ଅମାନିଆ ହୁଅନି, ମାସ୍କ ପିନ୍ଧ

ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟରେ ଓମିକ୍ରନ ସବ-ଭାରିଆଣ୍ଟ ବିଏଫ୍.୭ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ବଢ଼ିଛି । ଆଗୁଆ ସତର୍କ ହେବା ପାଇଁ ରାଜ୍ୟ ସରକାର ନିଦେ୍ର୍ଦଶ ଦେଇଛନ୍ତି । ଏହି କ୍ରମରେ ଆମକୁ ସଜାର ରହିବାକୁ ପଡ଼ିବ । ଆଗକୁ ନୂଆ ବର୍ଷ ଆସୁଛି । ଯଦି ଏବେଠୁ ଆମେ ସଚତେନ ନ ହେବା ତାହେଲେ ଆଗକୁ ସ୍ଥିତି ଭୟାବହ ହେବ । ତେଣୁ ଅମାନିଆ ନ ହୋଇ ମୁହଁରେ ମାସ୍କ ବାନ୍ଧି ଘରୁ ବାହାରକୁ ବାହାରନ୍ତୁ ବୋଲି ସ୍ୱାସ୍ଥ୍ୟ ବିଭାଗ ଅପିଲ୍ କରିଛି ।
ରାଜ୍ୟରେ ମହଜୁଦ୍ ଥିବା ସ୍ୱାସ୍ଥ୍ୟଭିତ୍ତିଭୂମୀ ଯାଞ୍ଚ ପାଇଁ କେନ୍ଦ୍ର ସରକାରଙ୍କ ନିଦେ୍ର୍ଦଶକ୍ରମେ ସବୁ ପ୍ରମୁଖ ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ମକ୍ଡ୍ରିଲ୍ ହୋଇଛି । ଉକ୍ତ ମେଡିକାଲ୍ରେ ଷ୍ଟାଫ୍ କେତେ ଅଛନ୍ତି, ବେଡ଼ କେତେ ରହିଛି, ଅକ୍ସିଜେନ ପରିମାଣ, ଔଷଧ କେତେ ପରିମାଣରେ ମହଜୁଦ ରହିଛି ତାହା ଉପରେ ଗୁରୁତ୍ୱ ଦିଆଯିବା ସହ କେନ୍ଦ୍ରକୁ ରାଜ୍ୟ ସବୁ ତଥ୍ୟ ପଠାଇଛି । କେନ୍ଦ୍ର ସରକାରଙ୍କର ମକଡ୍ରିଲ ପାଇଁ ଯେଉଁ ନିଦେ୍ର୍ଦଶ ରହିଥିଲା ସେହି ଅନୁଯାୟୀ ତଥ୍ୟ ଅପଲୋଡ ସରିଥିବା ସ୍ୱାସ୍ଥ୍ୟ ନିଦେ୍ର୍ଦଶକ ବିଜୟ ମହାପାତ୍ର କହିଛନ୍ତି ।
କ୍ୟାପିଟାଲ ହସ୍ପିଟାଲ ନିଦେ୍ର୍ଦଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି, କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟତଃ ଟେଷ୍ଟିଂ ହୁଏ, ରୋଗୀ ପାଇଁ ଆଇସୋଲେସନ ରୁମ ପ୍ରସ୍ତୁତ ରହିଛି । ଏଠାରୁ ବିଭିନ୍ନ ହସ୍ପିଟାଲକୁ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଥାଏ । ଏଣୁ ବର୍ତ୍ତମାନ ସେସବୁ ଦିଗରେ ଆମେ ଫୋକସ କରୁଛୁ । ବର୍ତ୍ତମାନ ଦିନକୁ ମାତ୍ର ୨୦ ରୁ ୨୫ କୋଭିଡ ଟେଷ୍ଟ ହେଉଛି । ଅଧିକ ଆବଶ୍ୟକ ପଡ଼ିଲେ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରାଯିବ । ଟେଷ୍ଟ କିଟ୍ ମଧ୍ୟ ଅଧିକ ଆବଶ୍ୟକ ହେବ । ଏହାଛଡା କୋଭିଡ ସୁପରିଚାଳନା ପାଇଁ ଅଧିକ ମ୍ୟାନ ପାୱାର ଆବଶ୍ୟକତା ରହିବ । ସେନେଇ ରାଜ୍ୟ ସରକାରଙ୍କୁ ଜଣାଇବୁ ବୋଲି ସେ କହିଛନ୍ତି । ସେହିଭଳି ହକି ବିଶ୍ୱକପ ପାଇଁ ୩ ସହର କଟକ, ଭୁବନେଶ୍ୱର, ରାଉରକେଲାରେ ଟେଷ୍ଟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ସ୍ୱତନ୍ତ୍ର ଗାଡ଼ି, ମ୍ୟାନ ପାୱାର ରହିଛି ଏବଂ ଆବଶ୍ୟକ ଅନୁଯାୟୀ କାମ ଆରମ୍ଭ ହେବ । ମାସ୍କ ପିନ୍ଧିବା ଏବେ ଜରୁରୀ ରହିଛି । ରାଜ୍ୟ ସରକାରଙ୍କ ନିଦେ୍ର୍ଦଶକୁ ଅପେକ୍ଷା ନକରି ମାସ୍କ ପିନ୍ଧିବାକୁ କ୍ୟାପିଟାଲ ହସ୍ପିଟାଲ ନିଦେ୍ର୍ଦଶକ ପରାମର୍ଶ ଦେଇଛନ୍ତି ।
ହକି ଖେଳାଳିଙ୍କ ମଧ୍ୟରେ ଯଦି ସଂକ୍ରମଣ ଦେଖାଯାଏ ସେମାନଙ୍କ ପାଇଁ ଘରୋଇ କୋଭିଡ ହସ୍ପିଟାଲରେ ବ୍ୟବସ୍ଥା କରାଯାଇଛି । ଦର୍ଶକଙ୍କ ପାଇଁ ସମସ୍ତ ସରକାରୀ ହସ୍ପିଟାଲରେ ୧୦୦ ଶଯ୍ୟା ରହିଛି । ଘରୋଇ ହସ୍ପିଟାଲରେ ୫୦ ଶଯ୍ୟାର ବ୍ୟବସ୍ଥା କରାଯାଇଛି । କ୍ୟାପିଟାଲରେ ୨ ଆଇସିୟୁ ବେଡ୍ ରହିଛି । ରାଜ୍ୟରେ ସ୍ଥିତି ନିୟନ୍ତ୍ରଣରେ ରହିଛି । ଆଗକୁ ନୂଆବର୍ଷ ଥିବାରୁ ସମସ୍ତେ ସତର୍କ ରହିବାକୁ ସ୍ୱାସ୍ଥ୍ୟ ନିଦେ୍ର୍ଦଶକ ପରାମର୍ଶ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *