ପରକୀୟା ପ୍ରୀତି: ନିଖୋଜ ଯୁବକଙ୍କ ଗଳିତ ଶବ ଉଦ୍ଧାର
ବ୍ରହ୍ମପୁର (ବୁ୍ୟରୋ): ଗତ ୧୯ତାରିଖରୁ ନିଖୋଜ ଥିବା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ବୋମକେଇ ଗ୍ରାମର କୃଷ୍ଣଚନ୍ଦ୍ର ବେହେରାଙ୍କ ଗଳିତ ଶବ ଗଜପତି ଜିଳ୍ଲା ଆର.ଉଦୟଗିରି ଥାନା ଲାଞ୍ଜିଆ ଗ୍ରାମ ନିକଟ ମାଙ୍କଡ଼ଡ଼ିଆଁ ନାଳରୁ ବୁଧବାର ଜବତ କରାଯାଇଛି । ଅଖାରେ ବନ୍ଧା ହୋଇଥିବା ଶବକୁ ଉଦ୍ଧାର କରି ପୁଲିସ ମୃତ କୃଷ୍ଣଙ୍କ ସ୍ତ୍ରୀ ସସ୍ମିତା ଡାକୁଆ ଏବଂ ଗଜପତି ଜିଲ୍ଲା ମୋହନାର ତାଙ୍କ ପ୍ରେମିକ ଶଙ୍କର୍ଷଣ ଗୌଡ଼ଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି । ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଯାଇଛି । ଏହା ଏକ ସୁପରିକଳ୍ପତି ହତ୍ୟାକାଣ୍ଡ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି । ଗତ ୧୯ ତାରିଖଠାରୁ କୃଷ୍ଣଚନ୍ଦ୍ର ଘରୁ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାର କୌଣସି ସନ୍ଧାନ ପାଇପାରି ନ ଥିଲେ । ଏନେଇ କେ.ନୂଆଗାଁ ଥାନାରେ ଏତଲା ଦିଆଯାଇଥିଲା । ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ପୁଲିସ ଟିମ୍ ଗାଁରେ ପହଞ୍ଚô ତଦନ୍ତ ଚଳାଇବା ଥିବାବେଳେ ଘରର କିଛି ସ୍ଥାନରେ ରକ୍ତଛିଟା ପଡ଼ିଥିବା ନେଇ ସାହି ପଡ଼ୋଶୀ ପୁଲିସକୁ ସୂଚନା ଦେବା ପରେ ପୁଲିସ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇଥିଲା । କୃଷ୍ଣଙ୍କ ସ୍ତ୍ରୀର ମୋବାଇଲ ଫୋନକୁ ଯାଞ୍ଚ କରାଯିବା ପରେ ଖମାରି ଗାଁର ଶଙ୍କର୍ଷଣଙ୍କ ଫୋନ ନଂ ପାଇଥିଲା । ସନେ୍ଦହରେ ଶଙ୍କର୍ଷଣଙ୍କୁ ପୁଲିସ ଉଠାଇ ତଦନ୍ତ କରିବା ପରେ ଘଟଣାର ପର୍ଦ୍ଦାଫାସ ହୋଇଥିବା ତଦନ୍ତକାରୀ ପୁଲିସ ଅଧିକାରୀ ଏସ୍ଡ଼ିପିଓ କୃଷ୍ଣଚନ୍ଦ୍ର ଭତ୍ରା କହିଛନ୍ତି ।