କୋଣାର୍କର ବିଭିନ୍ନ ସମସ୍ୟା ନେଇ ୫-ଟି ସଚିବଙ୍କୁ ଟ୍ୱିଟ୍
କୋଣାର୍କ (ଆପ୍ର): ବିଶ୍ୱପ୍ରସିଦ୍ଧ କୋଣାର୍କ ଏବଂ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ସମସ୍ୟା ଦୀର୍ଘ ବର୍ଷ ଧରି ସମାଧାନ ହେଉ ନ ଥିବା ଯୋଗୁଁ ଏହାକୁ ଉପଲବ୍ଧ କରି ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କୁ ପତ୍ର ଲେଖି ଟ୍ୱିଟ୍ କରିଛନ୍ତି କୋଣାର୍କର ଯୁବ ସାମ୍ବାଦିକ ଦୁର୍ଗା ପ୍ରସାଦ ମହାପାତ୍ର । ଗତ ଡିସେମ୍ବର ୨୪ରେ ୫-ଟି ସଚିବଙ୍କ କୋଣାର୍କ ପରିଦର୍ଶନ ପରେ ମୌଳିକ ସମସ୍ୟା ସମ୍ପର୍କରେ ୫ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉଦ୍ୟମ କରିଥିଲେ ଯୁବ ସାମ୍ବାଦିକ । ଏଥିପାଇଁ ଯୁବ ସାମ୍ବାଦିକ କୋଣାର୍କର ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଗଠନ କରିଥିବା କୋଣାର୍କ ଡେଭଲପମେଣ୍ଟ କାଉନ୍ସିଲର ଅଫିସିଆଲ ପ୍ୟାଡ୍ରେ ଏକ ପତ୍ର ଲେଖି ଟ୍ୱିଟ୍ କରିଛନ୍ତି ।
ବିଶ୍ୱଐତିହ୍ୟ କୋଣାର୍କ ସହରରେ ଉଭୟ ସ୍ଥାନୀୟ ଜନସାଧାରଣ ଏବଂ ପର୍ଯ୍ୟଟକଙ୍କ ସ୍ୱାର୍ଥର ବିକାଶ ଲାଗି ଅନେକ ଗୁଡ଼ିଏ କାର୍ଯ୍ୟ ହେବା ଉଚିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀର୍ଘ ୨୨ ବର୍ଷରୁ ଊଦ୍ଧ୍ୱର୍ ଶାସନ ମଧ୍ୟରେ କୋଣାର୍କକୁ ବିକାଶ ଅନେକ ମାତ୍ରାରେ ପହଞ୍ଚିଥିଲେ ମଧ୍ୟ ସମୟ ସହ ତାଳ ଦେଇ ଉଭୟ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ନବୀନ ପଟ୍ଟନାୟକଙ୍କ ମଡେଲ୍ । ଓଡ଼ିଶା ସ୍ୱପ୍ନ ପୂରା କରିବା ପାଇଁ ଆବଶ୍ୟକ ଥିବା ଅନ୍ୟ ପ୍ରସଙ୍ଗକୁ ନେଇ ଏକ ୮ ଦଫା ଦାବି ସମ୍ବଳିତ ଦାବିପତ୍ର ଲେଖାଯାଇଛି ।
ଦାବିପତ୍ରରେ ଥିବା ଦାବିଗୁଡ଼ିକ ହେଉଛି, ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ, ମେଡିକାଲ୍ରେ ସ୍ଥାୟୀ ଡାକ୍ତର ନିଯୁକ୍ତି, ରାତ୍ରିଯାପନ ପାଇଁ ପଞ୍ଚ ତାରକା ହୋଟେଲ ନିର୍ମାଣ ସାଙ୍ଗକୁ ଧର୍ମଶାଳା, ସ୍ୱର୍ଣ୍ଣ ତ୍ରିଭୁଜ ପୁରୀ-ଭୁବନେଶ୍ୱର-କୋଣାର୍କକୁ ରେଳ ଏବଂ ଏୟାରପୋର୍ଟ ସଂଯୋଗୀକରଣ ଆଦି ଅନେକ ଦାବି ରହିଛି । ଏ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇ ଆଲୋଚନା କରି ବିହିତ ପଦକ୍ଷେପ ନେବା ପାଇଁ ୫ଟି ସଚିବଙ୍କୁ ଅନୁରୋଧ କରିଛନ୍ତି କୋଣାର୍କର ଯୁବ ସାମ୍ବାଦିକ ଦୁର୍ଗା ପ୍ରସାଦ ମହାପାତ୍ର ।