ବେସରକାରୀ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ବାଧ୍ୟ କରୁଛନ୍ତି!
ସରକାରୀ ଡାକ୍ତରଙ୍କ ପ୍ରାଇଭେଟ୍ ହସ୍ପିଟାଲ୍ ପ୍ରୀତି
ବାରିପଦା (ଆପ୍ର): ବାରିପଦା ସ୍ଥିତ ପିଆର୍ଏମ୍ ମେଡିକାଲ୍ରେ ଅବ୍ୟବସ୍ଥା ନେଇ ବାରମ୍ବାର ଅଭିଯୋଗ ହେଉଥିବା ବେଳେ ଆଜି ଡାକ୍ତରଙ୍କ ନାମରେ ଅଭିଯୋଗ ହୋଇଛି । ସରକାରୀ ହସ୍ପିଟାଲ୍ର ଡାକ୍ତର ପ୍ରାଇଭେଟ୍ ହସ୍ପିଟାଲ୍ ପ୍ରୀତିରେ ପଡ଼ିି ରୋଗୀଙ୍କୁ ବେସରକାରୀ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ବାଧ୍ୟ କରୁଥିବା ନେଇ ଅଭିଯୋଗ ହୋଇଛି । ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ସୂଚନା ଅନୁଯାୟୀ, ବାରିପଦା ଦାମୋଦରପୁର ଅଞ୍ଚଳର ଅମରଜିତ କୁମାର ଚିକିତ୍ସା ପାଇଁ ପିଆର୍ଏମ୍ ମେଡିକାଲ୍କୁ ଗତ ୧୫ ଫେବୃଆରୀରେ ଯାଇଥିଲେ । ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ପରେ ଛୋଟ ଅସ୍ତ୍ରୋପଚାର ହେବ କହି ନଭେମ୍ବର ୧୬ ତାରିିଖରେ ଆସିବାକୁ କହିଥିଲେ । ଡାକ୍ତର କହିଥିବା ନିର୍ଦ୍ଧିଷ୍ଟ ତାରିଖରେ ଦିବାରୁ ୨୬ତାରିଖରେ ଅସ୍ତ୍ରୋପଚାର ହେବା ନେଇ ସ୍ଥିର କରିଥିଲେ । ମାତ୍ର ଚିକିତ୍ସା ପାଇଁ ଗଲା ବେଳକୁ ଡାକ୍ତର ନାହାଁନ୍ତି କହି ଦୁଇ ଦିନ ପରେ ଆସିବାକୁ କହିଥିଲେ । ତେବେ ବୁଧୁବାର ଅମରଜିତ ପିଆର୍ଏମ୍ ମେଡିକାଲ୍କୁ ଯାଇଥିବା ବେଳେ ସାଧାରଣ ସର୍ଜରୀ ବିଭାଗର ଡା. ଦେବାଶିଷ ରାୟ ଦୁର୍ବ୍ୟବହାର କରିଥିଲେ । ଏହା ସହିତ ଛୋଟ ଅସ୍ତ୍ରୋପଚାର ଟେ ଏହାକୁ ସରକାରୀ ହସ୍ପିଟାଲ୍ରେ ମାଗଣା କରିବା ପାଇଁ ଏତେ ଦିନ କାହିଁକି ଅପେକ୍ଷା କରିଛ । ବେସରକାରୀ ହସ୍ପିଟାଲ୍ରେ ଯାଇ ଟଙ୍କା ଦେଇ ଅସ୍ତ୍ରୋପଚାର କରାଇବା ପାଇଁ କହିଥିବା ନେଇ ଅମରଜିତ କୁମାର ଅଭିଯୋଗ କରିଛନ୍ତି । ଗରିବ ଲୋକଙ୍କୁ ମାଗଣା ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲ୍ରେ ବ୍ୟବସ୍ଥା ଥିବା ବେଳେ ଡାକ୍ତରଙ୍କ ବେସରକାରୀ ହସ୍ପିଟାଲ୍ରେ ଚିକିତ୍ସା ପାଇଁ କହିବା ଅତି ନିନ୍ଦନୀୟ ଘଟଣା । ଉକ୍ତ ଘଟଣାକୁ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଏକ ଅଭିଯୋଗ ପତ୍ର ପିଆର୍ଏମ୍ ମେଡିକାଲ୍ର ଅଧ୍ୟକ୍ଷ ପ୍ରତିଭା ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି । ଅଭିଯୋଗ ଅନୁଯାୟୀ ଉକ୍ତ ବିଭାଗର ମୁଖ୍ୟଙ୍କୁ କାରଣ ଦର୍ଶାଇବା ପାଇଁ ପତ୍ର କରିବା ସହ ରିପୋର୍ଟ ଅନୁଯାୟୀ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମେଡଡିକାଲ୍ର ଅଧ୍ୟକ୍ଷ ପ୍ରତିଭା ପଣ୍ଡା ସୂଚନା ଦେଇଛନ୍ତି ।