍ରଫି ସହିତ କାମାକ୍ଷାନଗରରେ ପହଞ୍ଚିବା ପେର ସମ୍ବର୍ଦ୍ଧନା ଦିଆଯିବ । ପରେ କଙ୍କଡାହାଡ ଦେଇ ସେଠାରୁ କେଉଁଝର ଜିଲ୍ଳାକୁ ଯାତ୍ରା କରିବ ବୋଲି ଜଣାପଡିଛି ।
ପୁରୁଷ ହକି ବିଶ୍ୱ କପ ଉତ୍ସବକୁ ଲୋକପ୍ରୀୟ କରିବା ପାଇଁ ମିନି ଷ୍ଟାଡିୟମ ଠାରେ ଏଲଇଡି ମାଧ୍ୟମରେ ମ୍ୟାଚ ପ୍ରସାରଣ କରାଯିବ । ପ୍ରତି ପଞ୍ଚାୟତ ସହିତ ବିଭିନ୍ନ ଶିଳ୍ପାନୁଷ୍ଠାନମାନଙ୍କରେ ଥିବା କଲୋନୀ, ଆଶ୍ରମ ସ୍କୁଲ, କାରାଗାର, ଆହାରକେନ୍ଦ୍ରରେ ବିଶ୍ୱ କପ୍ ହକିକୁ ଦେଖିବା ନିମନ୍ତେ ଏଲଇଡିର ବ୍ୟବସ୍ଥା କରାଯିବ । ଏହି ଅବସରରେ ମିନି ଷ୍ଟାଡିୟମରେ ୨୭ରୁ ୨୯ ପର୍ଯ୍ୟନ୍ତ ମିନି ପଲ୍ଲିଶ୍ରୀ ମେଳାର ଆୟୋଜନ କରାଯାଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ କି୍ରଡାବିତ ମାନଙ୍କୁ ସମ୍ବର୍ଦ୍ଧନା କରାଯିବାର ଯୋଜନା ରହିଛି । ଜିଲ୍ଳାକୁ ଉତ୍ସବ ମୁଖର କରିବା ପାଇଁ ବିଦ୍ୟାଳୟ,ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଳା ସ୍ତରରେ କ୍ରୀଡା ପ୍ରତିଯୋଗିତାର ଆୟୋଜନ କରାଯିବ । ରାଉଲକେଲା ବିର୍ସାମୁଣ୍ଡା ଷ୍ଟାଡିୟମକୁ ଆସିଥିବା ବିଦେଶୀ ପର୍ଯ୍ୟଟକ ମାନଙ୍କ ନିମନ୍ତେ ଏସଏସଜି ଗୁୂ୍ରପ ମାନଙ୍କ ଦ୍ୱାରା ପ୍ରସ୍ତୁତ ମିଲେଟ ଖାଦ୍ୟ ସାମଗ୍ରୀ ଏବଂ ମିଲେଟ ପାନୀୟର ବ୍ୟବସ୍ଥା କରାଯିବ । ହକି ବିଶ୍ୱକପ ଉତ୍ସବକୁ ଆକର୍ଷଣୀୟ କରିବା ପାଇଁ ଜାନୁଆରୀ ୮ତାରିଖ ଦିନ ଢେଙ୍କାନାଳ, କାମାକ୍ଷାନଗର, ହିନେ୍ଦାଳ ଓ ଭୁବନ ପୌରାଞ୍ଚଳରେ ରାହାଗିରୀର ଆୟୋଜନ କରାଯିବ । ସମସ୍ତ ବାଣିଜ୍ୟ, ଶିଳ୍ପାନୁଷ୍ଠାନ,ସରକାରୀ ବେସରକାରୀ କାର୍ଯ୍ୟାଳୟକୁ ଆଲୋକରେ ସଜ୍ଜିତ କରିବାକୁ ନିଷ୍ପତି କରାଯାଇଛି । ହକି ବିଶ୍ୱକପର ସୁନାମ ବୃଦ୍ଧି ପାଇଁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *